ନୂଆଦିଲ୍ଲୀ,୦୯/୦୪; ଚଳିତ ଆଇପିଏଲ୍‌ରେ ଅତିରିକ୍ତ ଖେଳାଳିମାନଙ୍କ ପାଇଁ ବିସିସିଆଇ ନୂଆ ନିୟମ ଲାଗୁ କରିଛି । ମ୍ୟାଚ୍ ସମୟରେ କୌଣସି ଦଳର ଅତିରିକ୍ତ ଖେଳାଳି ଗ୍ରାଉଣ୍ଡ୍ ମଧ୍ୟରେ ପ୍ରବେଶ କରିପାରିବେ ନାହିଁ । ବିନା ଅନୁମତିରେ ଖେଳୁଥିବା ପ୍ଲେୟାରଙ୍କୁ ପାଣି ବି ପିଆଇ ପାରିବେ ନାହିଁ । କେବଳ ମ୍ୟାଚ ପାଇଁ ଦଳ ମ୍ୟାଚ ରେଫରୀଙ୍କୁ ପ୍ରଦାନ କରିଥିବା ୧୬ ଜଣିଆ ଦଳରେ ରହିଥିବା ଖେଳାଳିମାନେ ମ୍ୟାଚ ଚାଲିଥିବା ସମୟରେ ଗ୍ରାଉଣ୍ଡ ଭିତରେ ପ୍ରବେଶ କରିପାରିବେ । ବାକି ଖେଳାଳି ଡଗ୍ ଆଉଟ୍‌ରେ ବସି ପାରିବେ । ସୂଚନାଯୋଗ୍ୟ, ପ୍ରତ୍ୟେକ ଫ୍ରାଞ୍ଚାଇଜ ୨୫ ଜଣିଆ ଦଳ ଗଠନ କରିବାର ନିୟମ ରହିଛି । ମ୍ୟାଚ ପୂର୍ବରୁ ପ୍ରତ୍ୟେକ ଦଳ କେବଳ ୧୬ଜଣିଆ ଦଳ ତାଲିକା ମ୍ୟାଚ ରେଫରୀଙ୍କୁ ପ୍ରଦାନ କରିବେ । ୧୬ ଜଣ ଖେଳାଳିଙ୍କ ବ୍ୟତୀତ ଅନ୍ୟ କାହାକୁ ପଡିଆରେ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ ।

ନୂତନ ନିୟମ ଅନୁଯାୟୀ, ଅବଶିଷ୍ଟ ଖେଳାଳିମାନେ ଡଗ୍ ଆଉଟରେ ରହିବେ ଏବଂ ସୀମା ରେଖା ଏବଂ ଖଋଊ ବୋର୍ଡ ମଧ୍ୟରେ ଗତି କରିବାକୁ ଅନୁମତି ଦିଆଯିବ ନାହିଁ । ଦଳର ସୂତ୍ର କହୁଛି ଯେ, ସମ୍ପ୍ରତି ସ୍ପଷ୍ଟ ନିର୍ଦ୍ଦେଶ ଜାରି କରାଯାଇଛି ଯେ, ବଦଳ ଖେଳାଳିମାନେ ମ୍ୟାଚ୍ ସମୟରେ ପଡ଼ିଆରେ ବୁଲିପାରିବେ ନାହିଁ ଏବଂ ପାନୀୟ ନେଇପାରିବେ ନାହିଁ।

ଏହା ବି ପଢନ୍ତୁ...ହାରିବା ପରେ କାନ୍ଦିଲେ ଡେଭିଡ ମିଲର; ଅକ୍ଷରଙ୍କ ଆକ୍ସନ ଜିତିଲା ହୃଦୟ, ଦେଖନ୍ତୁ ଭିଡ଼ିଓ  

୧୧ ଜଣ ଖେଳିବେ ଓ ବାକି ୫ଜଣ ଖେଳାଳି ଆବଶ୍ୟକ ସ୍ଥଳେ ବଦଳ ଭାବେ ଫିଲ୍ଡିଂ କରି ପାରିବେ, ଗ୍ରାଉଣ୍ଡରେ ଥିବା ଖେଳାଳିଙ୍କ ପାଇଁ ପାଣି ନେଇ ପାରିବେ, ବ୍ୟାଟ ଓ ଅନ୍ୟାନ୍ୟ କ୍ରୀଡ଼ା ଉପକରଣ ନେଇ ପାରିବେ କିମ୍ବା ଟିମ ମ୍ୟାନେଜମେଣ୍ଟ ପକ୍ଷରୁ ଖେଳାଳିମାନଙ୍କ ନିକଟରେ କିଛି ସୂଚନା ପହଞ୍ଚାଇ ପାରିବେ । ଦଳର ବାକି ଖେଳାଳିମାନେ ଡ୍ରେସି ରୁମ୍ ଓ ଖେଳାଳିଙ୍କ ପାଇଁ ପ୍ରଦତ୍ତ ସ୍ଥାନରେ ବସି ପାରିବେ । କିନ୍ତୁ କୌଣସି କାର୍ଯ୍ୟ ପାଇଁ ଗ୍ରାଉଣ୍ଡରେ ପ୍ରବେଶ କରିପାରିବେ ନାହିଁ କିମ୍ବା ବାଉଣ୍ଡାରୀ ଲାଇନ୍ ନିକଟରେ ବୁଲା ବୁଲି କରିପାରିବେ ନାହିଁ ।