ନୂଆଦିଲ୍ଲୀ,୧୬/୦୭; ଆମେରିକାର କୁଖ୍ୟାତ ଯୌନ ଅପରାଧୀ ଜେଫ୍ରି ଏପଷ୍ଟିନ୍‌ଙ୍କ ସହ ଜଡ଼ିତ ଫାଇଲ ରେ ସମସ୍ତ ଦସ୍ତାବିଜ ସାର୍ବଜନୀନ ହୋଇଛି । ଆମେରିକାର ନ୍ୟାୟ ବିଭାଗ ଦ୍ୱାରା ୱେବସାଇଟରେ ଏହା ଉପଲବ୍ଧ କରାଯାଇଛି । ଆଟର୍ନି ଜେନେରାଲ ପାମ୍ ବଣ୍ଡି ରବିବାର ଏହି ସୂଚନା ଦେଇଛନ୍ତି । ଏହି ଦସ୍ତାବିଜଗୁଡ଼ିକରେ ଏଥର ୩୦୦ରୁ ଅଧିକ ହାଇପ୍ରୋଫାଇଲ୍ ନାମ ପଦାକୁ ଆସିଛି ।

ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ନ୍ୟାୟ ବିଭାଗ ୩୦ ଲକ୍ଷରୁ ଅଧିକ ପୃଷ୍ଠାର ରେକର୍ଡ ସାର୍ବଜନୀନ କରିଛି । ଏଥିରେ ଫଟୋ, ଭିଡିଓ ଓ ଅନ୍ୟାନ୍ୟ ରେକର୍ଡ ଆଦି ଅନ୍ତର୍ଭୁକ୍ତ । ସଦ୍ୟ ପ୍ରକାଶ ପାଇଥିବା ଫାଇଲରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍, ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଓ ପତ୍ନୀ ମିସେଲ ଓବାମା, ପୂର୍ବ ରାଷ୍ଟ୍ରପତି ଜୋ ବାଇଡେନ୍, ବିଲ୍ କ୍ଲିଣ୍ଟନ ଓ ଜର୍ଜ ଡବ୍ଲ୍ୟୁ ବୁଶ୍, ଏଲନ୍ ମସ୍କ, ବ୍ରିଟେନ୍‌ର ପ୍ରିନ୍ସ ହ୍ୟାରୀ, ବିଲ୍ ଗେଟ୍ସ, ଉଡି ଆଲେନ, କିମ୍ କାର୍ଦାସିଆନ, କୁର୍ଟ କୋବେନ, ମାର୍କ ଜୁକରବର୍ଗ ଓ ବ୍ରୁସ୍ ସ୍ପ୍ରିଙ୍ଗ୍‌ଷ୍ଟିନଙ୍କ ନାମ ରହିଛି । ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ନାମ ବି ସ୍ଥାନ ପାଇଛି । ଅଧିକାରୀମାନେ କହିଛନ୍ତି, ଦସ୍ତାବିଜରେ ଏହି ନାମଗୁଡ଼ିକ ସାମିଲ ହେବା ଅର୍ଥ ନୁହେଁ ଯେ କୌଣସି ଖରାପ କାର୍ଯ୍ୟ କରାଯାଇଛି । ଏହା ଭିନ୍ନ ଭିନ୍ନ ଘଟଣା ସହ ଜଡ଼ିତ ହୋଇଥାଇପାରେ ।

ଏହା ବି ପଢନ୍ତୁ...ବିବି ମିଶେଲ ମୋତେ ଛାଡ଼ପତ୍ର ଦେଇ ଦେବେ ...କାହିଁକି ଏମିତି କହିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି

ପାମ୍ ବଣ୍ଡିଙ୍କ ମୁତାବକ, ନ୍ୟାୟ ବିଭାଗ ନିଜ ପାଖରେ ଥିବା ସମସ୍ତ ଫାଇଲ୍‌କୁ ସାର୍ବଜନୀନ କରିଦେଇଛି । ଏଥିରେ ୩୦୦ରୁ ଅଧିକ ଲୋକଙ୍କ ତାଲିକା ଦିଆଯାଇଛି । ତାଲିକାରେ ଏଭଳି ଲୋକ ସାମିଲ ଅଛନ୍ତି, ଯେଉଁମାନଙ୍କ ବାବଦରେ ଭିନ୍ନ ଭିନ୍ନ ଘଟଣା ଆଧାରରେ ବତାଯାଇଛି । ନ୍ୟାୟ ବିଭାଗ କହିଛି ଯେ ଲଜ୍ଜା, ମର୍ଯ୍ୟାଦାକୁ ହାନି ପହଞ୍ଚାଇବା କିମ୍ବା ରାଜନୈତିକ ସମ୍ବେଦନଶୀଳତା କାରଣକୁ ନେଇ କୌଣସି ବି ଦସ୍ତାବିଜ ଲୁଚାଯାଇ ନାହିଁ । ଯେବେ କି କୁହାଯାଉଛି ଯେ ଗୋପନୀୟତା ଓ ଆଇନ ଯୋଗୁ କିଛି ତଥ୍ୟ ହଟାଯାଇଛି । ନୂଆ ଖୁଲାସାରେ ୩୦ ଲକ୍ଷରୁ ଅଧିକ ପୃଷ୍ଠାର ଦସ୍ତାବିଜ ସ୍ଥାନ ପାଇଛି । ଏଥିସହ ହଜାର ହଜାର ଫଟୋ ଓ ଭିଡିଓ ଏଥିରେ ରହିଛି, ଯେଉଁଗୁଡ଼ିକୁ ବର୍ଷ ବର୍ଷର ତଦନ୍ତ ବେଳେ ସଂଗ୍ରହ କରାଯାଇଥିଲା ।