ନୂଆଦିଲ୍ଲୀ,୧୮/୦୫: ତାମିଲନାଡୁରେ ବିଜୟ ସରକାର । ଡିଏମକେକୁ ହରାଇ କ୍ଷମତା ହାସଲ କରିଛି ଟିଭିକେ । ସାଉଥ୍ ଷ୍ଟାରରୁ ରାଜନେତା ପାଲଟିଥିବା ଥଲାପାତି ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ବିଜୟଙ୍କ ସରକାରକୁ ୮ ଦିନ ହୋଇଛି । ଏହାରି ଭିତରେ ତାଙ୍କ ସରକାର ପତନକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି । ତାମିଲନାଡୁ ତିରୁଚେନ୍ଦୁର ବିଧାୟକ ଅନିଥା ରାଧାକୃଷ୍ଣନ ରାଜ୍ୟ ସରକାରଙ୍କ ସମ୍ପର୍କରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ, ତାମିଲନାଡୁ ଭେଟ୍ରି କାଝାଗମ୍ ବା ଟିଭିକେଙ୍କ ନେତୃତ୍ୱରେ ବର୍ତ୍ତମାନର ସରକାର ୬ ମାସ ମଧ୍ୟରେ ପତନ ହେବ । ସେ ଏହା ମଧ୍ୟ ଦାବି କରିଛନ୍ତି କି, ଡିଏମକେ ନେତା ତଥା ବିରୋଧୀ ଦଳ ନେତା ଏମକେ ଷ୍ଟାଲିନ ପୁଣି କ୍ଷମତାକୁ ଫେରିବେ । ସମ୍ପ୍ରତି, ଦକ୍ଷିଣ ଭାରତୀୟ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଜୋସେଫ୍ ବିଜୟଙ୍କ ମେଣ୍ଟ ସରକାର କ୍ଷମତାରେ ଅଛି ।

ଚ୍ୟାଲେଞ୍ଜ ଦେଲେ... ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଡିଏମକେ ବିଧାୟକ ରାଧାକୃଷ୍ଣନ ରବିବାର ଦାବି କରିଛନ୍ତି, ''ଥଲଇବର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ । ୪ କିମ୍ବା ୬ ମାସରେ ଆମ ନେତା ମୁଖ୍ୟମନ୍ତ୍ରୀ ହେବେ । ଏବେ ସୁଦ୍ଧା ଏହି ଦାବିକୁ ନେଇ ଟିଭିକେର କୌଣସି ପ୍ରତିକ୍ରିୟା ମିଳିନାହିଁ । ଡିଏମକେ ବିଧାୟକ ଟିଭିକେ ବିଧାୟକ ଆଧବ ଅର୍ଜୁନଙ୍କୁ ମଧ୍ୟ ପୁଣି ଥରେ ନିର୍ବାଚନ ଲଢିବାକୁ ଚ୍ୟାଲେଞ୍ଜ ଦେଇଛନ୍ତି । ଏହି ସରକରା ଆଉ ମାତ୍ର ୪ ମାସ ଚାଲିବ । ଆଧବ ଅର୍ଜୁନ ନାମକ ଜଣେ ବ୍ୟକ୍ତି ଅଛନ୍ତି । ଯଦି ତୁମର ସାହସ ଅଛି, ତେବେ ତୁମର ବିଧାୟକ ପଦରୁ ଇସ୍ତଫା ଦିଅ । ମୁଁ ମଧ୍ୟ ସେହିପରି କରିବି । ଆସନ୍ତୁ ତିରୁଚେନ୍ଦୁରରେ ଲଢିବା । ଏହା ଆମର ସହର । ଆମେ ଯେକୌଣସି ବ୍ୟକ୍ତିଙ୍କୁ ପରାସ୍ତ କରିପାରିବା ।'' ଗତ ୨୫ ବର୍ଷରେ ଧରି ତିରୁଚେନ୍ଦୁରକୁ ରାଧାକୃଷ୍ଣନଙ୍କ ଗଡ଼ ଭାବେ ବିବେଚନା କରାଯାଇ ଆସୁଛି । ସେ ପ୍ରଥମେ ୨୦୦୧ ମସିହାରେ ଏଠାରେ ଜିତିଥିଲେ ।

କମିଟି ଗଠନ କରିଛି ଡିଏମକେ- ତାମିଲନାଡୁ ବିଧାନସଭା ନିର୍ବାଚନରେ ​​ଶୋଚନୀୟ ପରାଜୟ ପରେ, ମୁଖ୍ୟ ବିରୋଧୀ ଦଳ, ଡିଏମକେ, ଏକ କମିଟି ଗଠନ କରିଛି । ଏହି ୩୬ ଜଣିଆ କମିଟି ପରାଜୟର କାରଣ ସମୀକ୍ଷା ଏବଂ ଆତ୍ମନିରୀକ୍ଷଣ କରିବ । ପୂର୍ବ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ କମିଟିକୁ ପରାଜୟର କାରଣ ସମ୍ପର୍କରେ ଏକ ନିରପେକ୍ଷ ଏବଂ ସ୍ପଷ୍ଟ ରିପୋର୍ଟ ମାଗିଛନ୍ତି । ରାଜ୍ୟରେ ଶାସନ ବିରୋଧୀ ଲହର ପରିସ୍ଥିତି ସତ୍ତ୍ୱେ ଅପ୍ରତ୍ୟାଶିତ ପରାଜୟକୁ ଉଲ୍ଲେଖ କରି ପୂର୍ବ ମୁଖ୍ୟମନ୍ତ୍ରୀ ସମୀକ୍ଷା ପ୍ୟାନେଲକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । କମିଟି ସଦ୍ୟସଙ୍କୁ ସମ୍ବୋଧନ କରି ସେ ସ୍ପଷ୍ଟ କରିଥିଲେ ଯେ, ଏହି ଅଭ୍ୟାସ କେବଳ ଏକ ଔପଚାରିକତା ନୁହେଁ ଦଲର ନିର୍ବାଚନୀ ପତନର ମୂଳ କାରଣଗୁଡିକୁ ବୁଝିବା ପାଇଁ ଏକ ପ୍ରୟାସ । କମିଟିକୁ ଏକ ଚୂଡାନ୍ତ ରିପୋର୍ଟ ଦାଖଲ କରିବାକୁ ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି । କୋଲାଥୁରରୁ ହାରିଥିବା ଷ୍ଟାଲିନ ଜୋର ଦେଇଥିଲେ କି, ସମୀକ୍ଷା ଆଭ୍ୟନ୍ତରୀଣ ରାଜନୀତି, ପକ୍ଷପାତ କିମ୍ବା ଦୋଷ ମୁକ୍ତ ହେବା ଦରକାର । ପ୍ୟାନେଲ ସଦ୍ୟସଙ୍କୁ କହିଥିଲେ ତୁମର କର୍ତ୍ତବ୍ୟ କାହାକୁ ସୁରକ୍ଷା ଦେବା କିମ୍ବା କାହାକୁ ଟାର୍ଗେଟ କରିବା ଉଚିତ୍ ନୁହେଁ ।

​​​​​​​

ଏହା ବି ପଢନ୍ତୁ...Kerala CM Oath : କେରଳମ୍ର ନୂଆ ମୁଖ୍ୟମନ୍ତ୍ରୀ ଭି.ଡି ସତୀଶନ୍, ୬୦ ବର୍ଷ ପରେ ଏକାଠି କ୍ୟାବିନେଟ୍ ଶପଥ