ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଦେବେନ୍ଦ୍ର ଫଡ଼ନାଭିସ୍‌, ମୋହନ ଭାଗବତଙ୍କୁ ସାକ୍ଷାତ ପରେ ବଢ଼ିଲା ଚର୍ଚ୍ଚା

Published By : Tapas Panda | November 22, 2024 10:14 PM

ମୁମ୍ବାଇ: ମହାରାଷ୍ଟ୍ରରେ ନଭେମ୍ବର ୨୦ରେ ବିଧାନସଭା ନିର୍ବାଚନ ଶେଷ ହୋଇଛି । ଆସନ୍ତାକାଲି (ନ‌ଭେମ୍ବର ୨୩) ଫଳାଫଳ ପ୍ରକାଶ ପାଇବାକୁ ଥିବା ବେଳେ କିଏ ସରକାର ଗଢ଼ିବ ତାହା ସ୍ପଷ୍ଟ ହୋଇଯିବ । ନିର୍ବାଚନ ପରେ ଆସିଥିବା ଏକଜିଟ୍‌ ପୋଲ୍‌ ଅନୁସାରେ, ମହାରାଷ୍ଟ୍ରରେ ମହାୟୁତି ସରକାର ଆସିବ । ଏବେ ପ୍ରଶ୍ନ ଯେ, ଯଦି ମହାୟୁତି ସରକାର ଗଢ଼େ ତେବେ କିଏ ହେବେ ମୁଖ୍ୟମନ୍ତ୍ରୀ ? 

ଏହାରି ଭିତରେ ବିଜେପିର ବରିଷ୍ଠ ନେତା ଏବଂ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ ନାଗପୁରର ମହାଲସ୍ଥିତ ସଂଘ ମୁଖ୍ୟାଳୟରେ ପହଞ୍ଚି ଆରଏସଏସ୍‌ର ସରସଂଘଚାଳକ ମୋହନ ଭାଗବତଙ୍କୁ ଭେଟିଛନ୍ତି । କିନ୍ତୁ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ଫଡ଼ନାଭିସ୍‌ କହିଛନ୍ତି । ଏକଜିଟ୍‌ ପୋଲ ଅନୁସାରେ ବିଜେପି ନେତୃତ୍ବାଧୀନ ମହାୟୁତିକୁ ୧୩୦-୧୫୬ ଆସନ୍ ମିଳିପାରେ । କିନ୍ତୁ ଏକଜିଟ୍‌ ପୋଲକୁ ନେଇ ଆକଳନ କରେ ନାହିଁ ବୋଲି ଫଡ଼ନାଭିସ୍‌ କହିଛନ୍ତି ।  ଏହା ସହ ସେ କହିଛନ୍ତି, ଅନ୍ତିମ ପରିଣାମକୁ ଅପେକ୍ଷା କରିବାକୁ ପଡ଼ିବ । ମହାୟୁତି ବହୁମତ ପାଇବ ବୋଲି ବିଶ୍ବାସ ଅଛି ।  

ଅନ୍ୟପଟେ ଆରଏସଏସ୍‌ ମୁଖ୍ୟଙ୍କ ସହ ପ୍ରାୟ ୧୫ ମିନିଟ୍‌ ଧରି ଫଡ଼ନାଭିସ୍‌ ଆଲୋଚନା କରିଛନ୍ତି ।  ଶୀର୍ଷ ପଦ (ମୁଖମନ୍ତ୍ରୀ) ପାଇଁ ଫଡ଼ନାଭିସ ସଂଘର ସମର୍ଥନ ପାଇବାକୁ ଚେଷ୍ଟା କରୁଥାଇପାରନ୍ତି ବୋଲି କେତେକ ରାଜନୈତିକ ସମୀକ୍ଷକ ଯୁକ୍ତି ବାଢ଼ିଛନ୍ତି । ସେହିଭଳି ଏଥର ମହାରାଷ୍ଟ୍ରରେ ବିଜେପି ନିଜର ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଇବାକୁ ଚାହୁଁଛି । ସରକାର ଗଢ଼ିବାକୁ ବିଜେପି ଆଉ କେଉଁ ଦଳକୁ ଦାବିଦାର କରାଇବା ମୁଡ୍‌ରେ ନାହିଁ । ଆଉ ଏଥିପାଇଁ କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ବିଜେପି ଆରଏସଏସ୍‌ର ପରାମର୍ଶ ନେଉଛି ବୋଲି କୁହାଯାଉଛି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.