ପ୍ରମୂଖ ଖବର
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ପୁଟିନଙ୍କ ଉପରେ ବର୍ଷିଲେ ଟ୍ରମ୍ପ; କହିଲେ,ସେ ରାତିର ଅନ୍ଧାରରେ...

Published By : Anindita Ratha | July 14, 2025 11:04 AM

ନୂଆଦିଲ୍ଲୀ,୧୪/୭:ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପୁଟିନଙ୍କ ଉପରେ ବର୍ଷିଛନ୍ତି। ନିଜର ଅସନ୍ତୋଷ ପ୍ରକାଶ କରି ଟ୍ରମ୍ପ କହିଛନ୍ତି ଯେ,ସେ  କେବଳ ଭଲ କଥା କୁହନ୍ତି, କିନ୍ତୁ ରାତିର ଅନ୍ଧାରରେ ଲୋକଙ୍କ ଉପରେ ବୋମା ଫୋପାଡ଼ନ୍ତି। 

ନ୍ୟୁ ଜର୍ସିରେ ଫିଫା ବିଶ୍ୱକପ୍ ଫାଇନାଲରୁ ଫେରିବା ପରେ ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ଟ୍ରମ୍ପ କହିଛନ୍ତି ଯେ,ମୁଁ ରାଷ୍ଟ୍ରପତି ପୁଟିନଙ୍କ ଉପରେ ବହୁତ ନିରାଶ। ସେ ଭଲ କଥା କୁହନ୍ତି। ସେ କଥା କହିବାରେ ବିଶେଷଜ୍ଞ କିନ୍ତୁ ସେ ରାତିର ଅନ୍ଧାରରେ ଲୋକଙ୍କ ଉପରେ ବୋମା ଫୋପାଡ଼ନ୍ତି। ଆମେ ଏହାକୁ ପସନ୍ଦ କରୁନାହୁଁ। ସେହିପରି ଯେତେବେଳେ ଟ୍ରମ୍ପଙ୍କୁ ପଚରାଗଲା ଯେ ଆମେରିକା ୟୁକ୍ରେନକୁ କି ସାହାଯ୍ୟ ଯୋଗାଇବାକୁ ଯାଉଛି। ଏନେଇ ଟ୍ରମ୍ପ କହିଥିଲେ ଯେ, ଆମେ ୟୁକ୍ରେନକୁ ପେଟ୍ରିଅଟ ମିସାଇଲ ପଠାଇବାକୁ ଯାଉଛୁ ଯାହା ସେମାନଙ୍କୁ ନିତ୍ୟାନ୍ତ ଆବଶ୍ୟକ। ତେବେ ପେଟ୍ରିଅଟ ହେଉଛି ଆମେରିକାର ସର୍ବୋତ୍ତମ ବାୟୁ ପ୍ରତିରକ୍ଷା ପ୍ରଣାଳୀ। ବୈଠକ ସମୟରେ ୟୁକ୍ରେନର ରାଷ୍ଟ୍ରପତି ଟ୍ରମ୍ପଙ୍କଠାରୁ ଏହା ଦାବି କରିଥିଲେ। ଯଦିଓ ଏହି ସମୟରେ ଟ୍ରମ୍ପ ୟୁକ୍ରେନକୁ କେତେ ପେଟ୍ରିଅଟ  ପଠାଯିବ ତାହା କହି ନଥିଲେ, କିନ୍ତୁ ସ୍ପଷ୍ଟ କରିଥିଲେ ଯେ ଆମେରିକା ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବ। 

ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ,  ସ୍ପଷ୍ଟ କରିଦେଇଥିଲେ ଯେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ରୋକିବା ତାଙ୍କର ପ୍ରାଥମିକତା। ସେ ଏହି କ୍ଷେତ୍ରରେ ପ୍ରୟାସ ମଧ୍ୟ କରିଥିଲେ। ଟ୍ରମ୍ପ ପୁଟିନଙ୍କ ସହ ସିଧାସଳଖ ଅନେକ ଥର କଥା ହୋଇଥିଲେ। ଅନେକ ଥର ଦୁଇ ନେତା ଗୋଟିଏ ଘଣ୍ଟା ପାଇଁ ଫୋନ୍‌ରେ କଥା ହୋଇଥିଲେ। ଏହି ସମୟ ମଧ୍ୟରେ ଟ୍ରମ୍ପ ତାଙ୍କର ସ୍ୱତନ୍ତ୍ର ଦୂତଙ୍କୁ ମସ୍କୋ ମଧ୍ୟ ପଠାଇଥିଲେ, କିନ୍ତୁ ତଥାପି ଦୁଇ ନେତା ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ରାଜି ହୋଇପାରିଲେ ନାହିଁ। ପ୍ରକୃତରେ,ଋଷ ରାଷ୍ଟ୍ରପତି କହିଛନ୍ତି ଯେ ସେ କେବେ ଚାହାଁନ୍ତି ନାହିଁ ଯେ ୟୁକ୍ରେନ ନାଟୋରେ ସାମିଲ ହେଉ। ତଥାପି, ଆଲୋଚନା ସମୟରେ ୟୁକ୍ରେନ ରୁଷିଆର ସବୁଠାରୁ ବଡ଼ ଏୟାରବେସ ଉପରେ ଆକ୍ରମଣ କରିଥିଲା, ଯେଉଁଥିରେ ଅନେକ ଲଢ଼ୁଆ ବିମାନ ଏବଂ ବାୟୁ ପ୍ରତିରକ୍ଷା ପ୍ରଣାଳୀ S-400 ନଷ୍ଟ ହୋଇଯାଇଥିଲା। ସେବେଠାରୁ, ପୁଟିନ ୟୁକ୍ରେନ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଆସୁଛନ୍ତି ଏବଂ କିଭ ଉପରେ ନିରନ୍ତର କ୍ଷେପଣାସ୍ତ୍ର ମାଡ଼ କରୁଛନ୍ତି। ଏହି ଆକ୍ରମଣ ପରେ, ଯୁଦ୍ଧବିରତି ସମ୍ପର୍କରେ ଆଲୋଚନା ଆଗକୁ ବଢ଼ିପାରିନାହିଁ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.