ନୂଆଦିଲ୍ଲୀ: କିଛି ଦିନର ନୀରବତା ପରେ କର୍ଣ୍ଣାଟକରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଚୌକି ପାଇଁ ଟଣାଓଟରା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସମର୍ଥକ ମାନେ ତାଙ୍କୁ ପାଞ୍ଚ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ରହିବାକୁ ଚାହାଁନ୍ତି, ସେପଟେ ଡିକେ ଶିବକୁମାରଙ୍କୁ ସମର୍ଥନ କରୁଥିବା ଲୋକମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରୁଛନ୍ତି। ଆଉ ଏହାରି ଭିତରେ ଏବେ ତୃତୀୟ ମୋର୍ଚ୍ଚା (TFP) ମଧ୍ୟ ସକ୍ରିୟ ହୋଇଛି। ଏହି ସମୟରେ, ଡିକେ ଶିବକୁମାର ଦିଲ୍ଲୀରେ କଂଗ୍ରେସ ଦଳର ନେତୃତ୍ୱଙ୍କୁ ଭେଟି ନୂତନ ଗୁଜବ ସୃଷ୍ଟି କରିଛନ୍ତି। କିନ୍ତୁ ପରେ ସେ କହିଛନ୍ତି ଯେ, ଏହି ବୈଠକ ରାଜନୈତିକ ପ୍ରସଙ୍ଗରେ କେନ୍ଦ୍ରିତ ଥିଲା।

AICC ବୈଠକ ପରେ, ଶିବକୁମାର କହିଥିଲେ, "ମୁଁ ଭାବୁନାହିଁ ଯେ ମୁଁ ୧୦ ଜନପଥ ଭିତରେ କାହାକୁ ଭେଟିଥିଲି ତାହା ପ୍ରକାଶ କରିବା ଆବଶ୍ୟକ। ଆମେ ରାସ୍ତାରେ ରାଜନୀତି ଆଲୋଚନା କରିବାକୁ ପ୍ରସ୍ତୁତ ନୁହେଁ। ଆମେ ଆମର ହାଇକମାଣ୍ଡଙ୍କୁ ଭେଟି ଯାହା ଆଲୋଚନା କରିବା ଆବଶ୍ୟକ ତାହା ଆଲୋଚନା କରିଥିଲୁ। ମୁଁ ଏଠାକୁ ଆସିବା ପରେ, ଆମେ ଅନେକ ବିଷୟରେ ଆଲୋଚନା କରିଥିଲୁ, ମୋତେ ଏସବୁ ବ୍ୟାଖ୍ୟା କରିବାର ଆବଶ୍ୟକତା ନାହିଁ। ରାଜନୈତିକ ପ୍ରସଙ୍ଗରେ ଆଲୋଚନା କରିବାକୁ ଏଠାକୁ ଆସିଥିଲୁ, ଖାଲିଟାରେ ହାଓ୍ବାରେ ନିଶ୍ବାସ ନେବାକୁ ଆସିନଥିଲୁ ।

ସୂଚନାଥାଉକି, କର୍ଣ୍ଣାଟକ କଂଗ୍ରେସ ଭିତରେ ନେତୃତ୍ୱ ବିବାଦ ଗତ ବର୍ଷ ନଭେମ୍ବରରେ ଆରମ୍ଭ ହୋଇଥିଲା, ଯେତେବେଳେ କି ସରକାର ଏହାର ପାଞ୍ଚ ବର୍ଷର କାର୍ଯ୍ୟକାଳର ଅଧା ସମୟ ଅତିକ୍ରମ କରିଥିଲା। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସହିତ, ଗୃହମନ୍ତ୍ରୀ ଜି ପରମେଶ୍ୱର ମଧ୍ୟ ଶୀର୍ଷ ପଦବୀ ପାଇଁ ଦୌଡ଼ରେ ଅଛନ୍ତି। ପୂର୍ବରୁ, କର୍ଣ୍ଣାଟକ କଂଗ୍ରେସ ବିଧାୟକ ଇକବାଲ ହୁସେନ କହିଥିଲେ ଯେ ଅତି କମରେ ୮୦ ଜଣ ଦଳୀୟ ବିଧାୟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ନାମ ମୁଖ୍ୟମନ୍ତ୍ରୀ ପଦ ପାଇଁ ହାଇକମାଣ୍ଡଙ୍କ ନିକଟରେ ଦାଖଲ କରିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି ଯେ ଆମେ ଏହାକୁ ହାଇକମାଣ୍ଡ ଉପରେ ଛାଡି ଦେଇଛୁ। ୮୦ ରୁ ୯୦ ଜଣ ବିଧାୟକ ହାଇକମାଣ୍ଡଙ୍କୁ ଡିକେ ଶିବକୁମାରଙ୍କୁ (ମୁଖ୍ୟମନ୍ତ୍ରୀ ପଦ ପାଇଁ) ସୁଯୋଗ ଦେବାକୁ ଅନୁରୋଧ କରିଛନ୍ତି। ଆମେ ଏକ ଶୃଙ୍ଖଳିତ ଦଳ ଏବଂ ଆମକୁ ସଠିକ୍ ଭାବରେ ବ୍ୟବହାର କରିବାକୁ ପଡିବ।