ନୂଆଦିଲ୍ଲୀ,୦୯/୧୨; ଲୋକସଭା ପରେ ଆଜି ରାଜ୍ୟସଭାରେ 'ବନ୍ଦେ ମାତରମ୍'ର ୧୫୦ ବର୍ଷ ପୂର୍ତ୍ତୀ ଅବସରରେ ମହାବିତର୍କ ହୋଇଛି । ଅଭିଭାଷଣ ରଖି 'ବନ୍ଦେ ମାତରମ୍' ମହାବିତର୍କରେ କଂଗ୍ରେସ ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ସେ କହିଛନ୍ତି, ନେହେରୁ ବନ୍ଦେ ମାତରମ୍‌କୁ ଖଣ୍ଡ ଖଣ୍ଡ କରିଥିଲେ । ତୁଷ୍ଟିକରଣ ପାଇଁ ବନ୍ଦେ ମାତରମ୍ ବିରୋଧ କରିଥିଲେ । ସେ ନଥିଲେ ଦେଶ ବିଭାଜନ ହୋଇନଥାନ୍ତା । ଯେଉଁମାନେ 'ବନ୍ଦେ ମାତରମ୍' ଗାଇବାକୁ ଚାହୁଁଥିରେ ତାଙ୍କୁ ଜେଲ୍‌ରେ ଭର୍ତ୍ତି କରୁଥିଲେ ଇନ୍ଦିରା ଗାନ୍ଧୀ ।

ରାଜ୍ୟସଭାରେ ବିତର୍କରେ ଗୃହମନ୍ତ୍ରୀ ଅମିତ୍ ଶାହ କହିଛନ୍ତି,'' କଂଗ୍ରେସ ସାଂସଦମାନେ ବନ୍ଦେ ମାତରମ୍ ଉପରେ ଆଲୋଚନା କରିବାର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇ ଏହାକୁ ଏକ ରାଜନୈତିକ ରଣନୀତି ଏବଂ ପ୍ରସଙ୍ଗଗୁଡ଼ିକରୁ ବିମୁଖ କରିବାର ଏକ ଉପାୟ ବୋଲି କହୁଛନ୍ତି । ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବାକୁ କେହି ଭୟ କରନ୍ତି ନାହିଁ । ଆମେ ସଂସଦ ବର୍ଜନ କରୁନାହୁଁ । ଯଦି ସେମାନେ ଆଲୋଚନା କରିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ବର୍ଜନ ବନ୍ଦ କରିବାକୁ ପଡିବ, ଏବଂ ସମସ୍ତ ଆଲୋଚନା ହେବ । ଆମେ କୌଣସି ବିଷୟକୁ ଭୟ କରୁନାହୁଁ କିମ୍ବା ଲୁଚାଇବାକୁ ଚେଷ୍ଟା କରୁନାହୁଁ । ଆମେ ଯେକୌଣସି ପ୍ରସଙ୍ଗରେ ବିତର୍କ ପାଇଁ ପ୍ରସ୍ତୁତ । ସେମାନଙ୍କୁ ଏହା ମଧ୍ୟ ଜାଣିବା ଆବଶ୍ୟକ ଯେ ବନ୍ଦେ ମାତରମ୍ ଉପରେ ଆଲୋଚନାକୁ ଏଡ଼ାଇବା ନୂଆ କଥା ନୁହେଁ । ଯେତେବେଳେ ବନ୍ଦେ ମାତରମ୍ ୫୦ ବର୍ଷ ପୂରଣ କରିଥିଲା ସେତେବେଳେ ଭାରତ ସ୍ୱାଧୀନ ନଥିଲା । ଯେତେବେଳେ ବନ୍ଦେ ମାତରମର ସୁବର୍ଣ୍ଣ ଜୟନ୍ତୀ ହେବାକୁ ଥିଲା, ଜବାହରଲାଲ ନେହେରୁ ଜାତୀୟ ଗୀତକୁ ଦୁଇ ଖଣ୍ଡ କରି ଦୁଇଟି ପଦରେ ସୀମିତ ରଖିଥିଲେ । "