ପ୍ରମୂଖ ଖବର
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ମିସେସ୍‌ ଗ୍ରାଣ୍ଡ୍‌ ଇଣ୍ଟରନ୍ୟାସନାଲ: ଅଫିସିଆଲ୍‌ ଫେସ୍‌ ଓ ବ୍ରାଣ୍ଡ ଆମ୍ବାସଡର ହେଲେ ଡାକ୍ତର ସାଇପ୍ରସନ୍ନା

Published By : Prameya | July 17, 2025 10:08 AM

ଭୁବନେଶ୍ୱର,୧୭/୦୭:  ପୁଣିଥରେ ବିଦେଶ ମାଟିରେ ଓଡ଼ିଶାର  ଟେକ ରଖିଛନ୍ତି ଓଡ଼ିଶାର ଡାକ୍ତର  ସାଇପ୍ରସନ୍ନା ବେହେରା । ମିସେସ୍‌ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲରେ ପ୍ରତିଯୋଗୀରୁ  ଯାତ୍ରା ଆରମ୍ଭ କରି ମୁକୁଟ ଧାରଣ କରିବା  ସହ ପ୍ରଥମ ଭାରତୀୟ ଭାବେ ସେ  ୨୦୨୫-୨୭ ବର୍ଷ ପାଇଁ ମିସେସ ଗ୍ରାଣ୍ଡ  ଇଣ୍ଟରନ୍ୟାସନାଲର ଅଫିସିଆଲ୍‌ ଫେସ୍‌  ଏବଂ ବ୍ରାଣ୍ଡ ଆମ୍ବାସଡର ଭାବରେ ନିଯୁକ୍ତ  ହୋଇଛନ୍ତି । 

୨୦୨୩-୨୪ରେ ମିସେସ୍‌  ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାରେ  ଜଣେ ପ୍ରତିଯୋଗୀ ଭାବେ ନିଜର  ଯାତ୍ରା ଆରମ୍ଭ କରିଥିଲେ ସାଇପ୍ରସନ୍ନା   । ସେହି ବର୍ଷ ବିଜେତା ହେବା ପରେ  ଉତ୍କର୍ଷତା ଏବଂ ସୌନ୍ଦର୍ଯ୍ୟରେ ନୂତନ  ମାନଦଣ୍ଡ ସ୍ଥାପନ କରିଥିଲେ । ଏହାସହ  ପ୍ରଥମଥର ପାଇଁ ସେ ମିସେସ୍‌ ଗ୍ରାଣ୍ଡ  ଇଣ୍ଟରନ୍ୟାସନାଲ ୨୦୨୪-୨୫  ଭାବରେ ପୁନଃ ମୁକୁଟ ଧାରଣ କରି  ଓଡ଼ିଶା ପାଇଁ ଗୌରବ ଆଣିଥିଲା ।  ଏବେ ତାଙ୍କ ଯାତ୍ରାରେ ଆଉ ଏକ ପାଦ  ଆଗେଇ ସେ ୨୦୨୫-୨୭ ବର୍ଷ ପାଇଁ  ମିସେସ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲର ବ୍ରାଣ୍ଡ  ଆମ୍ବାସଡର ଭାବେ ନିଯୁକ୍ତ ହୋଇଛନ୍ତି। ନାରୀ ସଶକ୍ତୀକରଣ ଏବଂ ସୌନ୍ଦର୍ଯ୍ୟର  ଏକ ପ୍ରକୃତ ପ୍ରେରଣାଦାୟକ ପ୍ରତିଛବି  ପାଲଟିଛନ୍ତି ସାଇପ୍ରସନ୍ନା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.