ନୂଆଦିଲ୍ଲୀ : ଘରୋଇ ବିମାନ ଯାତ୍ରୀଙ୍କ ସଂଖ୍ୟା ଚଳିତ ବର୍ଷ ନଭେମ୍ୱରରେ ବାର୍ଷିକ ଆଧାରରେ ୬.୯୨ ପ୍ରତିଶତ ବୃଦ୍ଧି ପାଇଁ ୧ କୋଟି ୫୨ ଲକ୍ଷ ୩୮ ହଜାରରେ ପହଞ୍ଚିଛି। ଏହା ପ୍ରଥମ ଥର ଯେବେ କୌଣସି ଏକ ମାସରେ ଦେଢ କୋଟିରୁ ଅଧିକ ଲୋକ ବିମାନ ଯାତ୍ରା କରିଛନ୍ତି। ଏହା ପୂର୍ବରୁ ସର୍ବାଧିକ ସଂଖ୍ୟା ଡିସେମ୍ୱର ୨୦୨୪ରେ ରେକର୍ଡ କରାଯାଇ ଥିଲା , ଯେବେ ଏକ କୋଟି ୪୯ ଲକ୍ଷ ୨୮ ହଜାର ଲୋକ ବିମାନ ଯାତ୍ରା କରିଥିଲେ।
ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ( ଡିଜିସିଏ) ଦ୍ୱାରା ଜାରି ତଥ୍ୟ ଅନୁସାରେ , ଚଳିତ ବର୍ଷ ଜାନୁଆରୀରୁ ନଭେମ୍ୱର ଯାଏ ୧୧ ମାସରେ ମୋଟ ୧୫ କୋଟି ୨୬ ଲକ୍ଷ ୩୫ ହଜାର ଲୋକ ବିମାନ ଯାତ୍ରା କରିଛନ୍ତି। ଏହା ଗତ ବର୍ଷର ସମାନ ଅବଧିରୁ ୪.୨୬ ପ୍ରତିଶତ ଅଧିକ। ବିଶେଷ କଥା ଏହା ଯେ, ନଭେମ୍ୱରରେ ଏହି ରେକର୍ଡ ସେତେବେଳେ ହୋଇଛି, ଯେବେ ଏହି ବର୍ଷ ଦୀପାବଳି ଓ ଛଟ୍ ପର୍ବ ଅକ୍ଟୋବରରେ ହିଁ ଶେଷ ହୋଇ ସାରିଥିଲା , ଯେବେ କି ଆନୁମାନିକ ଚାହିଦା ଖୁବ୍ ଅଧିକ ହୋଇଥାଏ।
ତଥ୍ୟ ଅନୁସାରେ , ସିଟ୍ ଅନୁପାତରେ(ପିଏଲଏଫ)ର ମାମଲାରେ ଅକାଶ ଏୟାର ୯୩.୮ ପ୍ରତିଶତ ସହ ପ୍ରଥମ ସ୍ଥାନରେ ରହିଛି। ଇଣ୍ଡିଗୋ ୮୮.୭ ପ୍ରତିଶତ ସହ ଦ୍ୱିତୀୟ ଓ ସ୍ପାଇସଜେଟ୍ ୮୭.୭ ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛି। ଏୟାର ଇଣ୍ଡିଆ ଗ୍ରୁପ୍ର ପିଏଲଏଫ ୮୭.୫ ପ୍ରତିଶତ ଓ ଇଣ୍ଡିଆୱାନ ଏୟାରର ୮୨.୭ ପ୍ରତିଶତ ରହିଛି।
ଯାତ୍ରୀ ସଂଖ୍ୟା ମାମଲାରେ ନଭେମ୍ୱରରେ ଇଣ୍ଡିଗୋ ଓ ଅକାସାର ମାର୍କେଟ୍ ସେୟାର ହ୍ରାସ ପାଇଛି, ଯାହାକି ଏୟାର ଇଣ୍ଡିଗୋ ଗ୍ରୁପ୍ (ଏୟାର ଇଣ୍ଡିଗୋ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ) ଓ ସ୍ପାଇସଜେଟ୍ର ମାର୍କେଟ୍ ସେୟାରରେ ବୃଦ୍ଧି ହୋଇଛି। ଇଣ୍ଡିଗୋର ମାର୍କେଟ ସେୟାର ଅକ୍ଟୋବରର ୬୫.୬ ପ୍ରତିଶତରୁ କମି ୬୩.୬ ପ୍ରତିଶତରେ ରହିଛି। ଏୟାର ଇଣ୍ଡିଆ ଗ୍ରୁପ୍ର ସେୟାର ୨୬.୭ ପ୍ରତଶତ , ଅକାସାର ୪.୭ ପ୍ରତିଶତ ଓ ସ୍ପାଇସ୍ଜେଟ୍ର ୩.୭ ପ୍ରତିଶତ ରହିଛି।
ଦେଶର ଛଅଟି ମେଟ୍ରୋ ସହର ଦିଲ୍ଲୀ , ବେଙ୍ଗାଲୁରୁ , ହାଇଦ୍ରାବାଦ, ମୁମ୍ୱାଇ ,ଚେନ୍ନାଇ ଓ କୋଲକାତାରେ ସଠିକ୍ ସମୟରେ ଉଡ଼ାଣ ଭରିବା ମାମଲାରେ ଅକାସା ଏୟାର ୭୨.୨ ପ୍ରତିଶତ ସହ ପ୍ରଥମ ସ୍ଥାନରେ ରହିଛି। ଏୟାର ଇଣ୍ଡିଆ ଗ୍ରୁପ୍ର ୬୯.୧ ପ୍ରତିଶତ ଉଡ଼ାଣ, ଇଣ୍ଡିଗୋର ୬୯ ପ୍ରତିଶତ, ଅଲାୟନ୍ସ ଏୟାରର ୫୯ ପ୍ରତିଶତ ଓ ସ୍ପାଇସଜେଟ୍ର ୪୮.୪ ପ୍ରତିଶତ ସମୟରେ ପ୍ରସ୍ଥାନ କରିଛି।
ସଠିକ୍ ସମୟରେ ଉଡ଼ାଣକୁ ପ୍ରସ୍ଥାନ କରିବା ମାମଲାରେ ୮୬.୪ ପ୍ରତିଶତ ସହ ଚେନ୍ନାଇ ଏୟାରପୋର୍ଟ ପ୍ରଥମ ସ୍ଥାନରେ ରହିଛି। ଏହାପରେ କ୍ରମଶଃ ବେଙ୍ଗାଲୁରୁ ଏୟାରପୋର୍ଟରୁ ୭୮.୬ ପ୍ରତିଶତ , ହାଇଦ୍ରାବାଦରୁ ୭୫.୫ ପ୍ରତିଶତ , କୋଲକାତାରୁ ୭୪.୪ ପ୍ରତିଶତ , ଦିଲ୍ଲୀରୁ ୬୨.୨ ପ୍ରତିଶତ ଓ ମୁମ୍ୱାଇରୁ ୫୦.୧ ପ୍ରତିଶତ ଉଡ଼ାଣ ସଠିକ୍ ସମୟରେ ହୋଇଛି।