ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

୩ୟ କାର୍ଯ୍ୟକାଳ ପାଇଁ ମଧ୍ୟ ଟ୍ରମ୍ପ ପ୍ରସ୍ତୁତ, ଏବେ ବଦଳିବ କି ଆମେରିକାର ସମ୍ୱିଧାନ ?

Published By : Prameya | November 14, 2024 4:24 PM

ନୂଆଦିଲ୍ଲୀ : ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଥିବା ଡୋନାଲ୍ଡ ଟ୍ରମ୍ପ ୩ୟ କାର୍ଯ୍ୟକାଳ ପାଇଁ ମଧ୍ୟ ପ୍ରସ୍ତୁତ। ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରେଟ୍ ପ୍ରାର୍ଥୀ କମଳା ହ୍ୟାରିସଙ୍କୁ ଏକ ବଡ଼ ବ୍ୟବଧ୍ୟାନରେ ହରାଇ ଥିବା ଟ୍ରମ୍ପ ବୁଧବାର ନିଜର ସମର୍ଥକଙ୍କୁ ସମ୍ୱୋଧିତ କରି କହିଛନ୍ତି କି, ସେ ନିଜର ୩ୟ କାର୍ଯ୍ୟକାଳ ପାଇଁ ମଧ୍ୟ ପ୍ରସ୍ତୁତ ହୋଇ ପାରନ୍ତି।

ନ୍ୟୁଜ୍ ଏଜେନ୍ସି ଏଏଫପିର ରିପୋର୍ଟ ଅନୁସାରେ, ଟ୍ରମ୍ପ ନିଜର କାର୍ଯ୍ୟକାଳକୁ ସମ୍ୱୋଧିତ କରି କହିଛନ୍ତି ଯେ, ମୁଁ ୩ୟ କାର୍ଯ୍ୟକାଳ ପାଇଁ ମଧ୍ୟ ପ୍ରସ୍ତୁତ, କିନ୍ତୁ ମୁଁ ସେପର୍ଯ୍ୟନ୍ତ ନିର୍ବାଚନ ମୈଦାନକୁ ଓହ୍ଲାଇବି ନାହିଁ, ଯେପର୍ଯ୍ୟନ୍ତ ଆପଣମାନେ ମୋତେ ଏହା କହିବେ ନାହିଁ ଯେ , ସେ (ଟ୍ରମ୍ପ) ଭଲ, ଆମେ ତାଙ୍କ ପାଇଁ କିଛି ଭାବିବାର ଅଛି।

ଟ୍ରମ୍ପ ନିଜର ୩ୟଥର ରାଷ୍ଟ୍ରପତି ଭାବେ ନିର୍ବାଚିନ ହେବାର ଇଚ୍ଛା ଉପରେ ସଙ୍କେତ ଦେଇଛନ୍ତି, କିନ୍ତୁ ସଂଯୁକ୍ତ ରାଜ୍ୟ ଆମେରିକାର ସମ୍ୱିଧାନର ମୁତାବିକ, କେହି ବି ବ୍ୟକ୍ତି ଦୁଇ ଥରରୁ ଅଧିକ ଆମେରିକାର ରାଷ୍ଟ୍ରପତି ଚୟନ ହୋଇ ପାରିବେ ନାହିଁ। ଏଥିପାଇଁ ଆଇନ ଅନୁସାରେ ଟ୍ରମ୍ପଙ୍କର ୩ୟ ଥର ରାଷ୍ଟ୍ରପତି ନିର୍ବାଚିତ ହେବା ରାସ୍ତାରେ ଅନେକ ପ୍ରତିବନ୍ଧକ ରହିଛି।

ଆମେରିକାରେ କୌଣସି ବ୍ୟକ୍ତିଙ୍କର ରାଷ୍ଟ୍ରପତି ଭାବେ କେବଳ ୨ଥର ଚୟନ ହେବାର ନିୟମ ସମ୍ୱିଧାନର ୨୨ତମ ସଂଶୋଧନ ପରେ ଆସିଛି। ୧୯୫୧ଯାଏ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଫ୍ରାଙ୍କନିଲ ଡି ରୁଜଭେଲ୍ଟ ନିଜର ୪ଟି କାର୍ଯ୍ୟକାଳ ପୂରା କରି ସାରି ଥିଲେ। ଆମେରିକାରେ ଏହା ପରେ ସମ୍ୱିଧାନ ସଂଶୋଧନ କରି ନିୟମ କରାଯାଇଛି କି, କେହି ବି ୨ଥର ରାଷ୍ଟ୍ରପତି ହୋଇପାରେ। ଏଥିରେ ଟ୍ରମ୍ପ ଯଦି ଆଉ ଏକ କାର୍ଯ୍ୟକାଳ ପାଇଁ ଯିବାକୁ ଚାହାନ୍ତି ତ, ତାଙ୍କୁ ସମ୍ୱିଧାନରେ ପରିବର୍ତ୍ତନ କରିବାକୁ ହେବ। ବର୍ତ୍ତମାନ ପରିସ୍ଥିତିକୁ ଦେଖି ଏହା ମୁସ୍କିଲ ଲାଗୁଛି।

ସମ୍ୱିଧାନକୁ ସଂଶୋଧନ କରିବାକୁ ଟ୍ରମ୍ପଙ୍କୁ ଏକ ଲମ୍ୱା ପ୍ରକ୍ରିୟା ଦେଇ ଯିବାକୁ ହେବ। ଆମେରିକୀୟ ସମ୍ୱିଧାନର ୨୨ତମ ସଂଶୋଧନକୁ ନିଷ୍କ୍ରିୟ କରିବାକୁ ତାଙ୍କୁ ଏକ ନୂଆ ସଂଶୋଧନକୁ ଆମେରିକୀୟ ସଦନ ଓ ସିନେଟ୍ ଉଭୟରେ ଦୁଇ ତୃତୀୟାଂଶ ବହୁମତ ସହ ପାରିତ ଓ ଅନୁମୋଦନ କରିବାକୁ ହେବ। ଏହାପରେ ୫୦ମଧ୍ୟରୁ ତିନି ତୃତୀୟାଂଶ ରାଜ୍ୟାରୁ ସମର୍ଥନ ନେବାକୁ ହେବ।

ଏହି ପୂରା ପ୍ରକ୍ରିୟା ବେଳେ ଟ୍ରମ୍ପଙ୍କୁ ରିପବ୍ଲିକାନ ଓ ଡେମୋକ୍ରେଟ୍ସ ଉଭୟ ହିଁ ପାର୍ଟିଙ୍କ ଠାରୁ ସମର୍ଥନ ନେବାକୁ ହେବ। କିନ୍ତୁ ବର୍ତ୍ତମାନର ଆମେରିକୀୟ ରାଜନୀତିର ପରିସ୍ଥିତିକୁ ଦେଖି ଟ୍ରମ୍ପଙ୍କ ପାଇଁ ଏହା କରିବା ସହନ ହେବ ନାହିଁ। ଟ୍ରମ୍ପଙ୍କର ୨୦୨୫ରୁ ୨୦୨୯ ଯାଏ କାର୍ଯ୍ୟକାଳ ହିଁ ତାଙ୍କର ଶେଷ କାର୍ଯ୍ୟକାଳ ହେବାର ସମ୍ଭାବନା ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.