ନୂଆଦିଲ୍ଲୀ,୧୭/୦୨; ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଦାବି କରିଛନ୍ତି । ଆମେରିକାର କୁଖ୍ୟାତ ଯୌନ ଅପରାଧୀ ଜେଫ୍ରି ଏପଷ୍ଟାଇନ ମାମଲା ସମ୍ପର୍କରେ ତାଙ୍କ ପାଖରେ ଲୁଚାଇବା ପାଇଁ କିଛି ନାହିଁ ବୋଲି କହିଛନ୍ତି । ଟ୍ରମ୍ପ ଦାବି କରିଛନ୍ତି ଯେ, ଏପଷ୍ଟିନ୍ ଚାହୁଁ ନଥିଲେ ଯେ ସେ ଆମେରିକାର ରାଷ୍ଟ୍ରପତି ହୁଅନ୍ତୁ ଏବଂ ତେଣୁ ତାଙ୍କ ବିରୋଧରେ କାର୍ଯ୍ୟ କରିଥିଲେ । 'ଏୟାର ଫୋର୍ସ ୱାନ'ରେ ସାମ୍ବାଦିକଙ୍କ ସହ ଏକ ଅନୌପଚାରିକ ଆଲୋଚନା ସମୟରେ ରାଷ୍ଟ୍ରପତି ସ୍ପଷ୍ଟ କରିଛନ୍ତି ଯେ, ଏପଷ୍ଟିନ୍ ମାମଲା ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ ଏବଂ ସେ ଏହି ମାମଲାରେ ସମ୍ପୂର୍ଣ୍ଣ ସ୍ପଷ୍ଟ ଭାବରେ ସବୁ କିଛି କହିଛନ୍ତି ।

'ମୋ ପାଖରେ ଲୁଚାଇବାକୁ କିଛି ନାହିଁ' - ବହୁ ଚର୍ଚ୍ଚିତ ଏପଷ୍ଟିନ ମାମଲା ସମ୍ପର୍କରେ ବିରୋଧୀମାନଙ୍କ ଦ୍ୱାରା ଉଠାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ କହିଥିଲେ, "ମୋର ଲୁଚାଇବା ପାଇଁ କିଛି ନାହିଁ । ଏହି ମାମଲାରେ ମୋତେ ସମ୍ପୂର୍ଣ୍ଣ ଦୋଷମୁକ୍ତ କରାଯାଇଛି । ଜେଫ୍ରି ଏପଷ୍ଟିଇନଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ। " ଟ୍ରମ୍ପ ଜୋର ଦେଇ କହିଛନ୍ତି ଯେ, ତାଙ୍କ ବିରୋଧରେ ସମସ୍ତ ଅଭିଯୋଗ ଭିତ୍ତିହୀନ ଏବଂ ତଦନ୍ତରେ ସେ ପୂର୍ବରୁ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇସାରିଛନ୍ତି ।

​​​​​​​ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି । ସେ କହିଛନ୍ତି ଯେ, ''ତାଙ୍କ ରାଜନୈତିକ କ୍ୟାରିୟରକୁ ସମର୍ଥନ କରିବା ପରିବର୍ତ୍ତେ, ଜେଫ୍ରି ଏପଷ୍ଟିନ ତାଙ୍କ ବିରୁଦ୍ଧରେ କାମ କରୁଥିଲେ । ଟ୍ରମ୍ପ କହିଛନ୍ତି, "ସତ କଥା ହେଉଛି ଯେ ଜେଫ୍ରି ଏପଷ୍ଟିଇନ, ଜଣେ ଲେଖକଙ୍କ ସହିତ ମିଶି ମୋତେ ନିର୍ବାଚନ ଜିତିବାରୁ ରୋକିବାକୁ ଚେଷ୍ଟା କରୁଥିଲେ।  ସେ ମୋ ବିଜୟ ବିରୁଦ୍ଧରେ ଲଢ଼ୁଥିଲେ। "

୨୦୧୯ ମସିହାରେ ଜେଲରେ ଏପଷ୍ଟିନଙ୍କ ମୃତ୍ୟୁ- ଜେଫ୍ରି ଏପଷ୍ଟିନଙ୍କ ବିରୁଦ୍ଧରେ ଯୌନ ତସ୍କରୀ ଏବଂ ନାବାଳିକାନଙ୍କୁ ଶୋଷଣ କରିବା ଭଳି ଗମ୍ଭୀର ଅଭିଯୋଗ ଆସିଥିଲା । ୨୦୧୯ ମସିହାରେ ଏପଷ୍ଟିନଙ୍କ ଜେଲରେ ମୃତ୍ୟୁ ହୋଇଥିଲା । ଏପଷ୍ଟିନଙ୍କ ହାଇ-ପ୍ରୋଫାଇଲ ସମ୍ପର୍କ ପ୍ରାୟତଃ ଆମେରିକୀୟ ରାଜନୀତିରେ ବିତର୍କ ସୃଷ୍ଟି କରିଥାଏ । ରାଷ୍ଟ୍ରପତି ଟ୍ରମ୍ପ ଏପଷ୍ଟିଇନଙ୍କ ନିକଟତର ଲୋକଙ୍କ ସହିତ ତାଙ୍କର ସମ୍ପର୍କ ଥିବା କଳ୍ପନାଜଳ୍ପନାର ଅନ୍ତ କରିବାକୁ ଚେଷ୍ଟା କରିଛନ୍ତି ।

ଏହା ବି ପଢନ୍ତୁ...ଖୋଲିଲା ଏପ୍ଷ୍ଟିନ୍ ଫାଇଲ୍ର ସବୁ ରେକର୍ଡ, ପଦାରେ ପଡ଼ିଲା ୩୦୦ରୁ ଉର୍ଦ୍ଧ୍ୱ ବଡ଼ବଡିଆଙ୍କ ନାମ

କହି ରଖୁଛୁ କି, ଆମେରିକାର କୁଖ୍ୟାତ ଯୌନ ଅପରାଧୀ ଜେଫ୍ରି ଏପଷ୍ଟିନ୍‌ଙ୍କ ସହ ଜଡ଼ିତ ଫାଇଲ୍‌ରେ ସମସ୍ତ ଦସ୍ତାବିଜ ସାର୍ବଜନୀନ ହୋଇଛି । ଆମେରିକାର ନ୍ୟାୟ ବିଭାଗ ଦ୍ୱାରା ୱେବସାଇଟରେ ଏହା ଉପଲବ୍ଧ କରାଯାଇଛି । ଆଟର୍ନି ଜେନେରାଲ ପାମ୍ ବଣ୍ଡି ରବିବାର ଏହି ସୂଚନା ଦେଇଛନ୍ତି । ଏହି ଦସ୍ତାବିଜଗୁଡ଼ିକରେ ଏଥର ୩୦୦ରୁ ଅଧିକ ହାଇପ୍ରୋଫାଇଲ୍ ନାମ ପଦାକୁ ଆସିଛି । ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ନ୍ୟାୟ ବିଭାଗ ୩୦ ଲକ୍ଷରୁ ଅଧିକ ପୃଷ୍ଠାର ରେକର୍ଡ ସାର୍ବଜନୀନ କରିଛି । ଏଥିରେ ଫଟୋ, ଭିଡିଓ ଓ ଅନ୍ୟାନ୍ୟ ରେକର୍ଡ ଆଦି ଅନ୍ତର୍ଭୁକ୍ତ । ସଦ୍ୟ ପ୍ରକାଶ ପାଇଥିବା ଫାଇଲରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍, ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଓ ପତ୍ନୀ ମିସେଲ ଓବାମା, ପୂର୍ବ ରାଷ୍ଟ୍ରପତି ଜୋ ବାଇଡେନ୍, ବିଲ୍ କ୍ଲିଣ୍ଟନ ଓ ଜର୍ଜ ଡବ୍ଲ୍ୟୁ ବୁଶ୍, ଏଲନ୍ ମସ୍କ, ବ୍ରିଟେନ୍ର ପ୍ରିନ୍ସ ହ୍ୟାରୀ, ବିଲ୍ ଗେଟ୍ସ, ଉଡି ଆଲେନ, କିମ୍ କାର୍ଦାସିଆନ, କୁର୍ଟ କୋବେନ, ମାର୍କ ଜୁକରବର୍ଗଙ୍କ ନାମ ରହିଛି । ଅଧିକାରୀମାନେ କହିଛନ୍ତି, ଦସ୍ତାବିଜରେ ଏହି ନାମଗୁଡ଼ିକ ସାମିଲ ହେବା ଅର୍ଥ ନୁହେଁ ଯେ କୌଣସି ଖରାପ କାର୍ଯ୍ୟ କରାଯାଇଛି । ଏହା ଭିନ୍ନ ଭିନ୍ନ ଘଟଣା ସହ ଜଡ଼ିତ ହୋଇଥାଇପାରେ ।