ପ୍ରମୂଖ ଖବର
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ତୁଳସୀ କ୍ଷେତ୍ରରେ ଦ୍ଵିତୀୟ ଦିନ ରଥ ଟଣାରେ ବିଭ୍ରାଟ , ଅଟକିଲା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ଵଜ

Published By : Gurupada Nath | June 28, 2025 5:02 PM

କେନ୍ଦ୍ରାପଡ଼ା, ୨୮/୬ :   ମାଉସୀ ମା’ ଘରକୁ ଯିବା ବାଟରେ ଅଟକିଗଲା ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ଵଜ l ହଠାତ୍ ବାମ ମୋଡ଼ ନେବାରୁ ଏଣ୍ଡାଉମେଣ୍ଟ ଅଫିସ ପାଖରେ ଅଟକିଲା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ଵଜ l ସୁରକ୍ଷା ଦୃଷ୍ଟିରୁ ରଥଟଣାକୁ ମନ୍ଦିର ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆଯାଇଛି l

ପ୍ରଶାସନ ପକ୍ଷରୁ ତୁରନ୍ତ ହାଇଡ୍ରୋଲିକ୍ ଜ୍ୟାକ ସାହାଯ୍ଯରେ ରଥର ମୋଡ଼ ପରିବର୍ତ୍ତନ କାର୍ଯ୍ୟ ଆରମ୍ଭ ହୋଇଛି l ପ୍ରତିକୂଳ ପାଗ ସତ୍ତ୍ୱେ ହଜାର ହଜାର ଶ୍ରଦ୍ଧାଳୁ ରଥ ଟାଣିବା ପାଇଁ ଅପେକ୍ଷା କରିଛନ୍ତି l

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.