ମୁମ୍ୱାଇ,୨୬/୦୫: ମାଆ ହେଲେ ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ତଥା 'ୟେ ହୈ ମୋହବତେଁ'ର ଇଶି ମା'। ଦିବ୍ୟଙ୍କା ତ୍ରିପାଠୀ ଓ ସ୍ଵାମୀ ବିବେକ ଦହିୟା ଆଜି ଯାଆଁଳା ଶିଶୁଙ୍କ ପିତାମାତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । କପଲ୍  ସୋସିଆଲ ମିଡିଆ ପୋଷ୍ଟରେ ଏ ନେଇ ପୋଷ୍ଟ କରିଥିବାବେଳେ ଫ୍ୟାନ୍ସଙ୍କ ସହ ନିଜର ଖୁସି ମୁହୂର୍ତ୍ତକୁ ସେୟାର କରିଛନ୍ତି । କପଲ୍ ପୋଷ୍ଟରେ ଲେଖିଛନ୍ତି ଯେ, ଆମେ ଭଗବାନଙ୍କୁ ଖୁସି ମାଗିଥିଲୁ, କିନ୍ତୁ ଭଗବାନ ଆମକୁ ଡବଲ୍ ଖୁସି ଦେଇଛନ୍ତି ।

ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ଦୁଇଟି ଯାଆଁଳା ଶିଶୁପୁତ୍ରଙ୍କୁ ଜନ୍ମ ଦେଇଛନ୍ତି । ଏ ନେଇ ସେ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, "ଶେଷରେ ଅପେକ୍ଷାର ଅନ୍ତ ଘଟିଛି । ଦୁଇଟି ଶିଶୁପୁତ୍ର ଆମ ଘରକୁ ଆସିଛନ୍ତି । ଏବେଠୁ ଜୀବନଟା ଅତି ସୁନ୍ଦର ଲାଗିଲାଣି, ଯାହାକୁ ଆମେ କେବେ ବି କଳ୍ପନା ବି କରିନଥିଲୁ ।" ଏହାସହିତ 'ମେରେ କରନ୍ ଅର୍ଜୁନ ଆ ଗୟେ' ବୋଲି ଦିବ୍ୟଙ୍କା ଲେଖିଛନ୍ତି । ଏହାସହିତ ସେ କୁନିଶିଶୁଙ୍କ ଉପରେ ସମସ୍ତଙ୍କ ଆଶୀର୍ବାଦ ରହୁ ବୋଲି କାମନା କରିବା ସହ ଏବେ ସ୍ଵାମୀଙ୍କ ସହ ପିତାମାତା ହେବାର ନୂଆ ଅଧ୍ୟାୟ ଆରମ୍ଭ କରିଥିବା କହିଛନ୍ତି ।

ଦିବ୍ୟଙ୍କା ଓ ସ୍ଵାମୀ ବିବେକ ଫ୍ୟାନ୍ସଙ୍କଠାରୁ ଗର୍ଭଧାରଣ ଖବରକୁ ପ୍ରାୟ ୬ ମାସ ଲୁଚାଇ ରଖିଥିଲେ । ଏହାପରେ ଶେଷରେ ଏହି ଖୁସି ଖବରକୁ ସେ ନିଜ ଫ୍ୟାନ୍ସଙ୍କ ସହ ସେୟାର କରିଥିଲେ । ଦିବ୍ୟଙ୍କା ସେତେବେଳେ ଏକ ପୋଷ୍ଟରେ କହିଥିଲେ ଯେ ଏବେ ସେମାନେ ନିଜ ଜୀବନରେ କୁନି ଅତିଥିକୁ ଚାହୁଁଛନ୍ତି । ଗର୍ଭବତୀ ହେବା ଲାଗି ସେ ପ୍ରୟାସ କରିଥିଲେ ଓ ସମସ୍ତଙ୍କ ଆଶୀର୍ବାଦରୁ ଗର୍ଭଧାରଣ କରିଛନ୍ତି । ଏହି ଖବର ପାଇବା ପରେ ଦିବ୍ୟଙ୍କା ଓ ବିବେକଙ୍କ ପରିବାର ଉଭୟ ବେଶ ଖୁସିବ୍ୟକ୍ତ କରିଥିବା ସେମାନେ ଫ୍ୟାନ୍ସଙ୍କୁ ଜଣାଇଥିଲେ ।ଏକ ସାକ୍ଷାତକାରରେ କଥା ହେବା ସମୟରେ ଦିବ୍ୟଙ୍କା କହିଥିଲେ ଯେ ସେ ୬ ମାସ ପର୍ଯ୍ୟନ୍ତ 'ଲୋ ପବ୍ଲିକ୍ ପ୍ରୋଫାଇଲ' ବଜାୟ ରଖିଥିଲେ । ଅନାବଶ୍ୟକ ଭାବେ ସେ ଘରୁ ବାହାରୁନଥିଲେ, ଯାହାଦ୍ଵାରା ସେମାନେ ପାପାରାଜିଠାରୁ ଦୂରେଇ ରହିଥିଲେ ଓ ତାଙ୍କ ଗର୍ଭଧାରଣ ଖବର ମିଡିଆରେ ପ୍ରକାଶ ପାଇପାରିନଥିଲା । 

ଆହୁରି ପଢନ୍ତୁ-Ranveer Singh Banned : 'ଡନ୍‌-୩' ଛାଡିବା ରଣବୀରଙ୍କୁ ପଡ଼ିଲା ମହଙ୍ଗା, ଫିଲ୍ମ ଇଣ୍ଡଷ୍ଟ୍ରିରୁ ବ୍ୟାନ୍ କଲା FWICE

ପ୍ରକାଶ ଥାଉକି, ଟେଲିଭିଜନର ଏହି ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟଙ୍କା ୟେ ହୈ ମୋହବତେଁ ଟେଲି ଧାରାବାହିକ ସମୟରେ ବିବେକଙ୍କୁ ଭେଟିଥିଲେ । ସେହି ସିରିଏଲରେ ଦିବ୍ୟଙ୍କା ଲିଡ୍ ଅଭିନେତ୍ରୀ ଥିବାବେଳେ ବିବେକ ସାଇଡ୍ ଆକ୍ଟର ଭାବେ କାମ କରୁଥିଲେ । ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଓ ଦୁହେଁ ୨୦୧୬ ଜୁଲାଇ ୮ ତାରିଖରେ ବିବାହ କରିଥିଲେ । ଦିବ୍ୟଙ୍କାଙ୍କ ବିଳମ୍ବ ଗର୍ଭଧାରଣକୁ ନେଇ ମଧ୍ୟ ବେଶ ଚର୍ଚ୍ଚା ହୋଇଥିଲା, ଯାହାକୁ ନେଇ ଅଭିନେତ୍ରୀ ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିଲେ ।