- ତେହରାନର ଆଙ୍ଗେଲାବ ସ୍କ୍ୱୋୟାରରେ ଏକ ବିଶାଳ ଭିତ୍ତିଚିତ୍ର
- ଯୁଦ୍ଧ ଜାହାଜର ମୁତୟନ ଓ ଟ୍ରମ୍ପଙ୍କ ବୟାନ
- ଇରାନ ସେନା କହିଛି- ଫିଙ୍ଗର ଅନ୍ ଦ ଟ୍ରିଗର
ନୂଆଦିଲ୍ଲୀ : ଇରାନ ଓ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ମଧ୍ୟରେ, ଇରାନୀ ଅଧିକାରୀମାନେ ରାଜଧାନୀ ତେହରାନର ଆଙ୍ଗେଲାବ ସ୍କ୍ୱୋୟାରରେ ଏକ ବିଶାଳ ଭିତ୍ତିଚିତ୍ର ଲଗାଇଛନ୍ତି, ଯେଉଁଥିରେ ଆମେରିକାକୁ ସିଧା ସଳଖ ଭାବେ ସାମରିକ ଆକ୍ରମଣ ବିରୋଧରେ ଚେତାବନୀ ଦିଆଯାଇଛି। ଏହି ପଦକ୍ଷେପ ଏମିତି ସମୟରେ ନିଆଯାଇଛି ,ଯେବେ ଆମେରିକୀୟ ଯୁଦ୍ଧ ଜାହାଜ ମଧ୍ୟ ପୂର୍ବ ଅଞ୍ଚଳ ଆଡ଼କୁ ବଢୁଛି। ଏହି ଭିତ୍ତି ଚିତ୍ରରେ ଏକ ଆମେରିକୀୟ ଏୟାରକ୍ରାଫ୍ଟ କ୍ୟାରିୟରର ଉପରୁ ଦୃଶ୍ୟ ଦେଖାଯାଇଛି , ଯାହାର ଡେକ୍ ଉପରେ ଲଢୁଆ ବିମାନ ଜଳନ୍ତା ଓ ବିସ୍ଫୋରଣ କରିବାର ନଜର ଆସୁଛି। ଡେକ୍ ଉପରେ ମୃତଦେହ ବିଛେଇ ହୋଇ ପଡ଼ିଛି ଏବଂ ରକ୍ତର ଧାରା ସମୁଦ୍ରରେ ପଡ଼ିବାର ଆମେରିକୀୟ ପତାକାର ଷ୍ଟ୍ରାଇପ୍ ପରି ଆକୃତି ସୃଷ୍ଟି କରୁଛି। ଏହି ଭିତ୍ତି ଚିତ୍ର କିମ୍ୱା ପୋଷ୍ଟର ( Mural)ରେ ଲେଖା ଯାଇଛି- ଯଦି ତୁମେ ପବନ ବୁଣିବ , ତୁମେ ଝଡ଼ କାଟିବ।
ଏହାସହ ମଧ୍ୟ ପଢନ୍ତୁ : କାନାଡାକୁ ନାଲି ଆଖି ଦେଖାଇଲା ଆମେରିକା , କହିଲା - ଚୀନ ସହ ଟ୍ରେଡ୍ ଡିଲ୍ କଲେ ୧୦୦ ପ୍ରତିଶତ ଟାରିଫ୍ ଲଗାଇବୁ
ଏହି ମ୍ୟୁରଲ ଏମିତି ସମୟରେ ସାମ୍ନାକୁ ଆସିଛି, ଯେବେ ୟୁଏସଏସ୍ ଅବ୍ରାହମ ଲିଙ୍କନ ଏୟାରକ୍ରାଫ୍ଟ ଓ ଏହାସହ ଅନ୍ୟ ଆମେରିକୀୟ ଯୁଦ୍ଧ ଜାହାଜ କ୍ଷେତ୍ରରେ ମୁତୟନ କରାଯାଉଛି। ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଏହି ମୁତୟନ ସତର୍କତା ଭାବେ କରାଯାଉଛି। ଟ୍ରମ୍ପ କହିଛନ୍ତି –ଆମର ଏକ ବିଶାଳ ନୌସୈନିକ ଶକ୍ତି ଏହି ଦିଗରେ ଯାଉଛି , ଏବଂ ସମ୍ଭବ ଯେ, ଆମେ ଏହାକୁ ବ୍ୟବହାର କରିବାକୁ ପଡ଼ିବ ନାହିଁ। ହେଲେ ସେ ଏହା ମଧ୍ୟ ସଙ୍କେତ ଦେଇଛନ୍ତି ଯେ, ଯଦି ସାମରିକ କାର୍ଯ୍ୟାନୁଷ୍ଠାନ ହୁଏ ତ ସେ ଗତ ବର୍ଷ ଇରାନର ପରମାଣୁ ଠିକଣା ଉପରେ ହୋଇଥିବା ଆମେରିକୀୟ ହମଲା ଠାରୁ ଆହୁରି ଅଧିକ ବଡ଼ ହେବ ,ଯାହାକୁସେ ବାଦାମ ଭଳି ଦର୍ଶାଇଛି।
ଇରାନର ରିଭୋଲ୍ୟୁସନାରୀ ଗାର୍ଡର କମାଣ୍ଡର ଶନିବାର ଚେତାବନୀ ଦେଇ କହିଛନ୍ତି ଯେ, ତାଙ୍କର ସେନା ପୂର୍ବାପେକ୍ଷା ଆହୁରି ଅଧିକ ପ୍ରସ୍ତୁତ ଏବଂ ଟ୍ରିଗର ଉପରେ ଆଙ୍ଗୁଠି ରଖିଛନ୍ତି। ଆଙ୍ଗେଲାବ ସ୍କ୍ୱୋୟାରକୁ ଅନେକ ସମୟରେ ସରକାରୀ ଆୟୋଜନ ଓ ସନ୍ଦେଶ ପାଇଁ ବ୍ୟବହାର କରାଯାଏ,ଏବଂ ଏଠାରେ ଲାଗିଛିବା ମ୍ୟୁରଲ ରାଷ୍ଟ୍ରୀୟ ପରିସ୍ଥିତି ଗୁଡ଼ିକ ଅନୁସାରେ ବଦଳା ଯାଏ।