ମୁମ୍ବାଇ, ୨୬/୧ : ଗିରଫ ହୋଇଛନ୍ତି ବଲିଉଡ କଳାକାର । ନିକଟରେ ରେକର୍ଡ ସୃଷ୍ଟି କରିଥିବା ବଲିଉଡ ଫିଲ୍ମ ଧୁରନ୍ଧରରେ ନଜର ଆସିଥିବ ନଦୀମ ଖାନଙ୍କୁ ବାନ୍ଧିଲା ପୁଲିସ । ୧୦ ବର୍ଷ ଧରି ଜଣେ ଘରୋଇ କର୍ମଚାରୀଙ୍କୁ ବିବାହ ପ୍ରତିଶୃତି ଦେଇ ତାଙ୍କୁ ଠକି ଦେଇଥିବା ଅଭିଯୋଗ ହୋଇଛି ।ଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଦେବା ଅଭିଯୋଗରେ ମୁମ୍ବାଇପୁଲିସ ତାଙ୍କୁ ଗିରଫ କରିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ୪୧ ବର୍ଷୀୟ ମହିଳା ଜଣକଙ୍କ ମାଲାଓ୍ବାନୀ ପୁଲିସ ଷ୍ଟେସେନରେ ଅଭିଯୋଗ କରିବା ପରେ ସେ ଗିରଫ ହୋଇଛନ୍ତି ।
ପୀଡ଼ିତା ମହିଳାଙ୍କ ଅଭିଯୋଗ ଅନୁସାରେ, ଦଶ ବର୍ଷ ହେବ ନମୀନ ତାଙ୍କୁ ବିବାହର ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ରଖି ଆସୁଥିଲେ । ସେ ତାଙ୍କ ଘରେ ଘରୋଇ କର୍ମଚାରୀ ଭାବେ କାମ କରୁଥିଲେ ବାହା ହେବାକୁ କହି ଦୀର୍ଘଦିନ ସମ୍ପର୍କ ରଖିବା ପରେ ଏବେ ଠକି ଦେଇଥିବା ଅଭିଯୋଗ ଆଣିଥିଲେ । ଏହାସହ ସେ ତାଙ୍କୁ ନିର୍ଯାତନା ଦେଉଥିବା ମଧ୍ୟ ସେ ଅଭିଯୋଗ ଆଣିଛନ୍ତି । ତାଭ୍କ ଦୀର୍ଘଦିନ ଧରି ଶରୀରିକ ଭାବେ ନିର୍ଯାତନା ଦେଉଥିଲେ । ପ୍ରଥମେ ସେ ଭୟ କରୁଥିଲେ ମାତ୍ର ଏବେ ଯେତେବେଳେ ଏହା ବଢ଼ି ଯାଇଥିଲା ବାଧ୍ୟ ହୋଇ ଅଭିଯୋଗ ଆଣିଥିବା କହିଛନ୍ତି ।ତାଙ୍କ ବୟାନ ଆଧାରରେ, ମାଲୱାନୀ ପୁଲିସ ନଦୀମଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଛି ଏବଂ ପୂର୍ବରୁ ଅଭିନେତାଙ୍କ ବିରୁଦ୍ଧରେ ସମାନ ଅଭିଯୋଗ ଦାଖଲ ହୋଇଛି କି ନାହିଁ ତାହା ତଦନ୍ତ କରୁଛି । ଅଧିକାରୀମାନେ କହିଛନ୍ତି ଯେ ତଦନ୍ତ ଏପର୍ଯ୍ୟନ୍ତ ପ୍ରାଥମିକ ପର୍ଯ୍ୟାୟରେ ଅଛି, ଏବଂ ତଦନ୍ତ ସମୟରେ କ’ଣ ପ୍ରମାଣ ମିଳିବ ତାହା ଉପରେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ନିର୍ଭର କରିବ । ପୋଲିସ ସୂତ୍ର ଅନୁଯାୟୀ, ଅଭିଯୋଗକାରୀ ଜଣେ ୪୧ ବର୍ଷୀୟ ଘରୋଇ କର୍ମଚାରୀ ଯିଏ ଖାନଙ୍କ ସଂସ୍ପର୍ଶରେ ଆସିବା ପୂର୍ବରୁ ଅନେକ ଅଭିନେତାଙ୍କ ଘରେ କାମ କରିଥିଲେ ।
ନଦୀମ ଖାନ କିଏ?
ନଦୀମ ଖାନ ମୁମ୍ବାଇର ଜଣେ ଲୋକପ୍ରିୟ ଅଭିନେତା । ଯିଏ ଅନେକ ଛୋଟ ଓ ବଡ଼ ଫିଲ୍ମରେ ସହ ଭୂମିକାରେ ଅଭିନୟ କରନ୍ତି । ନଦୀମଙ୍କୁ ବର୍ତ୍ତମାନ ଆଦିତ୍ୟ ଧୀରଙ୍କ ବ୍ଲକବଷ୍ଟର ଫିଲ୍ମ "ଧୁରନ୍ଧର"ରେ ଅଖଲାକ ଭୂମିକାରେ ଦେଖିବାକୁ ମିଳିଥିଲେ । ରେହମାନ ଡକେଟଙ୍କ ପାଇଁ ଜଣେ ରୋଷେୟା ଥିଲେ । ଫିଲ୍ମରେ ଏକ ଛୋଟ ଭୂମିକା ସତ୍ତ୍ୱେ, ସେ ତାଙ୍କର ଶକ୍ତିଶାଳୀ ଅଭିନୟ ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାସହ ପୂର୍ବରୁ କିଛି ବିଜ୍ଞାପନରେ ମଧ୍ୟ ନଜର ଆସିଛନ୍ତି ।
ଏହାସହ ପଢ଼ନ୍ତୁ : ଜାଣନ୍ତୁ ଦୁଇଦିନରେ କେତେ ରୋଜଗାର କଲାଣି ‘ବର୍ଡର-୨’ ?