ନୂଆଦିଲ୍ଲୀ,୧୩/୦୪; କୂଟନୀତି ବିଫଳ । ଏବେ ପୁଣି ଯୁଦ୍ଧମୁହାଁ ମଧ୍ୟପ୍ରାଚ୍ୟ । ଇସଲାମାବାଦରେ ଆମେରିକା-ଇରାନ ଶାନ୍ତି ଆଲୋନଚା ବିଫଳତା ମଧ୍ୟପ୍ରାଚ୍ୟ ସଙ୍କଟକୁ ଏକ ବିପଜ୍ଜନକ ମୋଡ ଦେଇଛି । ହୋର୍ମୁଜକୁ ନେଇ ଇରାନ ଉପରେ ଚାପ ବଢାଇଛନ୍ତି ଟ୍ରମ୍ପ । ଇରାନ-ଆମେରିକା ଶାନ୍ତି ପ୍ରୟାସକୁ ବଡ଼ ଝଟକା ଲାଗିଛି । ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ ରିପୋର୍ଟ ଅନୁସାରେ, ଦୁଇ ଦେଶ ମଧ୍ୟରେ କୂଟନୈତିକ ଆଲୋଚନା ବିଫଳ ହେବା ପରେ ରାଷ୍ଟ୍ରପତି ଟ୍ରମ୍ପ ଇରାନ ବିରୋଧରେ ପୁଣି ଭୀଷଣ ଆକ୍ରମଣ ଆରମ୍ଭ କରିବାକୁ ବିଚାର କରୁଛନ୍ତି । ଇରାନ ବିରୋଧରେ ସାମରିକ ଆକ୍ରମଣ ପୁନଃଆରମ୍ଭ କରିବା ଏବଂ ହୋର୍ମୁଜ ପ୍ରଣାଳୀକୁ ଅବରୋଧ କରିବାକୁ ବିକଳ୍ପ ଉପରେ ଗମ୍ଭୀରତାର ସହ ବିଚାର କରୁଛନ୍ତି । ଏକ ରିପୋର୍ଟରେ ଦାବି କରାଯାଇଛି କି, ପାକିସ୍ତାନରେ ଶାନ୍ତି ଆଲୋଚନା ଭାଙ୍ଗିବାର କିଛି ଘଣ୍ଟା ପରେ ଏହି ପଦକ୍ଷେପ ନିଆଯାଇଛି ଯାହା ଉଭୟ ପକ୍ଷ ମଧ୍ୟରେ ଅଟକି ରହିଥିବା ଚୁକ୍ତିକୁ ଭାଙ୍ଗିବା ପାଇଁ ପ୍ରୟାସ କରାଯିବ ।
ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ଅନୁଯାୟୀ, ଟ୍ରମ୍ପ ଫ୍ଲୋରିଡାର ଡୋରାଲରେ ତାଙ୍କ ରିସର୍ଟରେ ପରାମର୍ଶଦାତାମାନଙ୍କ ସହ କଥା ହୋଇଥିଲେ ଏବଂ ଫକ୍ସ ନ୍ୟୁଜକୁ ଏକ ସାକ୍ଷତକାର ଦେଇଥିଲେ । ଆଲୋଚନା ବିଫଳ ହେବା ପରେ, ସେ ଇରାନ ଉପରେ ଚାପ ବୃଦ୍ଧି କରିବା ପାଇଁ ଅନେକ ବିକଳ୍ପ ଅନୁସନ୍ଧାନ କରୁଛନ୍ତି । ଯେକୌଣସି ସମୟରେ ରଣନୈତିକ ଇରାନୀ ଲକ୍ଷ୍ୟସ୍ଥଳ ବିରୋଧରେ ବିମାନ ଆକ୍ରମଣ ଆରମ୍ଭ କରିବା ପାଇଁ ଆମେରିକୀୟ ସେନାକୁ ହାଇ ଆଲର୍ଟରେ ରଖାଯାଇଛି । ରିପୋର୍ଟ ଅନୁଯାୟୀ, ଗତ କିଛି ଦିନ ଧରି ଚାଲିଥିବା ପରଦା ପଛରେ ଆଲୋଚନା ଏବେ ନିଷ୍ପଲ ପ୍ରମାଣିତ ହୋଇଛି । ଇରାନର ସର୍ତ୍ତ ଏବଂ ଆମେରିକାର ଦାବି ମଧ୍ୟରେ ଥିବା ବ୍ୟବଧାନ ବନ୍ଦ ହୋଇପାରିନାହିଁ, କୂଟନୈତିକ ରାସ୍ତା ବନ୍ଦ ହୋଇଯାଇଛି । ଫଳସ୍ୱରୁପ, ଟ୍ରମ୍ପ ପ୍ରଶାସନ ଏବେ ସାମରିକ ଚାପ ବୃଦ୍ଧି କରିବାକୁ ଆଶ୍ରୟ ନେଇଛି । ଟ୍ରମ୍ପ ପୂର୍ବରୁ ସୂଚାଇ ଦେଇଥିଲେ ଯେ, ଯଦି ଏକ ପ୍ରକୃତ ଚୁକ୍ତି ନହୁଏ ତେବେ ସାମରିକ କାର୍ଯ୍ୟାନୁଷ୍ଠାନ ଏକମାତ୍ର ବିକଳ୍ପ ହେବ । ବର୍ତ୍ତମାନ ଆଲୋଚନା ଭାଙ୍ଗି ଯାଇଥିବାରୁ, ଆମେରିକାର ପ୍ରତିରକ୍ଷା ବିଭାଗ, ପେଣ୍ଟାଗନ, ସମ୍ଭାବ୍ୟ ଟାର୍ଗେଟଗୁଡିକର ଏକ ତାଲିକା ପ୍ରସ୍ତୁତ କରୁଛି । ଟ୍ରମ୍ପ କହିଛନ୍ତି ସାମରିକ ଶକ୍ତି ଇରାନକୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିପାରିବ ।
ଏହା ବି ପଢନ୍ତୁ...ପାକିସ୍ତାନରେ ଆଲୋଚନା ଫେଲ୍,ଏବେ ହୋର୍ମୁଜରେ ୟୁଏସ୍ର ଗେମ୍ ; କଣ କରିବାକୁ ଯାଉଛନ୍ତି ଟ୍ରମ୍ପ ?
ଯୁଦ୍ଧ ରୋକିବା ମାଧ୍ୟମକୁ ଝଟକା- ଇସଲାମାବାଦରେ କୂଟନୈତିକ ବିଫଳତା ଇରାନ-ଆମେରିକା ଦୁର୍ବଳ ଯୁଦ୍ଧବିରତିକୁ ଅତିମାତ୍ରାରେ ଅସ୍ଥିର କରିଦେଇଛି । ଏବେ ସିଧାସଳଖ ଯୁଦ୍ଧ ରୋକିବାର ସବୁ ମାଧ୍ୟମକୁ ବଡ଼ ଝଟକା ଲାଗିଛି । ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଉଭୟ ପକ୍ଷକୁ ଏହି ଚୁକ୍ତି ପାଳନ କରିବାକୁ ଅନୁରୋଧ କରିଛି କାରଣ ଏହାର ଉଲ୍ଲଂଘନ ତୈଳ ଭିତ୍ତିଭୂମି ଉପରେ ପୁନର୍ବାର ଆକ୍ରମଣର କାରଣ ହୋଇପାରେ । ଯଦିଓ ଭାରତୀୟ ଜାହାଜଗୁଡିକ ସତର୍କତାର ସହ ହୋର୍ମୁଜ ପ୍ରଣାଳୀ ଦେଇ ଯାତାୟତ ଆରମ୍ଭ କରିଛନ୍ତି, ତଥାପି ଅବରୋଧ ଭୟ ବିଶ୍ୱ ଶକ୍ତି ବଜାର ଉପରେ ଛାଇ ରହିଛି ।