ପ୍ରମୂଖ ଖବର
  • ଇଷ୍ଟଦେବୀଙ୍କୁ ଲାଗି ହେଲା ନବାନ୍ନ, ସମ୍ବଲପୁର ଅଧିଷ୍ଠାତ୍ରୀ ମା ସମଲେଶ୍ବରୀଙ୍କୁ ଲାଗି ହେଲା ନବାନ୍ନ
  • ||
  • ଆସନ୍ତା ୩୦ରୁ ଭିତରକନିକାରେ ପକ୍ଷୀ ଗଣନା, ପ୍ରତି ଦଳରେ ୭ ଜଣ ସାମିଲ ହେବେ
  • ||
  • କନ୍ଧମାଳ: ଦୋକାନ ଭିତରକୁ ମାଡ଼ିଗଲା କାର୍‌; ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
  • ||
  • ମହାନଦୀ ଜଳ ବିବାଦ, ଆଜି ରାୟପୁରରେ ଗୋଲଟେବୁଲ ବୈଠକ
  • ||
  • LOC ନିକଟ ଗୁରେଜ ସେକ୍ଟରରେ ଏନକାଉଣ୍ଟର, ୨ ଆତଙ୍କୀ ନିହତ
  • ||
  • ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା, ଗାଁ ଖୁଇଲ୍‌ ଗହଗହ
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୩୦ ଯାଏ ବିକ୍ଷିପ୍ତ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଆଲର୍ଟ
  • ||

ଭୁବନେଶ୍ବରରେ ହେବ କୁକୁର ଗଣନା

Published By : Suraj Kumar | August 28, 2025 6:04 PM

ଭୁବନେଶ୍ବର, ୨୮।୮ : ଭୁବନେଶ୍ବର ବିଏମସି ଅଞ୍ଚଳରେ  ହେବ କୁକୁର ଗଣନା । ସେପ୍ଟମ୍ବର ଦ୍ଵିତୀୟ କିମ୍ବା ତୃତୀୟ ସପ୍ତାହରୁ ଆରମ୍ଭ ହେବ କୁକୁର ଗଣନା।  ୭ରୁ  ୧୦ ଦିନ ମଧ୍ୟରେ ଭୁବନେଶ୍ୱରରେ ଏହି ଗଣନା ଶେଷ ହେବ ବୋଲି ବିଏମସି କମିଶନର ଚଞ୍ଚଳ ରାଣା କହିଛନ୍ତି। 

ଭେଟେନାରୀ ଡାକ୍ତରଙ୍କ ପରାମର୍ଶ ନେଇ ପ୍ରତି ୱାର୍ଡରେ ଏକକାଳୀନ ଗଣନା ଆରମ୍ଭ ହେବ। ପ୍ରତି ୱାର୍ଡ ପାଇଁ ୩ ରୁ ୪ଜଣ ଅଧିକାରୀ ରହିବେ। ଏହି ଗଣନା ପରେ କେଉଁ ଅଞ୍ଚଳରେ କେତେ କୁକୁର ଅଛନ୍ତି ତାର ପ୍ରକୃତ ତଥ୍ୟ ଜଣାପଡିବ। ବହୁତ ଦିନ ଆଗରୁ ଏକ ସର୍ଭେ ହୋଇଥିଲା। ପର୍ଟିକୁଲାର ଡାଟା ବା ତଥ୍ୟ ଜାଣିବା ପାଇଁ ଏବେ ପୁଣି ବିଏମସି କୁକୁର ଗଣନା କରିବ। ଗଣମାଧ୍ୟମରେ ବିଭିନ୍ନ ତଥ୍ୟ ଆସୁଛି, କିନ୍ତୁ ଏକ ବିଏମସି ତରଫରୁ  ପ୍ରକୃତ ତଥ୍ୟ ଦିଆଯିବ। ଗଣନା ଲାଗି ଟ୍ରେନିଂ ଦିଆଯିବ। ସାନିଟେସନରେ କାମ କରୁଥିବା ଲୋକେ ମଧ୍ୟ ଏଥିରେ ସାମିଲ ହେବେ ବୋଲି ବିଏମସି କମିଶନର କହିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.