ନୂଆଦିଲ୍ଲୀ, ୧୮/୦୫ : ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଗଭୀର ଆର୍ଥିକ ସଙ୍କଟ ସୃଷ୍ଟି ହୋଇଛି। ଏହାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଗସ୍ତ, ଇନ୍ଧନ ଖର୍ଚ୍ଚ ବନ୍ଦ କରିବାକୁ ଅପିଲ୍ କରିଛନ୍ତି। ତେବେ ପ୍ରଶ୍ନ ଉଠୁଛି କଣ ସତରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ କଥାକୁ ଗୁରୁତ୍ଵ ଦେଇ ଅନୁପାଳନ କରୁଛନ୍ତି ? ଲାକ୍ଷାଦ୍ଵୀପର ପର୍ଯ୍ୟଟନ ଏହାର ଉଦାହରଣ ଦେଉଛି।

ଇଣ୍ଡିଆ ଟୁଡେର ଏକ ରିପୋର୍ଟ ଅନୁଯାୟୀ, ୨୦୨୦ରେ ଲାକ୍ଷାଦୀପରେ ପର୍ଯ୍ୟଟକଙ୍କ ସଂଖ୍ୟା ୩ ହଜାର ୮୭୫ ଥିଲା। ୨୦୨୪ରେ ଏହା ଅଚାନକ ବୃଦ୍ଧି ପାଇ ୬୮ ହଜାର ୩୨୮ରେ ପହଞ୍ଚିଥିଲା। ୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲାକ୍ଷାଦ୍ଵୀପ ଗସ୍ତ ଏବଂ ଫଟୋ ପୋଷ୍ଟ ପରେ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥିଲା। ଏହି ଫଟୋରେ ମୋଦି ଲାକ୍ଷାଦ୍ଵୀପର ସୌନ୍ଦର୍ଯ୍ୟ, ସମୁଦ୍ର ତଟ ଏବଂ ପର୍ଯ୍ୟଟନ କ୍ଷମତା ବିଷୟରେ ପୋଷ୍ଟ କରିଥିଲେ। ସେହି ସମୟରେ ମାଲଦ୍ଵୀପ ସହ ତିକ୍ତତା ଯୋଗୁଁ ବିଦେଶ ଗସ୍ତ ନକରି ନିଜ ଦେଶର ପର୍ଯ୍ୟଟନକୁ ସମୃଦ୍ଧ କରିବାକୁ ମୋଦି ଆହ୍ଵାନ ଦେଇଥିଲେ। ଏହା ପରେ ଭାରତୀୟମାନେ ମୋଦିଙ୍କ ଅପିଲକୁ ଗୁରୁତ୍ଵ ଦେଇଥିଲେ।

୨୦୨୩ରେ ଲାକ୍ଷାଦ୍ଵୀପରେ ପର୍ଯ୍ୟଟକଙ୍କ ସଂଖ୍ୟା ୪୬ ହଜାର ୫୫୧ ଥିଲା। ହେଲେ ୨୦୨୪ରେ ଏହି ସଂଖ୍ୟା ବଢି ୬୮ ହଜାର ୩୨୮ରେ ପହଞ୍ଚିଥିଲା। ଲାକ୍ଷାଦ୍ଵୀପ ପର୍ଯ୍ୟଟନରେ ପ୍ରାୟ ୪୭ ପ୍ରତିଶତ ବୃଦ୍ଧି ପାଇଥିଲା। ମାଲଦ୍ଵୀପକୁ ଭାରତୀୟଙ୍କ ଯିବା ୩୭.୫ ପ୍ରତିଶତ ହ୍ରାସ ପାଇଥିଲା। ମାଳଦ୍ଵୀପ ପର୍ଯ୍ୟଟନରେ ଶୀର୍ଷରେ ଥିବା ଭାରତ ଷଷ୍ଠ ସ୍ଥାନକୁ ଖସି ଆସିଥିଲା।

ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଏବେ ମୋଦି ପୁଣି ଥରେ ବିଦେଶ ଗସ୍ତ ନକରିବାକୁ ଆହ୍ଵାନ ଦେଇଛନ୍ତି। ଲାକ୍ଷାଦ୍ଵୀପ ଉଦାହରଣରୁ ଜଣାପଡ଼ୁଛି ଯେ, ଦେଶହିତ ପାଇଁ ପ୍ରଧାନମନ୍ତ୍ରୀଙ୍କ ଯେକୌଣସି ଆହ୍ବାନକୁ ଭାରତୀୟ ଗୁରୁତ୍ଵର ସହ ନିଅନ୍ତି।

ଏହି ଖବରଟିକୁ ପଢନ୍ତୁVijay Govt will fall: ୬ ମାସରେ ବିଜୟ ସରକାରର ପତନ, ପୁଣି ମୁଖ୍ୟମନ୍ତ୍ରୀ ହେବେ ଷ୍ଟାଲିନ୍; କିଏ କଲା ଭବିଷ୍ୟବାଣୀ ?