​​​​​​​ମାଲକାନଗିରି,୧୭।୨ (ଆପ୍ର ):ମାଲାକନଗିରି ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ମହୋତ୍ସବ ଓ ମତ୍ସ ପ୍ରାଣୀ ସମ୍ପଦ ମେଳା ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ମାଲକାନଗିରି ସଦର ମହାକୁମା ଆଦିବାସୀ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ନବରଙ୍ଗପୁରସାଂସଦ ପ୍ରତିନିଧି ସଂଜୟ ସରକାର, ମାଲକାନଗିରି ବିଧାୟକ ପ୍ରତିନିଧି ନିମାଇଁ ପାଲ , ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ବିନାୟକ ପାତ୍ର, ବାଲିମେଳା ଏନଏସି ଚେୟାରମ୍ୟାନ ପ୍ରଦୀପ ନାୟକ ଯୋଗ ଦେଇ ଉତ୍ସବ ଟି କୁ ଉଦଘାଟନ କରିଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ଜଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡଃ ଜଗନ ଚରଣ ନାୟକ ସ୍ୱାଗତ ଭାଷଣ ସହ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମ ଉଦ୍ଦଶ୍ୟରେ ସୁଚନା ପ୍ରଦାନ କରିଥିଲେ। ମାଲକାନଗିରି ଜିଲ୍ଲାରେ ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ସମ୍ପଦର ଭିତିଭୂମି, ଉନ୍ନତମାନର ଥିବାବେଳେ ଚାଷୀ ମାନେ ଏହି ଚାଷକୁ ଆପଣାଇ ସରକାରଙ୍କ ସମସ୍ତ ସୁବିଧା ଉପଭୋଗ କରନ୍ତୁା ଯଦ୍ୱାରା ଜିଲ୍ଲାରେ ଦୁଗ୍ଧଜାତୀୟ ଦ୍ରବ୍ୟ, ଜୈବିକ ଖତସାର, ଉନ୍ନତ ଧରଣର ମାଛ ଉତ୍ପାଦନ ହୋଇ ପାରିବା ଅପପୃଷ୍ଟି ରୋକିବା ପାଇଁ ଗୋପାଳନ, କୁକୁଡା ପାଳନ, ଛେଳି ପାଳନ କରି ଜିଲ୍ଲାର ଖାଉଟି ମାନଙ୍କୁ ଏହା ବିକ୍ରି କଲେ ଏହି ପୃଷ୍ଟିକର ଖାଦ୍ୟ ଦ୍ୱାରା ଅପପୃଷ୍ଟି ରୋକା ଯାଇ ପାରିବ । କୃଷି କ୍ଷେତ୍ରରେ ଉନ୍ନତ ଧରଣର ଯନ୍ତ୍ରପାତି ବ୍ୟବହାର, ଉନ୍ନତ କିସମର ବିହନ, କୀଟନାସକ ଔଷଧ, ମୃତ୍ତିକା ପରୀକ୍ଷା, ମାଛ ଚାଷ ପାଇଁ ପୋଖରୀ ଗୁଡିକୁ କିପରି ପରିଷ୍କାର ପରିଛନ୍ନ ରଖିବା ସହ ଜଳ ବିଶୋଧନ ଅତ୍ୟନ୍ତ ଆବଶ୍ୟକ। ଆଗାମୀ ଦିନରେ ଏହି ଚାଷ ଆମ ଜିଲ୍ଲାରେ ଚାହିଦା ମେଂଟାଇବା ସହ ଅନ୍ୟ ଜିଲ୍ଲା ଓ ରାଜ୍ୟକୁ ରପ୍ତାନି କଲେ ଚାଷୀ ମାନଙ୍କ ଆର୍ଥିକ ଉନ୍ନତି ଓ ବିକାଶ ହୋଇ ପାରିବ ବୋଲି କହିଥିଲେ।

ଏହି ଅବସରରେ ମାଲକାନଗିରି ବ୍ଲକର ଶିକ୍ଷିତା ଶ୍ଵେତା ପାଢ଼ୀ  ଉନ୍ନତ ଧରଣର ମାଂଶାଳ କୁକୁଡ଼ା ଫାର୍ମ କରିଥିବାରୁ ତାଙ୍କୁ ପୁରସ୍କାର ସହ ସମ୍ମାନୀତ କରା ଯାଇଥିଲ।। ଜିଲ୍ଲା ମତ୍ସ୍ୟଅଧିକାରୀ ସୁଧାଂଶୁ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକର ପ୍ରାଣୀ ଚିକିତ୍ସା ଅଧିକାରୀ, ମତ୍ସ୍ୟ ସମ୍ପ୍ରସାରଣ ଅଧିକାରୀ ଉପସ୍ଥିତ ଥିଲେ। ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ର ସ୍ୱତନ୍ତ୍ର ପୋନୀ ଘୋଡା ଓ ମୁଦୁଲିପଡା ବଣ୍ଡା ଘାଟିର ଆଦିମ ବଣ୍ଡା ଜନଜାତି ଙ୍କ ଦ୍ୱାରା ଉତ୍ପାଦିତ ଷ୍ଟ୍ରବେରୀ ଫଳ ପ୍ରଦର୍ଶନ କରାଯାଇଥିଲା।