ନୂଆଦିଲ୍ଲୀ,୨୦/୦୩ : ୨୧ ଦିନରେ ଥମୁନି ମଧ୍ୟପ୍ରାଚ୍ୟ ମହାଯୁଦ୍ଧ । ଯୁଦ୍ଧ ଘନଘଟା ଭିତରେ ଏୟାରଲାଇନ୍ସକୁ ପରମର୍ଶ ଦେଇଛି ଡିଜିସିଏ । ୯ଟି ଦେଶର ଏୟାରସ୍ପେଶ୍ ଦେଇ ଯାତ୍ରା ନ କରିବାକୁ ଆଡଭାଇଜରି ଜାରି କରିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବା ଡିଜିସିଏ । ବାହାରିନ୍, ଇରାନ୍, ଇରାକ୍, ଇସ୍ରାଏଲ୍, ଜୋର୍ଡାନ, କୁଏତ, କତାର ଏବଂ ୟୁଏଇ ଏୟାରସ୍ପେଶ୍ ଦେଇ ଯାତ୍ରା ମନା । ବିଭିନ୍ନ ଏୟାରଲାଇନ୍ସକୁ DGCA ପକ୍ଷରୁ ଆଡଭାଇଜରି ଜାରି ହୋଇଛି । ଯଥା ସମ୍ଭବ ଏହି ୯ଟି ଦେଶର ଏୟାରଲାଇନ୍ସ ଦେଇ ଯାତ୍ରା ଅଣଦେଖା କରିବାକୁ କୁହାଯାଇଛି । ଆସନ୍ତା ୨୮ ତାରିଖ ଯାଏଁ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଛି । ସାଉଦି ଆରବ ଓ ଓମାନ ପାଇଁ ସର୍ତ୍ତମୂଳକ ଅନୁମତି ଦେଇଛି ଡିଜିସିଏ ।
ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବୃଦ୍ଧି ପାଇବାରେ ଲାଗିଛି । ଉଭୟ ପାର୍ଶ୍ୱରୁ ଆକ୍ରମଣ କରାଯାଉଛି, ଯାହା ପରିସ୍ଥିତିକୁ ଆହୁରି ଖରାପ କରୁଛି । ଏହି ବିପଦକୁ ଦୃଷ୍ଟିରେ ରଖି, ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏୟାରଲାଇନ୍ସକୁ ଏକ ଚେତାବନୀ ଜାରି କରିଛି । ୧୧ଟି ବିପଦପୂର୍ଣ୍ଣ ଏୟାରସ୍ପେସ୍କୁ ଏଡାଇବାକୁ ପରାମର୍ଶ ଦିଆଯାଇଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) କହିଛି ଯେ, ମଧ୍ୟପ୍ରାଚ୍ୟ ଏବଂ ପାରସ ଉପସାଗର ଉପରେ ଉଡ଼ାଣ କରିବା ବର୍ତ୍ତମାନ ଅସୁରକ୍ଷିତ । ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏହି ପରାମର୍ଶ ମାର୍ଚ୍ଚ ୨୮ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ।
ଏହା ବି ପଢନ୍ତୁ...ସାଇକ୍ଲୋନ୍ 'ନରେଲ୍'ର କରାଳ ରୂପ: କେପ୍ ୟର୍କରେ ସୃଷ୍ଟି କରିପାରେ ମହାବିପତ୍ତି !
Amid escalating conflict in West Asia, the Directorate General of Civil Aviation (DGCA) asked airlines to avoid some airspaces in the Gulf region and ensure robust contingency plans as part of safety risk assessments: Sources pic.twitter.com/HUXSXW7pIG
— ANI (@ANI) March 20, 2026
ଜିଡିସିଏ ଆଡଭାଇଜରୀରେ, ୧୧ ଉଚ୍ଚ ବିପଦପୂର୍ଣ୍ଣ ଏୟାରସ୍ପେସ୍ ବିଷୟରେ କହିଛି । ଏଥିରେ ଇରାନ, ଇସ୍ରାଏଲ, ଲେବାନନ, ସାଉଦି ଆରବ, ବାହାରିନ, ଓମାନ, ଇରାକ, ଜୋର୍ଡାନ, ୟୁଏଇ, କତାର ଏବଂ କୁୱେତ ଭଳି ପ୍ରମୁଖ ଦେଶଗୁଡ଼ିକର ଏୟାରସ୍ପେସ୍ ଅନ୍ତର୍ଭୁକ୍ତ । ଆନ୍ତର୍ଜାତୀୟ ସୁରକ୍ଷା ମାପ ଅନୁଯାୟୀ, ସାଧାରଣ ପରିସ୍ଥିତିରେ ଏହି ପ୍ରଭାବିତ ଆକାଶମାର୍ଗରେ ଉଡ଼ାଣ ନ କରିବାକୁ ସମସ୍ତ ଭାରତୀୟ ବିମାନ ସେବା ନିର୍ଦ୍ଦେଶାଳୟ (DGCA) ନିର୍ଦ୍ଦେଶ ଦେଇଛି । ଏହି ନୂଆ ପରାମର୍ଶ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ, ଏହା ପରେ ଏହାକୁ ଆହୁରି ବିସ୍ତାର କିମ୍ବା ସମାପ୍ତ କରିବା ପାଇଁ ସମୀକ୍ଷା କରାଯିବ।