କୁଆଁପାଳ,୨୦/୬ : ମାହାଙ୍ଗାରେ ବ୍ୟାପିଲା ଝାଡ଼ା ବାନ୍ତି । ମାହାଙ୍ଗା ବ୍ଲକ୍ ମଉଦା ପଞ୍ଚାୟତର କ୍ଷେତ୍ରପାଳ ଗାଁରେ ଜଣେ ମୃତ। ମୃତକ ହେଲେ ଅଜୟ ନାୟକ। ଗୁରୁତର ଅବସ୍ଥାରେ ଗତ୧୮ ତାରିଖ ରାତି ୧୦ଟା ସମୟରେ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇ ଚିକିତ୍ସା କରାଯାଉଥିଲା। ହେଲେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଗତକାଲି ୧୯ ତାରିଖରେ କଟକ ବଡ଼ ମେଡ଼ିକାଲ ପଠାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର କାଲି ବିଳମ୍ବିତ ରାତିରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ ମାହାଙ୍ଗା ବ୍ଲକରେ ୧୩ତାରିଖରୁ ୨୦ତାରିଖ ମଧ୍ୟରେ ୧୨୮ଜଣ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ୧୧୦ଜଣ ଭଲ ହୋଇ ଘରକୁ ଫେରିଥିବାବେଳେ ଆଉ ୧୮ଜଣ ଏବେ ଗୋଷ୍ଠୀ ସ୍ୱାସ୍ଥ୍ୟ ମାହାଙ୍ଗା ଚିକିତ୍ସା ହେଉଛନ୍ତି । ଦୁଇ ଜଣଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ପାଠଯାଉଥିବା ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିବା ଜଣପଡ଼ିଛି ।