ତେହରାନ : ଆମେରିକା , ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଆହୁରି ଅନେକ ଦେଶ ମଧ୍ୟ ଏହି ଯୁଦ୍ଧର ପ୍ରଭାବରେ ରହିଛନ୍ତି। ଅନେକ ମିଡିଲ ଇଷ୍ଟରେ ଏୟାରସ୍ପେସ୍ ବନ୍ଦ ହେବା ସମସ୍ୟାକୁ ଆହୁରି ବଢାଉଛି। ପାଇଲଟଙ୍କ ଭିତରେ ମଧ୍ୟ ଏହାକୁ ନେଇ ଖୁବ୍ ଅଧିକ ଭୟ ଅଛି। ପାଇଲଟ କହୁଛନ୍ତି ଯେ, ସେ ମିସାଇଲ ଥିବା ଏୟାରସ୍ପେସରେ ବିମାନ ଉଡ଼ାଣକୁ ନେଇ ସୁରକ୍ଷିତ ଅନୁଭବ କରୁ ନାହାନ୍ତି।
ଉଲ୍ଲେଖନୀୟ ଯେ, ଏହି ଯୁଦ୍ଧରେ ଇରାନର ସୁପ୍ରିମ୍ ଲିଡର ଅୟାତୁଲ୍ଲା ଖାମେନିଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ , ଯୁଦ୍ଧ ଦୁନିଆର ଅନେକ ବ୍ୟସ୍ତ ବିମାନ ବନ୍ଦରର ଉପରେ ଆକାଶକୁ ଶହ ଶହ ବାଲିଷ୍ଟିକ୍ ମିସାଇଲ ଓ ଆକ୍ରମଣକାରୀ ଡ୍ରୋନରେ ଭରି ଦିଆ ଯାଇଛି।
ଏହା ସହ ମଧ୍ୟ ପଢନ୍ତୁ : ମିଡିଲ ଇଷ୍ଟର ଲୁଜର ଇରାନ , ଆଜି କରିବୁ ଜୋରଦାର ଆକ୍ରମଣ : ଡୋନାଲ୍ଡ ଟ୍ରମ୍ପ
ବର୍ତ୍ତମାନ ଏହି ଏୟାରସ୍ପେସରେ କେବଳ କିଛି ରେସ୍କ୍ୟୁ ଫ୍ଲାଇଟ୍ ଉଡ଼ାଣ ଭରି ପାରୁଛନ୍ତି। ଅନେକ ପାଇଲଟ, ଅଧା ଡର୍ଜନରୁ ଅଧିକ ଆଭିଏସନ ଓ ସିକ୍ୟୁରିଟି ସୋର୍ସରୁ କହିଛନ୍ତି , ୟୁକ୍ରେନ , ଆଫଗାନିସ୍ତାନ ଓ ଇସ୍ରାଏଲ ଭଳି କ୍ଷେତ୍ରରେ ଚାଲୁ ଥିବା ଯୁଦ୍ଧ ଯୋଗୁଁ ପାଇଲଟଙ୍କ ଉପରେ ଖୁବ୍ ଚାପ ରହିଛି। ସେ କହିଛନ୍ତି ଏବେ ଚାଳକ ଦଳଙ୍କୁ ସୀମିତ ଆକାଶ କ୍ଷେତ୍ରରେ ଉଡ଼ାଣ ଭରିବାକୁ ପଡ଼ୁଛି। ଏହା ବ୍ୟତୀତ ସକ୍ରିୟ ଯୁଦ୍ଧ କ୍ଷେତ୍ର ଠାରୁ ଦୂରରେ ଆକ୍ଟିଭ୍ ଡ୍ରୋନର ସଂଖ୍ୟା ବୃଦ୍ଧି ଯୋଗୁଁ ଖୁବ୍ ଚାପ ରହିଛି।
ତାନଜା ହାର୍ଟର , ଜଣେ ପାଇଲଟ। ସେ ମଧ୍ୟ ପ୍ରାଚ୍ୟରେ କାମ କରି ସାରିଛନ୍ତି ଏବଂ ୟୁରୋପୀୟ କକପିଟ୍ ଆସୋସିଏସନର ଅଧ୍ୟକ୍ଷ। ହାର୍ଟର ନ୍ୟୁଜ୍ ଏଜେନ୍ସି ରୟଟରଙ୍କୁ କହିଛନ୍ତି ଯେ, ଆମେ ମିଲିଟାରୀ ପାଇଲଟ ନୁହେଁ। ଆମକୁ ଆକାଶରେ ଏହିପରି ବିପଦରୁ ବର୍ତ୍ତିବା ପାଇଁ ଟ୍ରେନିଂ ଦିଆ ଯାଇ ନଥିଲା। ସେ କହି ଥିଲେ ଯେ, ମିଡିଲ ଇଷ୍ଟର ଆକାଶରେ ଆଭିଏସନ କ୍ଷେତ୍ରରେ ଖୁବ୍ ଚ୍ୟାଲେଞ୍ଜର ସମ୍ମୁଖୀନ କରିବାକୁ ପଡ଼ୁଛି। ଏଥିଯୋଗୁଁ ପାଇଲଟଙ୍କ ମଧ୍ୟରେ ଭୟ ଓ ଚିନ୍ତା ସୃଷ୍ଟି ହେଉଛି। ସେ କହିଛନ୍ତି , ଜଣେ ପାଇଲଟ ଭାବେ ସେ ମିସାଇଲରେ ପୂର୍ଣ୍ଣ ଆକାଶରେ ଉଡ଼ାଣ ଭରିବାକୁ ଚାହିଁବେ ନାହିଁ।