• ବକ୍ସ ଅଫିସରେ ଧମାକା କରିଛି ‘ଧୁରନ୍ଧର’
  • ଅନେକ ସପ୍ତାହ ଚାଲିଥିଲା ହାଉସଫୁଲ୍
  • ଏବେ ‘ଧୁରନ୍ଧର’ ଟିକେଟ୍‌ରେ ବଡ଼ ଅଫର
  • ଆଜି ପୂରା ଦିନ ୧୯୯ ଟଙ୍କାରେ ପାଇବେ ଟିକେଟ୍

ମୁମ୍ୱାଇ : ‘ଧୁରନ୍ଧର’ କେବଳ ୨୦୨୫ ମସିହାର ସବୁଠୁ ବଡ଼ ହିଟ୍ ଫିଲ୍ମ ସାବ୍ୟସ୍ତ ହୋଇ ନାହିଁ , ଏହାସହ ଏହା ସବୁଠୁ ମହଙ୍ଗା ଟିକେଟ୍ ଥିବା ଫିଲ୍ମ ହୋଇ ପାରିଛି। ଅନେକ ସପ୍ତାହ ଯାଏ ଏହାର ସବୁ ଶୋ’ ହାଉସଫୁଲ୍ ଚାଲିବା ପରେ ଏବେ ଶେଷରେ ଏହାର ଶୋ’ର ଟିକେଟ୍ ଶସ୍ତା ହେବା ଆରମ୍ଭ ହୋଇ ଯାଇଛି। ଫିଲ୍ମର କ୍ରେଜ୍ ଯେତିକି ଯେତିକି ଥଣ୍ଡା ପଡ଼ିବାରେ ଲାଗିଛି , ସେତିକି ସେତିକି ମେକର୍ସ ଫିଲ୍ମର ଟିକେଟ୍ର ମୂଲ୍ୟ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଧ୍ୟାନ ଦେବାର କଥା ଏହା ଯେ, ଏହା ଏକ ଲିମିଟେଡ୍ ଟାଇମ୍ ଅଫର।

ଫିଲ୍ମ ‘ଧୁରନ୍ଧର’ର ପ୍ରଡକ୍ସନ ହାଉସ୍ ଜିୟୋ ଷ୍ଟୁଡିୟୋଜ୍ ମଙ୍ଗଳବାର ସୋସିଆଲ ମିଡ଼ିଆରେ ଘୋଷଣା କରିଛି ଯେ,ଫିଲ୍ମର ଟିକେଟ୍ ପୂରା ଦିନ ୧୯୯ ଟଙ୍କାରେ ମିଳିବ। ଅର୍ଥାତ୍ ଯଦି ଆପଣ ଆଜିର ତାରିଖରେ ଟିକେଟ୍ ବୁକ୍ କରନ୍ତି ତ ଆପଣଙ୍କୁ ଏହା କେବଳ ୧୯୯ ଟଙ୍କାରେ ମିଳିବ। ଜିୟୋ ଷ୍ଟୁଡିଓ ନିଜର ଏକ୍ସ ପୋଷ୍ଟରେ ଲେଖିଛି –ଏହି ଧମାକାଦାର ଅଫରକୁ ହାତରୁ ଯିବାକୁ ଦିଅ ନାହିଁ। ଧୁରନ୍ଧରର ଟିକେଟ୍ କେବଳ ଆଜି ପାଇଁ ୧୯୯ ଟଙ୍କାରୁ ଆରମ୍ଭ ।

ମେକର୍ସ ପୋଷ୍ଟରେ ସ୍ପଷ୍ଟ କରିଛନ୍ତି ଯେ, ଏହି ଅଫର କେବଳ ବଛା ବଛା ମଲ୍ଟିପ୍ଲେକ୍ସ ଓ ଫିଲ୍ମ ହଲ୍‌ରେ ହିଁ ଲାଗୁ ହେବ। କହି ରଖୁଛୁ କି , ଧୁରନ୍ଧରର ଟିକେଟ୍ ଆରମ୍ଭରେ ୨୫୦୦ ଟଙ୍କା ଯାଏ ବିକ୍ରି ହୋଇଛି। ଏମିତି କି ଫିଲ୍ମର ଟିକେଟ୍ ଆଭରେଜ୍ ଦାମ୍‌ର କଥା ଯଦି କହିବା ତ, ‘ଧୁରନ୍ଧର’ର ଟିକେଟ୍ ୨୫୦ରୁ ୩୦୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ଏହିପରି ମେକର୍ସ ୫୦ରୁ ୧୦୦ ଟଙ୍କା ଯାଏ ଡିସକାଉଣ୍ଟ ଦେଇ ସେହି ଅଡିୟାନ୍ସକୁ ଥିଏଟର ଡାକିବାକୁ ଚେଷ୍ଟା କରିଛନ୍ତି , ଯାହା ମହଙ୍ଗା ଟିକେଟ୍ ଯୋଗୁଁ ଏହି ଫିଲ୍ମ ଏବେସୁଦ୍ଧା ଥିଏଟର୍ସରେ ଦେଖି ପାରୁ ନଥିଲେ।