ନୂଆଦିଲ୍ଲୀ,୨୫।୧୧:   ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଅର୍ଥାତ ଏଆଇକୁ ଆହୁରି ବିକଶିତ କରିବାକୁ ଆମେରିକା ଆରମ୍ଭ କରିଛି ରିସର୍ଚ୍ଚ। ମ୍ୟାନହାଟନ ପ୍ରୋଜେକ୍ଟ ଭଳି ‘ଜେନେସିସ୍ ମିଶନ୍’ ଆରମ୍ଭ କରିଛନ୍ତି  ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ। ଏଥିପାଇଁ ସେ ଆମେରିକାର ଶକ୍ତି ବିଭାଗକୁ ସାଇନ୍ସ ଆଣ୍ଡ ସିକ୍ୟୁରିଟି ଫ୍ଲାଟପର୍ମ ତିଆରି କରିବାକୁ ଦାୟିତ୍ବ ଦେଇଛନ୍ତି। ଏଭଳି କରି ଚୀନ୍‌ଠାରୁ ଆଉ ଦୁଇପାଦ ଆଗେଇବାର ଚେଷ୍ଟା କରୁଛି ଆମେରିକା।

ପ୍ରଥମ ପରମାଣୁ ବୋମା ତିଆରି ପାଇଁ ଆମେରିକା ଯେଉଁ ସ୍ତରରେ ଗବେଷଣା କରିଥିଲା ​​ସେହି ସ୍ତରରେ ଏଆଇ କ୍ଷେତ୍ରରେ ଗବେଷଣା ଆରମ୍ଭ କରିଛି। ଭବିଷ୍ୟତରେ AI କେତେ ଶକ୍ତିଶାଳୀ ହେବ ତା’ର ଗୁରୁତ୍ୱକୁ ବୁଝିସାରିଛି ଆମେରିକା। ଏଥିପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ AI କ୍ଷେତ୍ରରେ ଗବେଷଣା ପାଇଁ ଏକ ଜାତୀୟ ସ୍ତରୀୟ ପଦକ୍ଷେପ ଆରମ୍ଭ କରିଛନ୍ତି । ଏହାର ନା ଦିଆଯାଇଛି ‘ଜେନେସିସ୍ ମିଶନ’। ଏହି ଏହି ମିଶନକୁ ଆରମ୍ଭ କରି ଟ୍ରମ୍ପ ୨୪ ନଭେମ୍ବରରେ ଏକ   ଏକ କାର୍ଯ୍ୟକାରୀ ନିର୍ଦେଶ ଜାରି କରିଛନ୍ତି। ଏହାର ତୁଳନା ମ୍ୟାନହାଟନ ପ୍ରୋଜେକ୍ଟ ସହ କରାଯାଉଛି, ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକାକୁ ପରମାଣୁ ବୋମା ନିର୍ମାଣ କରିବାରେ ସାହାଯ୍ୟ କରିଥିଲା।

ଟ୍ରମ୍ପ ଓ ତାଙ୍କ ସରକାର ଏଆଇ ଦୁନିଆରେ ଆକ୍ରାମକ ଓ ବହୁତ କମ୍ ନିୟମ ସହ ରିସର୍ଚ୍ଚ ଯୋଜନା କରିଛନ୍ତି। ଟ୍ରମ୍ପ ଯେ କୌଣସି ମୂଲ୍ୟରେ ଏଆଇ ରେସ୍‌ରେ ଚୀନ୍‌ଠାରୁ ଆଗରେ ରହିବାକୁ ଚାହାଁନ୍ତି। ଟେକ୍ନୋଲୋଜି କ୍ଷେତ୍ରରେ ଆମେରିକାର ପ୍ରାଧାନ୍ୟକୁ ବଢାଇବାକୁ ଚେଷ୍ଟା କରୁଛନ୍ତି। ବହୁ ଆମେରିକୀୟ ରାଜ୍ୟରେ ଏଆଇ ଉପରେ ନିୟନ୍ତ୍ରଣ ପାଇଁ ନିଜର ସ୍ବତନ୍ତ୍ର ଆଇନ ରହିଛି। ଏବେ ଏହି ଏଆଇ ନିୟମକୁ ଆଇନଗତ ଭାବରେ ରୋକିବାର ପଦ୍ଧତି ଖୋଜାଯାଉଛି। ଟ୍ରମ୍ପ ଧମକ ଦେଇଛନ୍ତି, ଯଦି ଏଭଳି କୌଣସି ରାଜ୍ୟ ଏଭଳି ନିୟମ ତିଆରି କରେ ତେବେ ସେହି ରାଜ୍ୟର ସଂଘୀୟ ସହାୟତା ରଦ୍ଦ କରି ଦିଆଯିବ।

ଟ୍ରମ୍ପ କହିଛନ୍ତି, ଆମେରିକା ଏଆଇ ବିକାଶରେ ବିଶ୍ବ ସ୍ତରରେ ନିଜର ସ୍ବତନ୍ତ୍ର ସ୍ଥିତି ତିଆରି କରିବା ଦୌଡରେ ରହିଛି। AI ‘ବୈଜ୍ଞାନିକ ଆବିଷ୍କାର ଏବଂ ଆର୍ଥିକ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।  ଜେନେସିସ୍ ମିଶନର କେନ୍ଦ୍ରବିନ୍ଦୁ ‘ଆମେରିକାନ୍ ସାଇନ୍ସ ଆଣ୍ଡ ସିକ୍ୟୁରିଟି ପ୍ଲାଟଫର୍ମ ତିଆରି କରିବା।’  ଯାହାକି ଗବେଷକଙ୍କୁ ସୁପର କମ୍ପ୍ୟୁଟର ସମ୍ବଳ, AI ମଡେଲିଂ ଉପକରଣ ଏବଂ ବିଶାଳ ଫେଡେରାଲ୍ ଡାଟାସେଟ୍ ପ୍ରଦାନ କରିବ।