ଭୁବନେଶ୍ୱର ୨୫/୧୦: ବାତ୍ୟା "ଦାନା’ ପାଇଁ ଦୁଇ ଦିନ ଧଉଳି ଶାନ୍ତିସ୍ତୂପ ପର୍ଯ୍ୟଟକମାନଙ୍କ ନିମନ୍ତେ ବନ୍ଦ  ରହିବ । ଏନେଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଯାଇଅଛି । ତଦନୁଯାୟୀ  ଧଉଳି ଶାନ୍ତିସ୍ତୂପ ଗୁରୁବାର ଅପରାହ୍ଣ ୧ଟାରୁ ଆସନ୍ତାକାଲି ୨୫ ତାରିଖ ଶୁକ୍ରବାର ଅପରାହ୍ଣ  ୫ ଟା ପର୍ଯ୍ୟନ୍ତ ବନ୍ଦ ରଖାଯିବ ବୋଲି ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶରେ ଅତିରିକ୍ତ  ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଏବଂ ସହକାରୀ ନିର୍ଦ୍ଦେଶକ ପର୍ଯ୍ୟଟନ, ଖୋର୍ଦ୍ଧା  ଅଞ୍ଜନ ବାରିକ କହିଛନ୍ତି । ଏହା ସମସ୍ତ ପର୍ଯ୍ୟଟକ ତଥା ଖୋର୍ଦ୍ଧା ଜିଲ୍ଲାର ସମସ୍ତ  ଜନସାଧାରଣଙ୍କ ଅବଗତି ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି ।