ନୂଆଦିଲ୍ଲୀ : ବାରମ୍ୱାର ଅନେକ ଅପିଲ ସତ୍ତ୍ୱେ ରୋଷେଇ ଗ୍ୟାସ୍ ସିଲିଣ୍ଡରର ନିରନ୍ତର ବୁକିଂ ବୃଦ୍ଧି ଘଟୁଛି। ଏହି ମଧ୍ୟରେ ସରକାର ଶନିବାର ପୁଣି ଥରେ ଉପଭୋକ୍ତାଙ୍କୁ ଅନୁରୋଧ କରିଛନ୍ତି। ଭୟଭୀତ ଓ ବିଚଳିତ ହୋଇ ସିଲିଣ୍ଡର ବୁକିଂ କରନ୍ତୁ ନାହିଁ ଏବଂ କହିଛନ୍ତି , ଦେଶରେ ଏଲପିଜିର ଅଭାବ ନାହିଁ , ତଥା ହୋର୍ମୁଜ ପ୍ରଣାଳୀରେ ଫସି ଥିବା ଭାରତର ଦୁଇଟି ଏଲପିଜି ଟ୍ୟାଙ୍କର ପ୍ରାୟ ୯ ହଜାର ଟନ୍ ଗ୍ୟାସ ସହ ସକାଳେ ଦେଶ ଅଭିମୁଖେ ଆସୁଛି। ଦେଶରେ ଏଲପିଜି ଯୋଗାଣରେ ସମାଧାନ ହୋଇଯିବ। ଏହା ବ୍ୟତୀତ ୨୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ବାଣିଜ୍ୟିକ ଉପଭୋକ୍ତାଙ୍କୁ ମଧ୍ୟ ଏଲପିଜି ଗ୍ୟାସ୍ ସିଲିଣ୍ଡରର ସପ୍ଲାଇ ଆରମ୍ଭ କରି ଦିଆ ଯାଇଛି। ଏହାସହ ସେମାନଙ୍କୁ ତାଙ୍କ ଅଞ୍ଚଳରେ ଉପଲବ୍ଧ ପାଇପ୍ର ପ୍ରାକୃତିକ ଗ୍ୟାସ କନେକ୍ସନ ଆପଣାଇବାର ପରାମର୍ଶ ମଧ୍ୟ ଦିଆଯାଉଛି।
ଏଲପିଜିର କଳାବଜାରୀ ଓ ଗଚ୍ଛିତୀକରଣକୁ ରୋକିବା ପାଇଁ ମଧ୍ୟ ନିରନ୍ତର ଚଢାଉ କରାଯାଉଛି ଏବଂ ସାରା ଦେଶରେ ୨୦ଟି ଏଫଆଇଆର ରୁଜୁ କରି ଲୋକଙ୍କୁ ହେପାଜତକୁ ନିଆଯାଇଛି। ଦେଶରେ ଏଲପିଜିର ଉତ୍ପାଦନ ୨୮ରୁ ବଢି ୩୧ ପ୍ରତିଶତ ହୋଇ ଯାଇଛି। ଏହା ମଧ୍ୟ କୁହାଯାଇଛି ଯେ, ଦେଶରେ ୨୦୨୬ ଖରିଫ ଋତୁ ପାଇଁ ସାରର ପର୍ଯ୍ୟାପ୍ତ ଷ୍ଟକ୍ ମହଜୁଦ ରହିଛି ଏବଂ ଏହାକୁ ନେଇ କେବେ ବି ବିଚଳିତ ହେବାର କୌଣସି ଆବଶ୍ୟକ ନାହିଁ। ପଶ୍ଚିମ ଏସିଆରେ ଫସିଥିବା ଭାରତୀୟଙ୍କ ସ୍ୱଦେଶ ଫେରିବାର ପ୍ରକ୍ରିୟା ଜାରି ରହିଥି ଏବଂ ବିଭିନ୍ନ ବିମାନରେ ଏବେସୁଦ୍ଧା ୧ଲକ୍ଷ ୭୨ ହଜାର ଭାରତୀୟ ନାଗରିକ ସ୍ୱଦେଶ ଫେରି ସାରିଛନ୍ତି। ଉପସାଗରୀୟ କ୍ଷେତ୍ରରେ ଭାରତୀୟ ପତାକା ଥିବା ୨୨ ଜାହାଜ ଏବେ ବି ଅଛି ଏବଂ ଏଥିରେ ଥିବା ସବୁ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି।
ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ସୁଜାତା ଶର୍ମା ,ବିଭିନ୍ନ ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ନିୟମିତ ବ୍ରିଫିଂରେ କହିଛନ୍ତି – ଦେଶରେ ଅଶୋଧିତ ତୈଳର ପର୍ଯ୍ୟାପ୍ତ ପରିମାଣର ସପ୍ଲାଇ ଅଛି ଏବଂ ପେଟ୍ରୋଲ ତଥା ଡିଜେଲର ଅଭାବ ନାହିଁ।
ଏହା ସହ ମଧ୍ୟ ପଢନ୍ତୁ : ହୋର୍ମୁଜ ସମସ୍ୟାକୁ ନେଇ ଟ୍ରମ୍ପଙ୍କ ବିସ୍ଫୋରକ ବୟାନ : ଆମେରିକା ସହ ଅନେକ ଦେଶ ପଠାଇବେ ଯୁଦ୍ଧ ଜାହାଜ