ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ବାଦାମ ସହିତ ଭୁଲରେ ବି ଖାଆନ୍ତୁନି ଏହି ଜିନିଷ, ହୋଇପାରେ ସମସ୍ୟା

Published By : Anindita Ratha | April 11, 2025 2:33 PM

ବାଦାମକୁ ସୁପରଫୁଡ଼ ବୋଲି କୁହଯାଏ । କାରଣ ଏଥିରେ ପ୍ରୋଟିନ, ଫାଇବର, ଭିଟାମିନ-ଇ, ମାଗ୍ନେସିୟମ ଓ ଆଣ୍ଟଅକ୍ସିଡ଼ାଣ୍ଟ ଭରପୁର ମାତ୍ରାରେ ରହିଛି। ପ୍ରତିଦିନ ବାଦାମ ଖାଇବା ଦ୍ବାରା ସ୍ମରଣ ଶକ୍ତି ବୃଦ୍ଧି ପାଇବା ଦ୍ବାରା ହାର୍ଟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ହ୍ରାସ ପାଇଥାଏ। ତେବେ ଆପଣ ଯଦି ପ୍ରତିଦିନ ବାଦାମ ଖାଉଛନ୍ତି ଇମ୍ୟୁନ ସିଷ୍ଟମ ମଧ୍ୟ ମଜବୁତ ହୋଇଥାଏ। ତେବେ ଡ଼ାଇଟିସିଆନଙ୍କ ମତରେ ,ଏଭଳି କିଛି ଜିନିଷ ରହିଛି ଯାହାକୁ ବାଦାମ ସହିତ ଖାଇବା ଦ୍ବାରା ଶରୀର ପାଇଁ ଫାଇଦା ନୁହେଁ ବରଂ ହାନିକାରକ ହୋଇଥାଏ। 

ବାଦାମର ନ୍ୟାଚୁରାଲ ନ୍ୟୁଟ୍ରିସିଅନ ଥାଏ ଯାହା ଶରୀର ପାଇଁ ବେଶ୍ ଲାଭଦାୟକ । ଯଦି ଆପଣ ନମକିନ ଜିନିଷ ଯେପରିକି ଚିପ୍‌ସ ବା ଛଣା ଜିନିଷ ସହିତ ବାଦାମ ଖାଉଛନ୍ତି ତେବେ ଏହା ଶରୀର ପାଇଁ କ୍ଷତିକାରକ ହୋଇପାରେ। ଅଧିକ ଲୁଣ ରକ୍ତଚାପକୁ ବଢାଇଥାଏ। ବାଦାମର ପୋଷକ ତତ୍ତ୍ବ ଫାଇଦା କମ୍ କରାଇଥାଏ।  ସେହିପରି ବାଦାମରେ ମ୍ୟାଗ୍ନେସିଅମ ଥାଏ। କିନ୍ତୁ ଯଦି ଆପଣ କଫିନ୍ ସହିତ ବାଦାମ ଖାଆନ୍ତି ତେବେ ନିଦ ନ ହେବା, ଚିଡଚିଡାପଣ ଓ ହାର୍ଟ ରେଟ୍‌ରେ  ଅସନ୍ତୁଳନ ଭଳି ସମସ୍ୟା ଦେଖାଦେଇଥାଏ। 

ଏହା ମଧ୍ୟ ପଢନ୍ତୁ-  ବ୍ୟାୟାମ ପରେ ମାଂସପେଶୀରେ ଯନ୍ତ୍ରଣା ହେଉଛି କି? ଜାଣନ୍ତୁ କିପରି କରିବେ ନିୟନ୍ତ୍ରଣ

ବାଦାମ ସ୍ବାସ୍ଥ୍ୟକର ସ୍ନାକ୍ସ ଅଟେ । କିନ୍ତୁ ଯଦି ଆପଣ ଏହାକୁ ମିଠା, ଚକୋଲେଟ ବା ମିଠା ଜାତୀୟ ଦ୍ରବ୍ୟ ସହିତ ଖାଆନ୍ତି , ତେବେ ଶରୀରରେ ବ୍ଲଡ଼୍ ସୁଗାର ଲେବଲ ଦ୍ରୁତଗତିରେ ବଢିପାରେ । ଏହା ଡାଇବେଟିସ ରୋଗୀଙ୍କ ପାଇଁ ଅଧିକ ହାନିକାରକ ହୋଇପାରେ । ସେହିପରି ଲେମ୍ବୁ , କମଳା, ଅଙ୍ଗୁର ଭଳି ଖଟା ଜାତୀୟ ଫଳ ସହିତ ଖାଇବା ଦ୍ବାରା ହଜମ ପ୍ରକ୍ରିୟାରେ ଅସୁବିଧା ଦେଖାଦିଏ। ଖଟା ଫଳରେ ସିଟ୍ରିକା ଏସିଡ ଖାଏ କିନ୍ତୁ ବାଦାମରେ ଫାଇବର ଥାଏ। ତେଣୁ ଏହାକୁ ଏକାଠି ଖାଇବାଦ୍ବାରା ପେଟ ଦରଜ ଭଳି ସମସ୍ୟା ଦେଖାଦିଏ। ତେଣୁ ଖଟାଫଳ ଖାଇବା ପରେ କିମ୍ବା ପୂର୍ବରୁ ବାଦାମ ଖାଇବାରୁ ଦୂରେଇ ରୁହନ୍ତୁ । 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.