ନୂଆଦିଲ୍ଲୀ : ଗୋଟିଏ ପଟେ, ଆମେରିକା ନିଜକୁ ଭାରତର ହିତାକାଂକ୍ଷୀ ବୋଲି ଦାବି କରୁଥିବା ବେଳେ, ଅନ୍ୟ ପଟେ ଏହା ସମୟ ସମୟରେ ନିଜର ବିରକ୍ତି ମଧ୍ ପ୍ରକାଶ କରୁଛି। ବର୍ତ୍ତମାନ, ୟୁରୋପୀୟ ସଂଘ ସହିତ ହେବାକୁ ଥିବା ଭାରତର ବାଣିଜ୍ୟ ଚୁକ୍ତି ଉପରେ ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ରେଜରୀ ସେକ୍ରେଟାରୀ ସ୍କଟ୍ ବେସାଣ୍ଟଙ୍କୁ ଲାଗିଛି ଝଟକା।

ସେ କହିଛନ୍ତି ଯେ, ଭାରତ ଉପରେ ରୁଷୀୟ ତୈଳ ନେଇ ଆମେରିକା ଶୁଳ୍କ ଲଗାଇଛି, କିନ୍ତୁ ୟୁରୋପୀୟ ଦେଶ ସେମାନଙ୍କ ସହିତ ଠିଆ ହୋଇ ନାହାଁନ୍ତି। ସେ କହିଛନ୍ତି, ୟୁରୋପୀୟ ଦେଶ ଗୁଡ଼ିକ ନିଜ ବିରୁଦ୍ଧରେ ହିଁ ଯୁଦ୍ଧର ଫଣ୍ଡିଂ ପାଇଁ କରୁଛନ୍ତି ଏବଂ ଏ ସବୁ ରୁଷ୍‌ର ତୈଳ ମାଧ୍ୟମରେ ହେଉଛି। ବେସାଣ୍ଟ କହିଛନ୍ତି, ଆମେ ଭାରତ ଉପରେ ରୁଷରୁ ତେଲ କିଣିବା ପାଇଁ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଥିଲୁ। ଆପଣ ଅନୁମାନ କରନ୍ତୁ ଗତ ସପ୍ତାହରେ କ'ଣ ଘଟିଲା ? ଇୟୁ ଭାରତ ସହ ଏକ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ କରିଛି। ହେଲେ, ଭାରତ କହିଛି ଯେ, ବାଣିଜ୍ୟ ଚୁକ୍ତି ଉପରେ ଏପର୍ଯ୍ୟନ୍ତ ସ୍ୱାକ୍ଷରିତ ହୋଇନାହିଁ, ବରଂ କେବଳ ଚୁକ୍ତିର ଅନ୍ତିମ ରୂପ ଦିଆଯାଇଛି।

ଏହାସହ ମଧ୍ୟ ପଢନ୍ତୁ : ଯୁଦ୍ଧ ଜାହାଜ ଉପରେ ଜଳୁଛି ଫାଇଟର ଜେଟ୍ , ଚାରିଆଡ଼େ ଧୂଆଁ ଓ ରକ୍ତର ଧାର ବହୁଛି : ୟୁଏସକୁ ଏମିତି ଉପାୟରେ ଚେତାବନୀ ଦେଲା ଇରାନ

ଆପଣଙ୍କୁ କହି ରଖୁଛୁ ଯେ, ରୁଷରୁ ତୈଳ ଆମଦାନୀ ବାହାନା କରି ଆମେରିକା ଭାରତ ଉପରେ ମୋଟ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି ପାଇଁ ଆଲୋଚନା ମନ୍ଥର ଗତିରେ ଆଗକୁ ବଢୁଛି। ଏହି ସମୟରେ, ୟୁରୋପୀୟ ୟୁନିୟନ ସହ ବାଣିଜ୍ୟ ଚୁକ୍ତିରେ ଆମେରିକାକୁ ଯେମିତି ଝଟକା ଅନୁଭବ ହୋଇଛି। ବାଣିଜ୍ୟ ସଚିବ ରାଜେଶ ଅଗ୍ରୱାଲ ସୋମବାର ଦିନ ଘୋଷଣା କରିଛନ୍ତି ଯେ, ଭାରତ ୟୁରୋପୀୟ ସଂଘ (EU) ଏକ ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ପାଇଁ ସଫଳତାର ସହ ଆଲୋଚନା ସମାପ୍ତ କରିଛନ୍ତି। ସେ କହିଛନ୍ତି ଯେ, ଭାରତର ଦୃଷ୍ଟିକୋଣରୁ, ଏହି ବାଣିଜ୍ୟ ଚୁକ୍ତି ସନ୍ତୁଳିତ ଏବଂ ଭବିଷ୍ୟତମୁଖୀ, ଏହା ୟୁରୋପୀୟ ସଂଘ ସହିତ ଭାରତର ବୃହତ ଅର୍ଥନୈତିକ ସମନ୍ଵୟକୁ ସହଜ କରିବ।