ଜୋହାନ୍ସବର୍ଗ,୦୯/୦୪: ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧକୁ ନେଇ ଅନେକ କ୍ରୀଡ଼ା ପ୍ରତିଯୋଗିତା ପ୍ରଭାବିତ ହୋଇଛି । ପୂର୍ବରୁ ସାଉଦି ଆରବ ଗ୍ରାଁପ୍ରି ଫର୍ମୁଲା ୱାନ୍ ରେସ୍ ବାତିଲ ହୋଇ ସାରିଥିବାବେଳେ ଆଥ୍ଲେଟିକ୍ ସିଜନର ପ୍ରଥମ ପ୍ରତିଯୋଗିତା ଦୋହା ଡାଏମଣ୍ଡ ଲିଗ୍କୁ ଜୁନ୍ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ।
ଆସନ୍ତା ମାସ ୮ ତାରିଖରେ ଡାଏମଣ୍ଡ ଲିଗ୍ର ପ୍ରଥମ ଚରଣ ଆୟୋଜିତ ହେବାର ଥିଲା । ମାତ୍ର ଯୁଦ୍ଧରେ ପ୍ରଭାବିତ କତାରରେ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବା ସମ୍ଭବ ହୋଇ ପାରି ନାହିଁ । ଆୟୋଜକ ପ୍ରାଥମିକ ପର୍ଯ୍ୟାୟରେ ଜୁନ୍ ୧୯ ତାରିଖକୁ ଦୋହା ଡାଏମଣ୍ଡ ଲିଗ୍ ଘୁଞ୍ଚାଇ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ :- ଏକ୍ସଟ୍ରା ଖେଳାଳିଙ୍କ ପାଇଁ ନିୟମ; ମ୍ୟାଚ୍ ବେଳେ ଗ୍ରାଉଣ୍ଡକୁ ଏଣ୍ଟ୍ରୀ ମନା, ଅଚାନକ BCCI ବଦଳାଇଲା ନିୟମ
ସୂଚନାଯୋଗ୍ୟ, କୋପା ଆମେରିକା କପ୍ ଚାମ୍ପିଅନ୍ ଆର୍ଜେଣ୍ଟିନା ଓ ୟୁରୋ ଚାମ୍ପିଅନ୍ସିପ୍ ଚାମ୍ପିଅନ ସ୍ପେନ ମଧ୍ୟରେ ଫିନାଲେସିମା ମୁକାବିଲା ମଧ୍ୟ ଦୋହା ସହରରେ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଥିଲା । ଯୁଦ୍ଧ ଯୋଗୁଁ ଉକ୍ତ ମ୍ୟାଚକୁ ବାତିଲ କରାଯାଇଛି । ଏହା ବ୍ୟତୀତ କତାର ମୋଟୋ ଜିପି ଓ ବିଶ୍ୱ ଏଣ୍ଡ୍ୟୁରାନ୍ସ ଚାମ୍ପିଅନସିପ ମଧ୍ୟ ସ୍ଥଗିତ ରଖାଯାଇଛି।