ପାଟନା, ୩୦/୦୭ : ବିହାରରେ ମହାଘୋଟାଲା। ସରକାରୀ ପ୍ରମାଣପତ୍ରରେ ଅବିଶ୍ଵସନୀୟ ହେରଫେର୍। ପାଟନାରେ ଡଗ୍ ବାବୁ ନାଁରେ ନିବାସ ପ୍ରମାଣ ପତ୍ର ଜାରି ହେବା ପରେ ଏବେ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରୁ ଚିହ୍ନଟ ହୋଇଛି ଏଭଳି ଅଜବ ପ୍ରମାଣପତ୍ର। ଏଭଳି ଏକ ନିବାସ ପ୍ରମାଣ ପତ୍ର ଭାଇରାଲ୍ ହେଉଛି। ଏଥିରେ ଆବେଦକଙ୍କ ନାମ ଫୋନ, ପିତାଙ୍କ ନାମ ମୋବାଇଲ୍ ଏବଂ ମା'ଙ୍କ ନାମ ବ୍ୟାଟେରୀ ରହିଛି। ସମସ୍ତିପୁରର ଆଉ ଏକ ପ୍ରମାଣ ପତ୍ରରେ ଆବେଦକଙ୍କ ନାମ ପ୍ୟାଶନ ପ୍ରୋ, ପିତାଙ୍କ ନାମ ଆପାଚି ବାଇକ୍ ଏଜେନ୍ସି ଏବଂ ମା'ଙ୍କ ନାମ ପେଟ୍ରୋଲ ଲେଖାଯାଇଛି।
ଏହି କ୍ରମରେ ନୱାଦାରୁ ଏକ ଅଜବ ଆବେଦନ ଫର୍ମ ସାମ୍ନାକୁ ଆସିଛି। ଏଥିରେ ଆବେଦକଙ୍କ ନାମ ଡୋଗେଶ ବାବୁ ରହିଛି। ପିତାଙ୍କ ନାମ ଡୋଗେଶ କେ ପାପା ଏବଂ ମା'ଙ୍କ ନାମ ଡୋଗେଶ କି ମମି ଲେଖାଯାଇଛି। ଏହା ପୂର୍ବରୁ ମୋତିହାରୀରେ ସୋନାଲିକା ଟ୍ରୈକ୍ଟରଙ୍କ ନାମରେ ନିବାସ ପ୍ରମାଣ ପତ୍ର ଆବେଦନ ହୋଇଥିଲା। ତେବେ ଏହି ସବୁ ପ୍ରମାଣ ପତ୍ର ଜାରି କରାଯାଇ ନାହିଁ। ଲୋକମାନଙ୍କର ଏଭଳି ଅଜବ ପ୍ରମାଣ ପତ୍ର ଦେଖି ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି। ସବୁ ଜିଲ୍ଲାର ଡିଏମ୍ଙ୍କୁ ଆଇଟି ଆକ୍ଟ ଏବଂ ଅନ୍ୟ ଧାରାକୁ କଠୋର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସାଧାରଣ ଲୋକେ ମଧ୍ୟ ଏଭଳି ଆବେଦନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଡିଜିଟାଲ୍ ଗଭର୍ଣ୍ଣାନସ୍ ସିଷ୍ଟମ ପାଇଁ ବଡ଼ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି।