ନୂଆଦିଲ୍ଲୀ,୧୦/୦୭: ଆମେରିକା ରାଷ୍ଟ୍ରପତିଙ୍କୁ ହତ୍ୟା କରିବାକୁ ଯୋଜନା କରିଛି ଇରାନ୍ । କେବଳ ସୁଯୋଗକୁ ଅପେକ୍ଷା କରିଛି । ସିଗନାଲ ମିଳିବା ମାତ୍ରେ ଡୋନାଲ୍ଡ ଟ୍ରମ୍ପଙ୍କୁ ମାରିବ ତେହେରାନ । ଟ୍ରମ୍ପଙ୍କୁ ମାରିବାକୁ ପ୍ଲାନ୍ କରି ସାରିଛି ଇରାନ୍ । ଇସ୍ରାଏଲ ତାର ଗୁଇନ୍ଦା ରିପୋର୍ଟରେ ଦାବି କରିଛି ଯେ, ଇରାନ ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରୁଛି । ଗତ କିଛି ଦିନ ମଧ୍ୟରେ ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇଛି । ଏହି ରିପୋର୍ଟ ପରେ, ଟ୍ରମ୍ପ ଆହୁରି ଆକ୍ରମଣାତ୍ମକ ହୋଇପାରନ୍ତି ।
ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିବା ଇରାନ ଲୋକ ଆମେରିକା ବିରୋଧରେ ପ୍ରତିଶୋଧ ଦାବି କରି ସ୍ଲୋଗାନ ଦେଇଥିଲେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ପ୍ରତିଶୋଧ ନେବା ପାଇଁ କବିତା ଏବଂ ଭାଷଣ ପାଠ କରାଯାଇଥିଲା । ଇସ୍ରାଏଲ ଏବେ ଗୁପ୍ତଚର ସୂଚନା ଜାରି କରିଛି ଯାହା ସୂଚାଇ ଦେଉଛି ଯେ, ଇରାନ ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଷଡ଼ଯନ୍ତ୍ର କରୁଥିଲା । ଦି ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ଟ୍ରମ୍ପଙ୍କୁ ହତ୍ୟା କରିବାକୁ 'ନୂଆ ଇରାନୀ ଷଡ଼ଯନ୍ତ୍ର'ର ରିପୋର୍ଟ ସେୟାର କରିଛି ।
ମାତ୍ର ୩ ସପ୍ତାହ ତଳେ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହୋଇଥିଲା । ଏବେ ପୁଣି ତରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢିଛି । ଇସ୍ରାଏଲ ତାର ଗୁଇନ୍ଦା ରିପୋର୍ଟରେ ଦାବି କରିଛି, ଯାହା ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଏବଂ ମୁକାବିଲା ବୃଦ୍ଧି ପାଇବାର ସମ୍ଭାବନାକୁ ବଢାଇଛି । ଆମେରିକା ଏବଂ ଇରାନ ଏ ପର୍ଯ୍ୟନ୍ତ ଏକ ଚୂଡାନ୍ତ ଚୁକ୍ତିରେ ପହଞ୍ଚି ନାହାଁନ୍ତି । ୨୦୨୦ ମସିହାରେ ଆମେରିକାର ଡ୍ରୋନ୍ ଆକ୍ରମଣରେ କାସେମ ସୋଲେମାନୀଙ୍କ ମୃତ୍ୟୁ ପରେ ମଧ୍ୟ ଇରାନ ଅନେକ ବର୍ଷ ଧରି ତାଙ୍କୁ ହତ୍ୟା କରିବାକୁ ଧମକ ଦେଉଥିଲା ।
ସିଏନଏନର ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ଗୁଇନ୍ଦା ସଂସ୍ଥାଗୁଡିକ ଇରାନ ଉଦ୍ଦେଶ୍ୟ ବୁଝିବାକୁ ନିରନ୍ତର ଚେଷ୍ଟା କରୁଛନ୍ତି । ଇସ୍ରାଏଲ ବାରମ୍ବାର ଆମେରିକାକୁ ଇରାନର ଷଡ଼ଯନ୍ତ୍ର ବିଷୟରେ ରିପୋର୍ଟ କରିଛି । ଆମେରିକୀୟ ଅଧିକାରୀମାନେ କହିଛନ୍ତି ଯେ, ଏହି ଇସ୍ରାଏଲୀ ଗୁଇନ୍ଦା ରିପୋର୍ଟ ଡୋନାଲ୍ଡ ଟ୍ରମ୍ପଙ୍କ ଉଦ୍ଦେଶ୍ୟକୁ ମଧ୍ୟ ପରିବର୍ତ୍ତନ କରିପାରେ । ଡୋନାଲ୍ଡ ଟ୍ରମ୍ପ ଗତ ମାସେ ମଧ୍ୟରେ ଇରାନ ସହିତ ଏକ ଚୁକ୍ତିନାମାରେ ପହଞ୍ଚିବା ପାଇଁ ବଡ଼ ପ୍ରୟାସ କରିଛନ୍ତି । ଯଦି ଇରାନ କୌଣସି ଭୁଲ୍ କରେ, ତେବେ ଏକ ବଡ଼ ସାମରିକ ଅଭିଯାନ ଆରମ୍ଭ ହେବ ।
ଏହା ବି ପଢନ୍ତୁ...W Ind vs Eng; ଆଜିଠୁ ଭାରତ-ଇଂଲଣ୍ଡ ମହିଳା ଟେଷ୍ଟ; ପ୍ରଥମ ଥର ଆୟୋଜନ କରିବ ଲର୍ଡ୍ସ, ବଦଳିବ ୧୪୨ ବର୍ଷର ଇତିହାସ
ଇରାନର ହିଟ୍ଲିଷ୍ଟରେ ମୁଁ ଏକନମ୍ବର: ଟ୍ରମ୍ପ- ଇରାନ ମୋତେ ହତ୍ୟା କରିବାକୁ ଚାହୁଁଛି । ମୁଁ ସେମାନଙ୍କ ହିଟ୍ଲିଷ୍ଟରେ ଏକନମ୍ବର ସ୍ଥାନରେ ରହିଛି । ସେମାନେ ମୋତେ ହତ୍ୟା ଲାଗି ବର୍ତ୍ତମାନ ଷଡ଼ଯନ୍ତ୍ର କରୁଥାଇ ପାରନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବୁଧବାର ଏହି ବୟାନ ଦେଇଥିଲେ । ଟ୍ରମ୍ପ୍ କହିଥିଲେ, ତେହରାନକୁ କେବେ ବି ପରମାଣୁ ଅସ୍ତ୍ର ପ୍ରସ୍ତୁତ କରିବାକୁ ଅନୁମତି ଦିଆଯାଇ ପାରିବ ନାହିଁ । ୱାଶିଂଟନ ଓ ତେହରାନ ମଧ୍ୟରେ ବଢ଼ୁଥିବା ବିପଦ, ସଦ୍ୟ ବୟାନବାଜି ଏବଂ ଗମ୍ଭୀର ଉତ୍ତେଜନା ମଧ୍ୟରେ ଟ୍ରମ୍ପ୍ଙ୍କର ଏହି ବୟାନ ଆସିଥିଲା । ଇରାନ ତାଙ୍କୁ ହତ୍ୟା କରିବାକୁ ଚକ୍ରାନ୍ତ କରୁଥିବା ସେ ବିଶ୍ୱାସ କରନ୍ତି । କିନ୍ତୁ ସେ ପଛଘୁଞ୍ଚା ଦେବେନାହିଁ । ତାଙ୍କ ଅନୁସାରେ, ‘ଇରାନର ଯେଉଁ ନେତା ଥିଲେ, ସେମାନେ ଆଉ ନାହାନ୍ତି । ଏବେ ସେମାନଙ୍କ ପାଖରେ ଅନ୍ୟ ନେତା ଅଛନ୍ତି । ସେମାନେ ମଧ୍ୟ ଯାଇପାରନ୍ତି । ମୁଁ ମଧ୍ୟ ଚାଲିଯାଇପାରେ, କାରଣ ମୁଁ ସେମାନଙ୍କର ଏକନମ୍ୱର ଟାର୍ଗେଟ । ତେବେ ମୁଁ ଭାବୁଛି ବିବାଦ ଖୁବ୍ ଶୀଘ୍ର ଶେଷ ହୋଇଯିବ ।’
ଏହା ବି ପଢନ୍ତୁ...US Iran War : ଇରାନ୍ର ବୁଶେହର ସମେତ ଅନେକ ସ୍ଥାନରେ ଧମାକା; ହମ୍ଲାକୁ ଆମେରିକାର ଅସ୍ୱୀକାର,ନେତାନ୍ୟାହୁଙ୍କ ସହ କଥା ହେଲେ ଟ୍ରମ୍ପ...