ପ୍ରମୂଖ ଖବର
  • ଆଜି ପହିଲି ରଜ; ସବୁଠି ଉତ୍ସାହ, ପୋଡ଼ପିଠା ବାସ୍ନାରେ ମହକୁଛି ଗାଁଠୁ ସହର
  • ||
  • ରଜକୁ ଭିଜାଇବ ବର୍ଷା: ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି
  • ||

ବାରମ୍ୱାର ବିଦ୍ୟୁତ୍‌ କାଟକୁ ନେଇ ଅସନ୍ତୋଷ, ଏସଡିଓ ଅଫିସ ଘେରିଲେ ଲୋକେ

Published By : Harapriya Sethi | June 13, 2025 1:09 PM

ସଇଁତଳା,୧୩/୦୬: ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ୍ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍ କାଟକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଡୁଙ୍ଗୁରିପାଲି ସରପଞ୍ଚ ଗଜପତି ସାହୁ, ଗଣ୍ଡପତ୍ରାପାଲି ସରପଞ୍ଚ ମନୀଷ ସୁନାଙ୍କ ନେତୃତ୍ୱରେ ଶତାଧିକ ଲୋକ ବିଦ୍ୟୁତ୍ ବିଭାଗର ଏସଡିଓ ଅଫିସ୍ ଘେରାଉ କରିଛନ୍ତି । ଏହା ସହ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି । 

ସୂଚନା ମୁଚାବକ, ସଇଁତଳା ବ୍ଲକ୍ ଅଞ୍ଚଳରେ ଥିବା ବେଲଗାଁ ଗ୍ରୀଡ୍, କରମତଳା ଗ୍ରୀଡ୍ ଓ ସଇଁତଳା ଗ୍ରୀଡ୍ ଅଞ୍ଚଳରେ ବିନା କାରଣରେ ବାରମ୍ବାର ବିଦ୍ୟୁତ୍‌ କାଟ କରୁଛନ୍ତି । ଏହାଛଡ଼ା ମରାମତି ବାହାନାରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌ କାଟ ହେଉଛି । କେବଳ ସେତିକି ନୁହେଁ, ଜନସାଧାରଣଙ୍କୁ ସୂଚିତ ନକରି ବିଦ୍ୟୁତ୍‌ କାଟ ହେଉଥିବା ନେଇ ମଧ୍ୟ ଦାବିପତ୍ରରେ ଉଲ୍ଲେଖ ରହିଛି । 

ଜନସାଧାରଣ ଏସଡିଓ ଅଫିସ ସାମ୍ନାରେ ବିଭିନ୍ନ ନାରାବାଜି କରିବା ସହ ସଇଁତଳା ଗ୍ରୀଡ୍ ଯନ୍ତ୍ରୀଙ୍କୁ ଉକ୍ତ ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି ଆଗାମୀ ଦିନରେ ପୁଣି ବିଦ୍ୟୁତ୍‌ କାଟ କରାଯାଏ, ତେବେ ରାଜରାସ୍ତା ଅବରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଲୋକେ । ଏହି ସମୟରେ ଘୁନସର ସରପଞ୍ଚ ଚମ୍ପୁ ସେଠ, କେର ମେଲି ସମିତିସଭ୍ୟ ନବୀନ ରଣା, ତପନ ନାଗ, ଶମ୍ବୁ ବାରିକ ସମେତ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.