ଭୁବନେଶ୍ୱର, ୧୧/୬ : ଅଫିସ୍ ହେଉକି ମ୍ୟାରେଜ୍ ପାର୍ଟି। ଲିପଷ୍ଟିକ୍ ବିନା ମହିଳାଙ୍କ ମେକଅପ୍ ଅଧୁରା। ଚାହିଦାକୁ ଦେଖି ମାର୍କେଟ୍‌ ରେ ବି ଭଳିକି ଭଳି ରଙ୍ଗର ସେଡ୍‌ସ ମିଳୁଛି। ତେବେ ଆପଣ ଜାଣିଛନ୍ତି କି ? ଓଠରେ ଲଗାଉଥିବା ଏହି ପ୍ରଡକ୍ଟ ଭେଜ୍ କି ନନଭେଜ୍? ପ୍ରାୟ ଲୋକ ଏହି ବିଷୟରେ ଜାଣି ନଥାନ୍ତି। ଅଜାଣତରେ ଓଠରେ ନନଭେଜ୍ ପ୍ରଡକ୍ଟ ଲଗାଇ ଦିଅନ୍ତି। 

ଲିପଷ୍ଟିକ୍ ପ୍ରସ୍ତୁତ କରିବା ପାଇଁ ମହମ, ଭିନ୍ନ ଭିନ୍ନ ପ୍ରକାରର ଅଏଲ, ରଙ୍ଗ ଏବଂ କିଛି ରାସାୟନିକ ପଦାର୍ଥ ମିକ୍ସ ହୁଏ। ହେଲେ କିଛି ବ୍ରାଣ୍ଡ୍ ଲିପଷ୍ଟିକ୍ ତିଆରି ପାଇଁ ମାଛ ତେଲ ବ୍ୟବହାର କରନ୍ତି। ତେବେ ସବୁ ଲିପଷ୍ଟିକରେ ଏହାର ବ୍ୟବହାର ହୁଏ ନାହିଁ। ଚିକମିକିଆ ପର୍ଲ ଭଳି ଇଫେକ୍ଟ ଦେଖାଯାଉଥିବା ଲିପଷ୍ଟିକରେ ଗୁଆନିନ ଭଳି ପଦାର୍ଥ ମିଶାହୁଏ। ହେରିଂ ଭଳି ଏକ ବିଶେଷ ମାଛର ଉପର ପରସ୍ତ କିମ୍ଵା ସ୍କେଲ୍ସରୁ ଏହି ପଦାର୍ଥ ବାହାରେ। ତେବେ ଏହି ଗୁଆନିନ କେବଳ ଲିପଷ୍ଟିକ୍ ନୁହେଁ ନେଲପଲିସି ଏବଂ ଆଇସ୍ୟାଡୋରେ ମଧ୍ୟ ବ୍ୟବହାର କରାଯାଏ।

​​​​​​​

ସାଧାରଣତଃ ଲିପଷ୍ଟିକ୍ ଲଗାଇବା ପରେ ଓଠ ସପ୍ଟ ଲାଗେ। ଏହି ମଇଶ୍ଚର ପାଇଁ ଲିପଷ୍ଟିକରେ ସ୍କ୍ଵେଲିନର ବ୍ୟବହାର କରାଯାଏ। ସାର୍କ ମାଛର ଲିଭର ତେଲରୁ ସ୍କ୍ଵେଲିନ ବାହାର କରାଯାଏ। ଏବେ ବହୁ କମ୍ପାନୀ ଏହାର ବିକଳ୍ପ ବାଟ ବାହାର କଲେଣି। କିଛି ବଡ଼ ବଡ଼ ବ୍ରାଣ୍ଡ ସାର୍କ ତେଲ ବଦଳରେ ପ୍ଲାଣ୍ଟ ବେସଡ୍ ସିନ୍ଥେଟିକ ସ୍କ୍ଵେଲିନ ବ୍ୟବହାର କରୁଛନ୍ତି। ଏତଦ୍ ବ୍ୟତୀତ ଲିପଷ୍ଟିକରେ କାଷ୍ଟର ଅଏଲ, ଜୋଜୋବା ଅଏଲ, ନଡିଆ ତେଲ, ଅଲିଭ୍ ଅଏଲ୍ ଏବଂ କୋକୋ ବଟର ଭଳି ଉପାଦାନ ମିଶାଯାଉଛି। ଏହା ସହିତ, ଲିପଷ୍ଟିକରେ ରଙ୍ଗ ପାଇଁ ବିଭିନ୍ନ କଲର ଏବଂ ସୁଗନ୍ଧିତ ଦ୍ରବ୍ୟ ବ୍ୟବହାର କରାଯାଏ। 

ଆହୁରି ପଢନ୍ତୁ- ଦକ୍ଷିଣ କୋରିଆର ମାଇଲଖୁଣ୍ଟ, ହାରାହାରି ୯୦ ବର୍ଷ ବଞ୍ଚିବେ ମହିଳା

Veteran Filmmaker Bharathiraja’s Mortal Remains Reach His Hometown Theni