ଭୁବନେଶ୍ବର,୨୩।୬ :  ପୁଲିସ ଡିଜି ୱାଇବି ଖୁରାନିଆଙ୍କ ଅଧ୍ୟକ୍ଷତାରେ ରେଳୱେ ବିଭାଗର ଅଧିକାରୀଙ୍କୁ ନେଇ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।   ବୈଠକରେ ରେଳବାଇ ସୁରକ୍ଷା ଓ ଏ ପର୍ଯ୍ୟନ୍ତ ରେଳ ବାଇରେ ହୋଇଥିବା ଅଭିଯୋଗ ଉପରେ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା ।

ରାଜ୍ୟର ସମସ୍ତ ବଡ଼ ବଡ଼ ରେଳ ଷ୍ଟେସନରେ ସିସିଟିଭି ଲାଗିଛି । ଯେଉଁ ରେଳ ଷ୍ଟେସନରେ ସିସି ଟିଭି ଲାଗି ନାହିଁ ସେଠାରେ ସିସି ଟିଭି ଲଗାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ସିସିଟିଭି ଫୁଟେଜ ରେଳବାଇ ପୋଲିସ ଅଧିକାରୀଙ୍କ ପାଖରେ କେମିତି ପହଂଚିବ ସେଥିପାଇଁ ବ୍ୟବସ୍ଥା କରାଯାଇଛି । ରେଳରେ ଯାତ୍ରା କରିଥିବା ଯାତ୍ରୀଙ୍କ ସୁରକ୍ଷା ଓ ଅପରାଧ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଇଛି । ଯାତ୍ରୀ ମାନଙ୍କ ସୁବିଧା ପାଇଁ କେଉଁ ସବୁ ବ୍ୟବସ୍ଥା ଜିଆରପି କରିବ କେଉଁ ବ୍ୟବସ୍ଥା ଆରପିଏଫ କରିବ ଓ କେଉଁ ବ୍ୟବସ୍ଥା ରେଳ ବାଇ କରିବ ସେନେଇ ଆଲୋଚନା ହୋଇଥିଲା । ଅପରାଧ ଉପରେ ରେଳ ବାଇ ପୋଲିସ ତୀକ୍ଷ୍ଣ ନଜର ରଖିବ ।