ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

୨୦ ବର୍ଷର ବୈବାହିକ ଜୀବନରେ ଭଟ୍ଟା, ଅଲଗା ହେଲେ ଧନୁଷ-ଐଶ୍ଵର୍ଯ୍ୟା

Published By : Rasmita Pradhan | November 28, 2024 2:16 PM

ନୂଆଦିଲ୍ଲୀ, ୨୮/୧୧ : ଜିନ୍ଦେଗି ମେଁ ଅଗର ପ୍ୟାର୍ ହୈ, ତୋ ତକରାର୍ ଭି ହୈ... କୁହନ୍ତି ଜୀବନରେ ପ୍ରେମ ଥିଲେ ମନମାଳିନ୍ୟ ବି ଅଛି। ହେଲେ ବେଳେବେଳେ ଏହି ମନମାଳିନ୍ୟ ଏତେ ବଢିଯାଏ ଯେ, ଏହା ସମ୍ପର୍କ ଭାଙ୍ଗିବାର କାରଣ ପାଲଟିଯାଏ। ଆଜି ଆମେ ଏଭଳି ଏକ ପ୍ରେମ କାହାଣୀ ବଷୟରେ କହିବାକୁ ଯାଉଛି ଯାହାର ଏକ ଦୁଃଖଦ ଅନ୍ତ ଘଟିଛି। କାହାଣୀଟି ହେଉଛି ଜଣେସାଉଥ୍ ସୁପରଷ୍ଟାରଙ୍କର, ଯିଏ ଜଣେ ସୁପରଷ୍ଟାରଙ୍କ ଝିଅକୁ ହୃଦୟ ଦେଇ ବସିଲା। ଦୁହେଁ ପ୍ରେମ କରି ବିବାହ ବି କଲେ। ୧୮ ବର୍ଷ ଯାଏଁ ସାଙ୍ଗରେ ରହିଲେ। ହେଲେ ହଠାତ୍ ବୈବାହିକ ଜୀବନରେ ଭଟ୍ଟା ପଡ଼ିଲା। ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଲେ। ଶେଷରେ ୨୦ ବର୍ଷର ବୈବାହିକ ଜୀବନରେ ପୂର୍ଣ୍ଣଚ୍ଛେଦ ପଡ଼ିଲା। କୌଣସି ଫିଲ୍ମ କାହାଣୀ ଠାରୁ କମ୍ ନୁହେଁ ଏହି ଷ୍ଟାର ଦମ୍ପତିଙ୍କର ଲଭ୍‌ଷ୍ଟୋରୀ। 

୨୦୦୩ରେ ଆରମ୍ଭ ହୋଇଥିଲା ଲଭ୍‌ଷ୍ଟୋରୀ। କାହାଣୀଟି ହେଉଛି ସାଉଥ୍ ସୁପରଷ୍ଟାର ଧନୁଷ ଏବଂ ରଜନୀକାନ୍ତଙ୍କ ଝିଅ ଐଶ୍ଵର୍ଯ୍ୟାଙ୍କର। ବ୍ୟାକ୍‌-ଟୁ-ବ୍ୟାକ୍ ୨ଟି ହିଟ୍ ଫିଲ୍ମ କରିସାରିବା ପରେ ତୃତୀୟ ଫିଲ୍ମର ପ୍ରଥମ ଶୋରେ ଟେନ୍‌ସନ୍‌ରେ ଥିଲେ ଧନୁଷ। ଫିଲ୍ମ ଦେଖିବାକୁ ଆସିଥିବା ଷ୍ଟାରମାନଙ୍କ ପାଖକୁ ଯାଇ ନେଉଥିଲେ ରିଭ୍ୟୁ। ଏହି ସମୟରେ ତାଙ୍କର ନଜର ପଡ଼ିଥିଲା ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ଵର୍ଯ୍ୟାଙ୍କ ଉପରେ। ଅନ୍ୟମାନଙ୍କ ଉପସ୍ଥିତିରେ ଦୁହେଁ ଦୁହିଁଙ୍କ ସହ କଥା ହୋଇପାରିନଥିଲେ ସତ କିନ୍ତୁ ଆଖିରେ ଆଖିରେ କରିଥିଲେ ପ୍ରେମ ଇଜହାର। ଏହାପରେ ଗୋଟିଏ ପାଦ ଆଗକୁ ବଢାଇଥିଲେ ଐଶ୍ଵର୍ଯ୍ୟା। ଧିରେଧୀରେ ଦୁହିଁଙ୍କ ଭିତରେ ବଢିଲା ମିଟିଂ-ଡେଟିଂ। ମିଡିଆରେ ଲଭ୍ ଅଫେୟାର ଖବର ବି ଆସିଲା। ପରେ ଦୁହିଁଙ୍କ ପରିବାର ବିବାହ କରାଇବାକୁ ଘୋଷଣା କଲେ। 

୨୦୦୪ ନଭେମ୍ଵର ୧୮ରେ ଧନୁଷ ଏବଂ ଐଶ୍ଵର୍ଯ୍ୟା ପାରମ୍ପରିକ ତାମିଲ ରୀତିନୀତିରେ ବିବାହ କଲେ। ରଜନୀକାନ୍ତ ବଡ଼ ଧୁମ୍‌ଧାମ୍‌ରେ ଝିଅର ବାହାଘର କଲେ। ବହୁ ସୁପରଷ୍ଟାର ଏହି ବିବାହର ସାକ୍ଷୀ ହେଲେ। ପରେ ଦୁହିଁଙ୍କର ଦୁଇଟି ପୁତ୍ର ସନ୍ତାନ ହେଲା। ୧୮ ବର୍ଷ ଯାଏଁ ଦୁହେଁ ଫ୍ୟାନ୍ସଙ୍କ ପାଇଁ ଏକ ଆଇଡିଆଲ୍ ଦମ୍ପତି ଥିଲେ। ୨୦୨୨ରେ ହଠାତ୍ ଦୁହିଁଙ୍କ ବୈବାହିକ ଜୀବନରେ ଭଟ୍ଟା ପଡ଼ିଲା। ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଲେ। ଏହି ନିଷ୍ପତ୍ତିରେ ଦୁହିଁଙ୍କ ପରିବାର ସହ ଫ୍ୟାନ୍ସଙ୍କୁ ବି ଝଟ୍‌କା ଲାଗିଲା। ଦୁଇ ପରିବାର ମିଶି ଦୁହିଁଙ୍କୁ ଏକାଠି କରିବାକୁ ଚେଷ୍ଟା ବି କଲେ। 

୨ ବର୍ଷର ସବୁ ଚେଷ୍ଟା ଫେଲ୍ ମାରିଛି। ଏବେ ଧନୁଷ ଏବଂ ଐଶ୍ଵର୍ଯ୍ୟାଙ୍କ ରାସ୍ତା ସବୁଦିନ ପାଇଁ ଅଲଗା ହୋଇଯାଇଛି। ବୁଧବାର ଦୁହିଁଙ୍କ ଛାଡ଼ପତ୍ର ଆବେଦନରେ ଚେନ୍ନାଇ ଫ୍ୟାମିଲି କୋର୍ଟ ମୋହର ମାରିଛନ୍ତି। ଆପୋସ ସହମତିରେ ଦୁହେଁ ଦୁହିଁଙ୍କୁ ଛାଡ଼ପତ୍ର ଦେଇଛନ୍ତି। ଏବେ ଔପଚାରିକ ଭାବେ ଦୁହେଁ ଅଲଗା ହୋଇଛନ୍ତି। ତେବେ ଧନୁଷ-ଏବଂ ଐଶ୍ଵର୍ଯ୍ୟାଙ୍କ ଦୁଇ ପୁଅଙ୍କ କଷ୍ଟଡି ନେଇ କୌଣସି ସୂଚନା ମିଳିନାହିଁ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.