ଭୁବନେଶ୍ୱର,୧୭/୦୭:  ପୁଣିଥରେ ବିଦେଶ ମାଟିରେ ଓଡ଼ିଶାର  ଟେକ ରଖିଛନ୍ତି ଓଡ଼ିଶାର ଡାକ୍ତର  ସାଇପ୍ରସନ୍ନା ବେହେରା । ମିସେସ୍‌ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲରେ ପ୍ରତିଯୋଗୀରୁ  ଯାତ୍ରା ଆରମ୍ଭ କରି ମୁକୁଟ ଧାରଣ କରିବା  ସହ ପ୍ରଥମ ଭାରତୀୟ ଭାବେ ସେ  ୨୦୨୫-୨୭ ବର୍ଷ ପାଇଁ ମିସେସ ଗ୍ରାଣ୍ଡ  ଇଣ୍ଟରନ୍ୟାସନାଲର ଅଫିସିଆଲ୍‌ ଫେସ୍‌  ଏବଂ ବ୍ରାଣ୍ଡ ଆମ୍ବାସଡର ଭାବରେ ନିଯୁକ୍ତ  ହୋଇଛନ୍ତି । 

୨୦୨୩-୨୪ରେ ମିସେସ୍‌  ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାରେ  ଜଣେ ପ୍ରତିଯୋଗୀ ଭାବେ ନିଜର  ଯାତ୍ରା ଆରମ୍ଭ କରିଥିଲେ ସାଇପ୍ରସନ୍ନା   । ସେହି ବର୍ଷ ବିଜେତା ହେବା ପରେ  ଉତ୍କର୍ଷତା ଏବଂ ସୌନ୍ଦର୍ଯ୍ୟରେ ନୂତନ  ମାନଦଣ୍ଡ ସ୍ଥାପନ କରିଥିଲେ । ଏହାସହ  ପ୍ରଥମଥର ପାଇଁ ସେ ମିସେସ୍‌ ଗ୍ରାଣ୍ଡ  ଇଣ୍ଟରନ୍ୟାସନାଲ ୨୦୨୪-୨୫  ଭାବରେ ପୁନଃ ମୁକୁଟ ଧାରଣ କରି  ଓଡ଼ିଶା ପାଇଁ ଗୌରବ ଆଣିଥିଲା ।  ଏବେ ତାଙ୍କ ଯାତ୍ରାରେ ଆଉ ଏକ ପାଦ  ଆଗେଇ ସେ ୨୦୨୫-୨୭ ବର୍ଷ ପାଇଁ  ମିସେସ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲର ବ୍ରାଣ୍ଡ  ଆମ୍ବାସଡର ଭାବେ ନିଯୁକ୍ତ ହୋଇଛନ୍ତି। ନାରୀ ସଶକ୍ତୀକରଣ ଏବଂ ସୌନ୍ଦର୍ଯ୍ୟର  ଏକ ପ୍ରକୃତ ପ୍ରେରଣାଦାୟକ ପ୍ରତିଛବି  ପାଲଟିଛନ୍ତି ସାଇପ୍ରସନ୍ନା ।