• ବାଂଲାଦେଶର ଉଗ୍ରରୂପ ନେଉଛି ଉତ୍ତେଜନା

  • ହିନ୍ଦୁଙ୍କ ଉପରେ ହେଉଛି ଅତ୍ୟାଚାର

  • ବାଂଲା ଅତ୍ୟାଚାରକୁ ନେଇ ବାଗେଶ୍ୱର ବାବାଙ୍କ ପ୍ରତିକ୍ରିୟା 

ନୂଆଦିଲ୍ଲୀବାଂଲାଦଶରେ ହିନ୍ଦୁଙ୍କ ଉପରେ ଯେଭଳି ଭାବେ ଅତ୍ୟାଚାର ବଢ଼ିବାରେ ଲାଗିଛି ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା। ଦିନକୁ ଦିନ ଏହା ଉଗ୍ର ହେଉଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ବାଗେଶ୍ବର ବାବା ଧିରେନ୍ଦ୍ର ନାଥ ଶାସ୍ତ୍ରୀ। ଛତିଶଗଡ଼ର ଭିଲାଇରେ ଚାଲିଛି ବାଗେଶ୍ବର ଧାମର ମୁଖ୍ୟ ଧରେନ୍ଦ୍ର ଶାସ୍ତ୍ରୀଙ୍କ ଦ୍ବାରା ହନୁମାନ ଚାଳିଶା ଗାନ। ରାମ ନାମ ଏବଂ ହନୁମାନଙ୍କ ନାମ ଗାନ କରାଯାଉଛି। ଡିସେମ୍ବର ୨୫ରୁ ୩୦ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ତେବେ ଏହି ଅବସରରେ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ବଢ଼ି ଚାଲିଥିବା ଅତ୍ୟାଚାରକୁ କିଭଳି ଭାବେ ରୋକା ଯାଇପାରିବ ଏହା ଉପରେ କହିଛନ୍ତି।

ତେବେ ଦ୍ବିତୀୟ ଦିନରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ପତ୍ନୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ହନୁମାନ ଚାଳିଶା ଗାନ କରିଥିଲେ। ବାଗେଶ୍ବର ବାବା କୌଶଲ୍ୟା ସାଏଙ୍କୁ ମାମି’ କହି ସମ୍ବୋଧନ କରିଥିଲେ। ପରେ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ବଢ଼ୁଥିବା ଅତ୍ୟାଚାର ଉପରେ କହିଥିଲେ। କହିଥିଲେ କି,ସମ୍ପର୍କରେ ଭାରତ ସରକାରଙ୍କ ପାଖରେ ଖବର ପହଞ୍ଚିବା ଦରକାର। ଯଦି ଏବେ ବାଂଲାଦେଶରେ ହିନ୍ଦୁ ମାନଙ୍କୁ ବଞ୍ଚାଯାଇ ନପାରେ ତାହେଲେ ବହୁତ ବିଳମ୍ୱ ହୋଇଯିବ।

ଏହାସହ ମଧ୍ୟ ପଢନ୍ତୁ :  ବାଂଲାଦେଶର ରାଜନୀତିରେ ନୂଆ ଝଡ଼ ଆଣିବେ ଖାଲିଦାଙ୍କ ନାତୁଣୀ ? ପିତାଙ୍କ ସହ ଦେଶକୁ ଫେରିଲେ ଜାୟମା ରେହମାନ

ଏହାସହ ବାବା କହିଥିଲେ କିଯଦି ସରକାର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଯଦି ବାଂଲାଦେଶୀ ହିନ୍ଦୁ ମାନଙ୍କୁ ରକ୍ଷା ନକରନ୍ତିତାହେଲେ ବାଂଲାଦେଶରେ ହିନ୍ଦୁମାନେ ନିଶ୍ଚିହ୍ନ ହୋଇଯିବେ। ଯାହାର ପ୍ରଭାବ ପରବର୍ତ୍ତୀ ସମୟରେ ଭାରତ ଉପରେ ପଡ଼ିବ ଏବଂ ଏହା ଆଗକୁ ଭୟଙ୍କର ହୋଇଯିବ। ତେଣୁ ଭାରତ ସରକାର ଏହା ଉପରେ ଆଗୁଆ ଗୁରୁତ୍ବ ଦେବା ଉଚିତ୍। ବାଂଲାଦେଶୀ ହିନ୍ଦୁମାନଙ୍କୁ ସରକାର ସୁରକ୍ଷା ପାଇଁ କଡ଼ା ପଦକ୍ଷେପ ନେବା ଉଚିତ୍। ଆଉ ଏକ ଅନୁରୋଧ ହେଉଛି କି,ଭାରତରେ ବହୁ ରୋହିଙ୍ଗ୍ୟା ରହିଛନ୍ତି। ସମୋନଙ୍କୁ ଭାରତରୁ ତଡ଼ି ସେମାନଙ୍କ ସ୍ଥାନରେ ବାଂଲାଦେଶୀ ହିନ୍ଦୁ ମାନଙ୍କୁ ସ୍ଥାନ ଦିଆଯାଉ। ହିନ୍ଦୁ ଭାଇ ମାନଙ୍କୁ ଭାରତକୁ ନିମନ୍ତ୍ରଣ କରାଯାଉ। ଏହାଠାରୁ ଭଲ ପଦକ୍ଷେପ ଆଉ କିଛି ହୋଇ ନପାରେ।