ନୂଆଦିଲ୍ଲୀ,୨୫/୦୬; ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇନାର ନୀତିକୁ ନେଇ ଆମେରିକାରେ ପୁଣି ବିବାଦ ଦେଖାଦେଇଛି । ଆମେରିକା ସିନେଟ୍ ଟ୍ରମ୍ପ ପ୍ରଶାସନକୁ ଇରାନ ବିରୋଧରେ ସୈନ୍ୟ ଅଭିଯାନକୁ ସମାପ୍ତ କରିବାକୁ ଦାବି କରି ପ୍ରସ୍ତାବ ପାରିତ କରିଛି । ଏହା ଟ୍ରମ୍ପଙ୍କୁ ଏକ ବଡ଼ ରାଜନୈତିକ ଝଟକା ଦେଇ ଦେଶର ସଂସଦ ଇରାନ ବିରୋଧରେ ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ପ୍ରସ୍ତାବ ପାରିତ କରିଛି । ପୂର୍ବରୁ ପ୍ରତିନିଧି ସଭାରେ ପାସ୍ ହୋଇଥିବା ଏହି ପ୍ରସ୍ତାବକୁ ଗତକାଲି ସିନେଟ୍ ମଧ୍ୟ ଅନୁମୋଦନ ପ୍ରଦାନ କରିଛି । ତେବେ ଟ୍ରମ୍ପ ସଂସଦର ଏହି ଆଦେଶକୁ ସମାଲୋଚନା କରିବା ସହିତ ଏହାକୁ ମାନିବା ଲାଗି ସେ ବାଧ୍ୟ ନୁହଁନ୍ତି ବୋଲି କହିଛନ୍ତି ।
ଗତକାଲି ସିନେଟରେ ହୋଇଥିବା ମତଦାନରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟିର କିଛି ସଦସ୍ୟ ମଧ୍ୟ ବିରୋଧୀଙ୍କ ସହ ହାତ ମିଳାଇଥିବା ଦେଖିବାକୁ ମିଳିଛି । ସିନେଟରେ ଏହି ଯୁଦ୍ଧ କ୍ଷମତା ସଂକ୍ରାନ୍ତୀୟ ପ୍ରସ୍ତାବ ୫୦-୪୮ ଭୋଟରେ ଗୃହୀତ ହୋଇଛି । ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟିର ୪ ଜଣ ସଦସ୍ୟ ଦଳୀୟ ଆଭିମୁଖ୍ୟ ବିରୋଧରେ ଯାଇ ଡେମୋକ୍ରାଟିକ ପ୍ରସ୍ତାବ ସପକ୍ଷରେ ଚଳିତ ମାସ ଆରମ୍ଭରେ ନିମ୍ନ ସଦନ ପ୍ରତିନିଧି ସଭା ମଧ୍ୟ ୨୧୫-୨୦୦୮ ଭୋଟରେ ଏହି ପ୍ରସ୍ତାବକୁ ଅନୁମୋଦନ କରିଥିଲା । ଫଳରେ ଟ୍ରମ୍ପଙ୍କ ଉପରେ ଯୁଦ୍ଧ ଅଙ୍କୁଶ ଲଗାଇଦେଇଛି ।
ଯୁଦ୍ଧ ବନ୍ଦ କରିବା ଲାଗି ଇରାନ ସହିତ ଚୂଡାନ୍ତ ଚୁକ୍ତି ପାଇଁ କଥାବାର୍ତ୍ତା ଚାଲିଥିବା ବେଳେ ସଂସଦର ଏଭିଳି ପ୍ରସ୍ତାବ ଟ୍ରମ୍ପଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି । କଥାବାର୍ତ୍ତା ବେଳେ ଇରାନ ଟ୍ରମ୍ପ ପ୍ରଶାସନକୁ ବିଶେଷ ଗୁରୁତ୍ୱ ଦେଇନପାରେ ବୋଲି କୁହାଯାଇଛି । କାରଣ ଯୁଦ୍ଧ ପାଇଁ ଆମେରିକା ସଂସଦ ଟ୍ରମ୍ପଙ୍କ ହାତ ବାନ୍ଧି ଦେଇଥିବାରୁ ଏଥିରୁ ଇରାନ ଫାଇଦା ନେବାକୁ ଉଦ୍ୟମ କରିପାରେ । ସେଥିପାଇଁ ଟ୍ରମ୍ପ ଏହି ପ୍ରସ୍ତାବର ସମାଲୋଚନା କରି କହିଛନ୍ତି ଯେ, ଏଭଳି ସମୟରେ ଏହି ପ୍ରସ୍ତାବ ଆସିବାର ନଥିଲା ।
୧୯୭୩ର ୱାର୍ ପାୱାର୍ସ ଆକ୍ଟ ଅନୁଯାୟୀ ଆମେରିକା ଇତିହାସରେ ଏହା ପ୍ରଥମ ଥର, ଯେଉଁଠାରେ ସଂସଦର ଉଭୟ ଗୃହ ଜଣେ ରାଷ୍ଟ୍ରପତିଙ୍କୁ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାରୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ଫେବୃଆରୀ ୨୮ରୁ ଇରାନ ସହ ଆରମ୍ଭ ହୋଇଥିବା ଯୁଦ୍ଧରେ ଯବନିକା ପଡିଛି । ସ୍ୱିଜରଲାଣ୍ଡରେ ଐତିହାସିକ ଶାନ୍ତିଚୁକ୍ତି ହୋଇଛି । ଏବେ ଇରାନ ବିରୋଧରେ ଯୁଦ୍ଧ ସୀମିତ କରିବାକୁ ଆମେରିକା ସଂସଦର ନିର୍ଦ୍ଦେଶ ହୋଇଛି । ଏହି ପ୍ରସ୍ତାବ ୧୯୭୩ ମସିହାର ଯୁଦ୍ଧ କ୍ଷମତା ଆଇନ ଅଧୀନରେ ଗୃହୀତ ହୋଇଥିବାରୁ, ଏଥିରେ ରାଷ୍ଟ୍ରପତିଙ୍କ ଦସ୍ତଖତ ଆବଶ୍ୟକ ନାହିଁ ଏବଂ ଏହା ଆଇନରେ ପରିଣତ ହୁଏ ନାହିଁ । ତେଣୁ, ପ୍ରଶାସନ ଉପରେ ଏହାର କୌଣସି ସିଧାସଳଖ ଆଇନଗତ ପ୍ରଭାବ ପଡ଼ିବ ନାହିଁ । ହ୍ୱାଇଟ୍ ହାଉସ୍ ପୂର୍ବରୁ ଏହି ପ୍ରସ୍ତାବକୁ ଅସାମ୍ବିଧାନିକ ଘୋଷଣା କରିସାରିଛି, କହିଛି ଯେ ରାଷ୍ଟ୍ରପତିଙ୍କ ସାମ୍ବିଧାନିକ କ୍ଷମତାକୁ ଏହି ଉପାୟରେ ସୀମିତ କରାଯାଇପାରିବ ନାହିଁ।
ଏହା ବି ପଢନ୍ତୁ...Donald Trump: ଯୁଦ୍ଧ ସ୍ଥିତି ମଧ୍ୟରେ ନାଟୋ ସଂଗଠନରେ ବଡ଼ ଫାଟ ! ନାଟୋ ମୁଖ୍ୟଙ୍କ ସହ ମୁହାଁମୁହିଁ ହେଲେ ଟ୍ରମ୍ପ, ଖୋଲିଲେ ୟୁରୋପର ପୋଲ୍