ମନମୁଣ୍ଡା,୨/୧୨ : ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ମଙ୍ଗଳବାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ ଓ ସ୍ବାସ୍ଥ୍ୟ ଉପକେନ୍ଦ୍ର ପରିଦର୍ଶନ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାପାଳ ଶ୍ରୀ ନାୟକ ଆଜି କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଟଖଟିଆ ଓ ଚାରଭାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀ ମାନଙ୍କ ସହ ବାର୍ତ୍ତାଳାପ କରିଥିଲେ।

ସେହିପରି କସୁରବନ୍ଧ, ଯୋଗୀପଦର, ଗୁଡ଼ଭେଲିପଦର, ଯୋଗୀନ୍ଦ୍ରପୁର, ରୁଣ୍ଡିମହୁଲ,ଖଟଖଟିଆ ଗ୍ରାମଠାରେ ନିର୍ମାଣାଧୀନ ସ୍ବାସ୍ଥ୍ୟବିଭାଗର ଉପକେନ୍ଦ୍ର ଗୁଡ଼ିକ ପରିଦର୍ଶନ କରିଥିଲେ । ଉପକେନ୍ଦ୍ର ଗୁଡ଼ିକର ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ ପାଇଁ ଦାୟିତ୍ବରେ ଥିବା ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।