ପ୍ରମୂଖ ଖବର
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ସିଲଭର୍ ସିଟିରେ ଡବଲ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ କଟାସ, ଜୁବୁଲା ଆହତ, ବରିଷ୍ଠ ପୁଲିସ ଅଧିକାରୀଙ୍କ ପଚରାଉଚରା

Published By : Prameya | April 17, 2025 8:01 AM

କଟକ,୧୭/୦୪: ଦୀର୍ଘ ଦିନର ବ୍ୟବଧାନ ପରେ କଟକ କମିସରେଟ୍‌ ପୁଲିସ ଏନ୍‌କାଉଣ୍ଟର କରିଛି ।  ବୁଧବାର ବିଳମ୍ବିତ ରାତିରେ ଚୌଦ୍ୱାର ଥାନା ଅଞ୍ଚଳରେ ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗୁଳିମାଡ଼ କରିଛି ପୁଲିସ । ପୁଲିସ ଗୁଳିରେ ଆହତ ଅଭିଯୁକ୍ତ ଦ୍ୱୟ ହେଲେ କଟାସ ଓରଫ ସଂଗ୍ରାମ ରାଉତ  ଏବଂ ଜୁବୁଲା ଓରଫ ଶୁଭ୍ରାଂଶୁ ପରିଡ଼ା । ସଂଗ୍ରାମର ଘର ନନ୍ଦନକାନନ ଥାନା ଅଞ୍ଚଳରେ ହୋଇଥିବା ବେଳେ ଜୁବୁଲାର ଘର ବୟାଳିଶମୌଜା କୁଳକଳପଡ଼ା  ଅଞ୍ଚଳରେ । ଡକାୟତି, ଲୁଟ୍‌ପାଟ ଭଳି  ଏକାଧିକ ସଙ୍ଗିନ୍‌ ମାମଲାରେ ଜଡ଼ିତ  ଥିବା କଟାସ ଓ ଜୁବୁଲାକୁ ଧରିବା ପାଇଁ  ପୁଲିସ ପିଛା କରୁଥିବା ବେଳେ ଚୌଦ୍ୱାର  ଥାନା ଅଞ୍ଚଳରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଦୁଇ ଅପରାଧୀ ପୁଲିସକୁ ଆକ୍ରମଣ କରିଥିଲେ । ସ୍ଥିତି ବିଗିଡ଼ି ଯିବାରୁ ପୁଲିସ ଦୁଇ ଅଭିଯୁକ୍ତଙ୍କ ଉପରକୁ ଗୁଳି ଚଳାଇଥିଲା । ଦୁଇ ଜଣଙ୍କ ଗୋଡ଼ରେ  ଗୁଳି ବାଜିଛି । ସେମାନଙ୍କୁ ଏସ୍‌ସିବି ଟ୍ରମା କେୟାର୍‌ରେ ଭର୍ତ୍ତି କରାଯାଇଛି । 

ଡିସିପି ଖିଲାରୀ ଋଷିକେଶ  ଦ୍ୟାନଦେଓ, ଏସିପି ଅରୁଣ ସ୍ୱାଇଁ  ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ଏସ୍‌ସିବିରେ ପହଞ୍ଚି ଅଭିଯୁକ୍ତଙ୍କୁ ପଚରାଉଚୁରା କରୁଛନ୍ତି । ଅଭିଯୁକ୍ତଙ୍କ ଠାରୁ ବନ୍ଧୁକ, ଗୁଳି ସମେତ ବିଭିନ୍ନ  ମାରଣାସ୍ତ୍ର ଜବତ ହୋଇଛି । କଟାସ ଓ  ଜୁବୁଲା ବିରୋଧରେ ରାହାଜାନୀ ଠାରୁ  ଆରମ୍ଭ କରି ଡକାୟତି, ଛିନ୍‌ତାଇ,  ହତ୍ୟା, ବୋମାମାଡ଼ ଉଦ୍ୟମ ଭଳି ସଙ୍ଗିନ  ମାମଲା କଟକ କମିସନରେଟ୍‌ ସମେତ ବିଭିନ୍ନ ଜିଲ୍ଲାରେ ରହିଛି । କଟକରେ ଗତ କିଛିଦିନ ହେଲା  କିଛି ଗ୍ୟାଙ୍ଗଷ୍ଟର୍‌ ସହଯୋଗୀ ନିଜର  ପତିଆରା ବୃଦ୍ଧି ପାଇଁ ମୁଣ୍ଡ ଟେକିଛନ୍ତି । ନିଜର ଦୁର୍ଗ ଗଠନ କରି ବାଲି ମାଫିଆ,  ଠିକାଦାରଙ୍କୁ ଭୟଭୀତ କରି ସେମାନେ  ବଟି ଆଦାୟ କରୁଥିବା କମିସନରେଟ୍‌  ପୁଲିସ ପାଖରେ ଖବର ରହିଛି । ପୁଲିସ  ଏ ସଂପର୍କରେ କୌଣସି ସ୍ପଷ୍ଟ ତଥ୍ୟ ଦେଉ ନ ଥିବା ବେଳେ ପୁଲିସ ଗୁଳିରେ  ଘାଇଲା ହୋଇଥିବା ଦୁଇ ଅଭିଯୁକ୍ତ କମିସନରେଟ୍‌ ପୁଲିସ ପାଇଁ ମୁଣ୍ଡବିନ୍ଧାର  କାରଣ ପାଲଟିଥିଲା। ଅଭିଯୁକ୍ତ କଟାସ  ଓ ଜୁବୁଲାଙ୍କ ପାଖରେ ବନ୍ଧୁକ, ଗୁଳି  ଆଦି ମାରଣାସ୍ତ୍ର ଥିବା ପୁଲିସ ସୂଚନା  ପାଇଥିଲା । ଡିସିପିଙ୍କ ନିର୍ଦ୍ଦେଶରେ  କଟକ କମିସନରେଟ୍‌ ପୁଲିସର ସ୍ପେଶାଲ୍‌  ସ୍କ୍ୱାଡ୍‌ ସେମାନଙ୍କୁ ଧରିବା ପାଇଁ ତଲାସି ଅଭିଯାନ ଚଳାଇଥିଲା । 

ସୂଚନା ଥାଉକି, ୨୦୨୩ ମସିହା  ସେପ୍ଟେମ୍ବର ମାସରେ ଶେଷ ଥର ପାଇଁ  କଟକ କମିସନରେଟ୍‌  ପୁଲିସ ଏନ୍‌କାଉଣ୍ଟର କରିଥିଲା । ତତ୍କାଳୀନ ଡିସିପି ପିନାକ  ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସ୍କ୍ୱାଡ୍‌ ଓ ସଦର ଥାନା ପୁଲିସ  ଦୁର୍ଦ୍ଦାନ୍ତ ଅପରାଧୀ ଭାଣପୁରର ମନୋଜ ମହାରଣା ଓରଫ ମଙ୍ଗୁକୁ  ଏନ୍‌କାଉଣ୍ଟର କରିଥିଲା । ମତ୍ତଗଜପୁର ଠାରେ ଜଣେ ସୁନା  ଅଳଙ୍କାର ଦୋକାନୀଙ୍କୁ ଲୁଟ୍‌ ମାମଲାରେ ମଙ୍ଗୁ ପୁଲିସ କବ୍‌ଜାରୁ ଖସି ପଳାଉଥିବା ବେଳେ ଏନ୍‌କାଉଣ୍ଟରର ଶିକାର ହୋଇଥିଲା ।  ଏହା ପୂର୍ବରୁ ମଧ୍ୟ ମଙ୍ଗୁକୁ ପୁଲିସ ଏନ୍‌କାଉଣ୍ଟର କରିଥିଲା ।  ଅନ୍ୟପକ୍ଷରେ ଗତ ୩ ମାସ ହେଲାଣି ଭୁବନେଶ୍ୱର କମିସନରେଟ୍‌  ପୁଲିସ ଏନ୍‌କାଉଣ୍ଟର୍‌ କରୁଛି । ଇତିମଧ୍ୟରେ ଭୁବନେଶ୍ୱରରେ  ୪ଟି ଏନ୍‌କାଉଣ୍ଟର ହୋଇସାରିଲାଣି । ଫେବ୍ରୁଆରି ୧୬ ରାତିରେ  ମଧ୍ୟପ୍ରଦେଶ ଧର୍‌ ଗ୍ୟାଙ୍ଗ୍‌ର ଅର୍ଜୁନକୁ ପୁଲିସ ଗୁଳି କରିଥିଲା ।  

ରାଜଧାନୀର ବିଭିନ୍ନ ଆପାର୍ଟମେଣ୍ଟ୍‌ରୁ ସିରିଜ୍‌ ଲୁଟ୍‌ କରି ଅର୍ଜୁନ  ଗ୍ୟାଙ୍ଗ୍‌ ପୁଲିସକୁ ନାକେଦମ କରିଥିଲା । ଏହାପରେ ମାର୍ଚ୍ଚ ୮  ତାରିଖ ରାତିରେ ବିହାରର କୁଖ୍ୟାତ ଅପରାଧୀ ଦୀପକ କୁମାର  ଏବଂ ଗତ ୩ ତାରିଖରେ ଦୁଇ ବିହାରୀ ଲୁଟେରା ମନିଷ  ଯାଦବ ଓ ସୋନୁ ଯାଦବ ପୁଲିସ ଗୁଳିରେ ଆହତ ହୋଇଥିଲେ ।  ସେହିପରି ଗତ ଶୁକ୍ରବାର ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ ନିଶା ବେପାରୀ  ଜାମସେଦ୍‌କୁ ଏନ୍‌କାଉଣ୍ଟର କରିଥିଲା । ଭୁବନେଶ୍ୱର ସହ ତାଳଦେଇ  କଟକ କମିସନରେଟ୍‌ ପୁଲିସ ଏନ୍‌କାଉଣ୍ଟର ଆରମ୍ଭ କରିଥିବାରୁ  ଅପରାଧୀଙ୍କ ମଧ୍ୟରେ ଛନକା ପଶିଛି । କମିସନରେଟ୍‌ ପୁଲିସ  ପ୍ରତିଷ୍ଠା ଦିନଠାରୁ ଅର୍ଥାତ୍‌ ୨୦୦୮ରୁ ଅଦ୍ୟାବଧି ୪୦ରୁ ଅଧିକ  ଏନ୍‌କାଉଣ୍ଟର ହୋଇଛି । ତେବେ ଡିସିପି ଅଖିଳେଶ୍ୱର ସିଂହଙ୍କ  ଅମଳରେ ସର୍ବାଧିକ ୨୭ ଥର ଏନ୍‌କାଉଣ୍ଟର୍‌ ହୋଇଥିଲା ।  ଏମିତିକି ଦୁଇ ଜଣ ଅପରାଧୀଙ୍କୁ ଦୁଇ ଦୁଇ ଥର ଗୁଳିମାଡ଼  କରାଯାଇଥିଲା । ଅଖିଳେଶ୍ୱରଙ୍କ ପୂର୍ବବର୍ତ୍ତୀ ସମୟରେ ୮ରୁ ଅଧିକ  ଏନ୍‌କାଉଣ୍ଟର ହୋଇଥିବା ବେଳେ ଡିସିପି ପ୍ରତୀକ ସିଂ, ଡିସିପି  ପିନାକ୍‌ ମିଶ୍ରଙ୍କ ସମୟରେ ଏକାଧିକ ବାର ଏନ୍‌କାଉଣ୍ଟର ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.