‘ଦୁଇ ରାଜ୍ୟର ‘ଜେଡ୍ ଫ୍ଲସ୍’ ସୁରକ୍ଷା ନେଇ ବୁଲୁଛନ୍ତି, କେହି ପାଣି ଫୋପାଡି ଦେଲା ତ...’, କେଜ୍ରିଓ୍ବାଲଙ୍କୁ ଘେରିଲେ ସ୍ବାତୀ ମାଲିଓ୍ବାଲ
ନୂଆଦିଲ୍ଲୀ,୧।୧୨: ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟଙ୍କ ଉପରକୁ ପାଣି ଫୋପାଡିବା ମାମଲାକୁ ନେଇ ସୃଷ୍ଟି ହୋଇଛି ବିବାଦ। ଏହାକୁ ନେଇ ରାଜ୍ୟସଭା ସାଂସଦ ସ୍ବାତୀ ମାଲିଓ୍ବାଲ ତାଙ୍କୁ ଘେରିଛନ୍ତି। ମାଲିଓ୍ବାଲ କହିଛନ୍ତି, କେଜ୍ରିଓ୍ବାଲ ଦୁଇ ରାଜ୍ୟର ଜେଡ୍ ପ୍ଲସ୍ ସୁରକ୍ଷାରେ ବୁଲୁଛନ୍ତି। ତାଙ୍କୁ କିଏ ପାଣି ଫେପାଡି ଦେଲା ଯେ, ସେଥିପାଇଁ ଏବେ ତାଙ୍କ ରାତିର ନିଦ ହଜି ଯାଇଛି।
ଦିଲ୍ଲୀ ମହିଳା କମିଶନ୍ର ପୂର୍ବତନ ଅଧ୍ୟକ୍ଷ ଥିବା ସ୍ବାତୀ ରବିବାର ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ‘ଆପ୍’ର ରାଷ୍ଟ୍ରୀୟ ସଂଯୋଜକଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲଙ୍କୁ, ଦୁଇ ରାଜ୍ୟର ଜେଡ୍ ପ୍ଲସ୍ ସୁରକ୍ଷା ମିଳିଛି। ହେଲେ ତାଙ୍କ ଉପରେ କିଏ ପାଣି ଫୋପାଡି ଦେଲା ଯେ, ତାକୁ ସେ ପ୍ରାଣଘାତୀ ଆକ୍ରମଣ କହୁଛନ୍ତି। ଏବେ ତାଙ୍କ ରାତିର ନିଦ ବି ଉଡି ଯାଇଛି। ତେବେ ସେ ମୁଁ କିନ୍ତୁ ଏହି ଘଟଣାକୁ ନିନ୍ଦା କରୁଛି। କିନ୍ତୁ ଯେତେବେଳେ ଆପଣଙ୍କ ଘରେ ଆପଣଙ୍କ ଉପସ୍ଥିତିରେ ପୋଷା ଗୁଣ୍ଡମାନେ ମୋତେ ଏତେ ମାଡ, ମାରିଲେ ଗାଳି ଦେଲେ ଏବଂ ଖରାପ ବ୍ୟବହାର କରିଥିଲେ, ଆପଣଙ୍କୁ ସେତେବେଳେ ଲାଜ ଲାଗିନଥିଲା ?
ସ୍ବାତୀ କହିଛନ୍ତି, ମୋତେ ମାରିଥିବା ବ୍ୟକ୍ତିକୁ ପଞ୍ଜାବ ସରକାରରେ ସବୁଠାରୁ ଉଚ୍ଚ ପଦରେ ରଖାଯାଇଛି। ନିର୍ଲଜଙ୍କ ଭଳି ମୋ ବିରୋଧରେ ଷଡଯନ୍ତ୍ର କରି, ସମ୍ବାଦିକ ସମ୍ବିଳନୀ କରିଥଲ। ମୋତେ ଚୁପ୍ ରହିବାକୁ ଚାପ ପକାଇଥିଲେ, ମୋ କ୍ୟାରିୟର ଶେଷ କରିବାକୁ ଧମକ ଦେଇଥିଲେ। ମୋତେ ଶେଷ କରିବ ? ଯେତେ ଅର୍ଥ ଓ ବାହୁବଳ ଲଗାଇ ଦିଅ ସାରା ଜୀବନ ମଦ ମାଫିଆ, ମାନବ ଚୋରା ଚାଲାଣକାରୀ ଓ ଗୁଣ୍ଡାଙ୍କ ସହ ଲଢେଇ କରିବି। ଅନ୍ୟାୟ ବିରୋଧରେ ସବୁବେଳେ ଲଢିବା ଜାରି ରଖିବି।’
ଉଲ୍ଲେଖନୀୟ ଯେ, ଦିଲ୍ଲୀର ମାଲବୀୟ ନଗରରେ ଗତକାଲି ଜଣେ ବ୍ୟକ୍ତି କେଜ୍ରିଓ୍ବାଲଙ୍କ ପଦଯାତ୍ର ବେଳେ ତାଙ୍କ ଉପରକୁ ଲିକ୍ବିଡ ଫୋପାଡିଥିଲେ। ଏହାପରେ ସୁରକ୍ଷାକର୍ମୀ ତାଙ୍କୁ ଗିରଫ କରିଥିଲେ। ଆପ୍ କହିଛି, ଗିରଫ ବ୍ୟକ୍ତି ପଦଯାତ୍ରା ବେଳେ କେଜ୍ରିଓ୍ବାଲଙ୍କ ଉପରକୁ ସ୍ପିରିଟ୍ ଫୋପାଡି ତାଙ୍କୁ ଜଳାଇବାକୁ ଚାହୁଁଥିଲା। ତେବେ ପୋଲିସ କହିଛି, ବିନା ଅନୁମତିରେ ଆୟୋଜିତ ସାର୍ବଜନୀନ କାର୍ଯ୍ୟକ୍ରମ ବେଳେ କେଜ୍ରିଓ୍ବାଲଙ୍କ ଉପରକୁ ପାଣି ଫୋପଡା ଯାଇଥିଲା।