ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଜିଲ୍ଲାସ୍ତରୀୟ ବିନ୍ଦାସ କପ ଭଲିବଲ ପ୍ରତିଯୋଗିତା ଉଦଯାପିତ, ରେଡି ସିକ୍ସ ଚାମ୍ପିୟନ

Published By : Suraj Kumar | February 24, 2025 9:50 PM

ଫିରିଙ୍ଗିଆ,୨୪/୦୨: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ତଳ ଦଣ୍ଡିକିଆଠାରେ ଚାଲିଥିବା ଜିଲ୍ଲାସ୍ତରୀୟ ବିନ୍ଦାସ କପ ଭଲିବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି I ଜି.ଉଦୟଗିରି ସେନ ସିକ୍ସ ଓ ବାଲିଗୁଡା ଉପଖଣ୍ଡ ବରଖମାର ରେଡି ସିକ୍ସ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା। ସେନ ସିକ୍ସକୁ ପାଞ୍ଚ ସେଟରେ ହରାଇ ରେଡି ସିକ୍ସ ବରଖମା ଚାମ୍ପିୟନ ହୋଇଛି I

କରଣ୍ଡାଗଡ଼ରେ ଥିବା ବିରୁପାକ୍ଷ ଯୁବକ ସଂଘ ଓ ବିନ୍ଦାସ କ୍ଳବର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ କ୍ଳବର ସଭାପତି କାଳିଦାସ ମାଝୀ ଅଧକ୍ଷତା କରିଥିଲେ। ଫୁଲବାଣୀର ପୂର୍ବତନ ବିଧାୟକ ତଥା ଜିଲ୍ଲାର ଜଣାଶୁଣା କ୍ରୀଡା ସଂଗଠକ ଦେବେନ୍ଦ୍ର କହଁର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟ୍ୟରେ ଫିରିଙ୍ଗିଆ ବ୍ଲକ ପୂର୍ବତନ ବ୍ଲକ ଅଧକ୍ଷା ଲାଲନନ୍ଦା ପ୍ରଧାନ, ଦଣ୍ଡିକିଆ ସରପଞ୍ଚ ଶଙ୍କର ପ୍ରଧାନ, ସମାଜସେବୀ ଚନ୍ଦ୍ରମୋହନ ନାଏକ ଉପସ୍ଥିତ ଥିଲେ I କ୍ଳବର ମ୍ୟାନେଜର ଡାନିଏଲ ଦିଗାଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ବରିଷ୍ଠ ଶିକ୍ଷକ ସିମାଞ୍ଚଳ ମୁଖି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ଏହାସହ ଆଠ ଦିନ ଧରି ଚାଲୁରହିଥିବା ଏହି ପ୍ରତିଯୋଗିତାରେ ଜିଲ୍ଲାର ଜଣାଶୁଣା ଭଳିବଳ ଖେଳ ପରିଚାଳକ ମନୋରଞ୍ଜନ ଡିଗାଲ ଖେଳ ପରିଚାଳନା କରିଥିଲେ I

ଏହି ପ୍ରତିଯୋଗିତା ଅବସରରେ ସେମ ସିକ୍ସ ଟିମ ର ଆଶିଷ କୁମାର ଙ୍କୁ ଶ୍ରେଷ୍ଠ ନେଟର ଭାବରେ ପୁରସ୍କୃତ କରାଯାଇଛି। ରେଡି ସିକ୍ସ ଟିମର ବିଟୁ ବାବୁଙ୍କୁ ଶ୍ରେଷ୍ଠ ହିଟର ଭାବରେ ପୁରସ୍କୃତ କରାଯାଇଥିବା ବେଳେ ରୁଦାଙ୍ଗିଆ ଭଳିବଲ ଟିମକୁ ଶ୍ରେଷ୍ଠ ଶୃଙ୍ଖଳିତ ଟିମ ଭାବେ ପୁରସ୍କୃତ କରାଯାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.