ନୂଆଦିଲ୍ଲୀ, ୨୧/୦୪ : ଇସଲାମାବାଦରେ ଆଜି ଆମେରିକା-ଇରାନ ଦ୍ଵିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ହେବ। ଶାନ୍ତି ଆଲୋଚନା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣିଥରେ ଧମକ ଦେଇଛନ୍ତି । ସେ କହିଛନ୍ତି ଯେ, ଯେ ପର୍ଯ୍ୟନ୍ତ ଡିଲ୍ ନହୋଇଛି ସେପର୍ଯ୍ୟନ୍ତ ଷ୍ଟ୍ରେଟ୍ ଅଫ୍ ହୋର୍ମୁଜରୁ ନାକାବନ୍ଦୀ ହଟାଇବେନି। ଆମେରିକା ଆଗରେ ଇରାନକୁ ନଇଁବାକୁ ପଡ଼ିବ। ମନ ମୁତାବକ ଡିଲ୍ ହେଲେ ଯାଇ ହୋର୍ମୁଜ୍ ରୁ ଅବରୋଧ ହଟିବ।
ଅପର ପକ୍ଷରେ ଡୋନାଲ୍ଡ ଟ୍ରମ୍ପ ନ୍ୟୁୟର୍କ ଟାଇମ୍ସ, ୱାଶିଂଟନ୍ ପୋଷ୍ଟ, ଏବଂ ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲକୁ ଟାର୍ଗେଟ୍ କରିଛନ୍ତି। ଯୁଦ୍ଧକୁ ନେଇ ମିଥ୍ୟା ଏବଂ ଣ୍ରମାତ୍ମକ ଖବର ପ୍ରସାରଣ କରୁଥିବା ଅଭିଯୋଗ କରିଛନ୍ତି। ଯେଉଁଥିପାଇଁ କି ଶତ୍ରୁ ଭ୍ରମିତ ହେଉଥିବା କହିଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଇରାନର ନାଭି ଧ୍ଵଂସ ହେବାକୁ ବଶିଛି। ବାୟୁସେନା ଅନ୍ଧକାରର ରନୱେକୁ ଚାଲିଯାଇଛି। ଇରାନ ପାଖରେ କୌଣସି ଆଣ୍ଟି ମିଶାଇଲ୍ କିମ୍ଵା ଆଣ୍ଟି ଏୟାରପ୍ଲେନ ଉପକରଣ ନାହିଁ। ତାଙ୍କର ସବୁ ନେତାଙ୍କ ଅନ୍ତ ହୋଇଗଲାଣି। ଶାସନ ପରିବର୍ତ୍ତନ ହେବାକୁ ଯାଉଛି। ସବୁଠୁ ବଡ଼ କଥା ହେଲା ଯେପର୍ଯ୍ୟନ୍ତ କୌଣସି ବୁଝାମଣା ହୋଇନି ଆମେ ହୋର୍ମୁଜ୍ ରୁ ଅବରୋଧ ହଟାଇବୁନି।
ଟ୍ରମ୍ପ ଦାବି କରିଛନ୍ତି ଯେ, ଇରାନର ନେତୃତ୍ୱ ଶହ ଶହ ଜାହାଜକୁ ସେମାନଙ୍କର ତେଲ ଆମେରିକାର ମୁଖ୍ୟତଃ ଟେକ୍ସାସ, ଲୁଇସିଆନା ଏବଂ ଆଲାସ୍କାକୁ ପଠାଇବାକୁ ବାଧ୍ୟ କରିଛି। ଏଥିରୁ ଜଣାପଡ଼ୁଛି ଏହି ଅବରୋଧ ଦ୍ଵାରା ଇରାନର ବ୍ୟାପକ କ୍ଷତି ହେଉଛି। ସେମାନେ ପ୍ରତିଦିନ ୫୦୦ ମିଲିୟନ ଡଲାର କ୍ଷତି ସହୁଛନ୍ତି। ଡେମୋକ୍ରାଟସକୁ ସମାଲୋଚନା କରି ଟ୍ରମ୍ପ କହିଛନ୍ତି ଯେ ବିରୋଧୀ ଦଳ ଇରାନ ସମ୍ପର୍କରେ ଆମର ଦୃଢ଼ ସ୍ଥିତିକୁ ଦୁର୍ବଳ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି। ପ୍ରଥମ ବିଶ୍ଵ ଯୁଦ୍ଧ ୪ ବର୍ଷ ୩ ମାସ ୧୪ ଦିନ ଚାଲିଲା, ଦ୍ଵିତୀୟ ବିଶ୍ଵ ଯୁଦ୍ଧ ୬ ବର୍ଷ ୧ ଦିନ ଚାଲିଲା, କୋରିଆ ଯୁଦ୍ଧ ୩ ବର୍ଷ ୧ ମାସ ୨ ଦିନ ଚାଲିଲା, ଭିଏତନାମ ଯୁଦ୍ଧ ୧୯ ବର୍ଷ ୫ ମାସ ୨୯ ଦିନ ଚାଲିଲା, ଇରାକ ଯୁଦ୍ଧ ୮ ବର୍ଷ ୮ ମାସ ୨୮ ଦିନ ଚାଲିଲା। ହେଲେ ସେମାନେ କହୁଛନ୍ତି ଯେ, ମୁଁ ଇରାନ ଯୁଦ୍ଧକୁ ୬ ସପ୍ତାହରେ ସାରିବାକୁ କହିଥିଲି। ମୁଁ ଚାପରେ ଅଛି ବୋଲି ମିଥ୍ୟା ଖବର ପ୍ରଚାର ହେଉଛି। ହେଲେ ମୁଁ କୌଣସି ଚାପରେ ନାହିଁ। ଆମେରିକାକୁ ତରବରିଆ ଭାବେ କୌଣସି ବୁଝାମଣା କରିବାକୁ ଦିଆଯିବ ନାହିଁ।
ଟ୍ରମ୍ପ କହିଛନ୍ତି ଯେ, ଆମେ ଇରାନ ସହିତ ଯେଉଁ ଚୁକ୍ତି ଆମେ କରୁଛୁ ତାହା JCPOA ଅପେକ୍ଷା ବହୁତ ଭଲ ହେବ। ଏହି ଚୁକ୍ତିକୁ ବାରାକ ଓବାମା ଏବଂ ଜୋ ବାଇଡେନ ଅନୁମୋଦନ କରିଥିଲେ। ଏହା ଆମ ଦେଶର ସୁରକ୍ଷା ସମ୍ପର୍କରେ ହୋଇଥିବା ସବୁଠାରୁ ଖରାପ ଚୁକ୍ତି ମଧ୍ୟରୁ ଗୋଟିଏ ଥିଲା। ଯାହା ଆମ ଚୁକ୍ତି ଅନୁଯାୟୀ କେବେ ହେବ ନାହିଁ। ଯଦି ମୁଁ ସେହି ଚୁକ୍ତିନାମାକୁ ବାତିଲ କରିନଥାନ୍ତି, ତେବେ ଇସ୍ରାଏଲ ଏବଂ ସମଗ୍ର ମଧ୍ୟପ୍ରାଚ୍ୟରେ, ଏପରିକି ଆମେରିକୀୟ ସାମରିକ ଘାଟିରେ ପରମାଣୁ ଅସ୍ତ୍ର ପଡିଥାନ୍ତା। ଆମେ ବର୍ତ୍ତମାନ ଇରାନ ସହିତ ଯେଉଁ ଚୁକ୍ତିନାମା କରିଛୁ ତାକୁ ନେଇ ସମଗ୍ର ବିଶ୍ୱ ଗର୍ବ କରିବ। ଅଯୋଗ୍ୟ ଏବଂ କାପୁରୁଷ ନେତୃତ୍ୱ ଯୋଗୁଁ ଆମେ ବର୍ଷ ବର୍ଷ ଧରି ଲଜ୍ଜା ଏବଂ ଅପମାନ ଭୋଗିଥିଲୁ।
ଏହି ଖବରଟିକୁ ପଢନ୍ତୁ- Islamabad peace talks: ଟ୍ରମ୍ପଙ୍କ ଧମକ ଭିତରେ ଆଜି ଇସଲାମାବାଦରେ ଦ୍ଵିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା, ଯୁଦ୍ଧ ବନ୍ଦ ନେଇ ଫିଟିପାରେ ବାଟ