ଭୁବନେଶ୍ୱର ୧୭/୦୫: ଆଫ୍ରିକୀୟ ଦେଶ କଙ୍ଗୋରେ ପୁଣି ଇବୋଲା କାୟା ବିସ୍ତାର କରିଛି। ଏ ପର୍ଯ୍ୟନ୍ତ ପ୍ରାୟ ୮୦ ଲୋକଙ୍କ ମୃତ୍ୟୁ ହେଲାଣି। ୨୪୬ ସନ୍ଦିଗ୍ଧ ମାମଲା ଚିହ୍ନଟ ହୋଇଛନ୍ତି । କିନ୍ତୁ ଓଡ଼ିଶା ପାଇଁ କେତେ ବିପଦ? କଙ୍ଗୋରୁ ଫେରୁଥିବା ଓଡ଼ିଆଙ୍କ ପାଇଁ ସରକାର କ’ଣ ପଦକ୍ଷେପ ନେଇଛନ୍ତି? “କଙ୍ଗୋର କାସାଇ ପ୍ରଦେଶରେ ନୂଆ ଇବୋଲା ଆଉଟବ୍ରେକ ଘୋଷଣା ହୋଇଛି।

ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ (WHO) କହିଛି, ଏହା ମାରାତ୍ମକ 'Zaire' ଷ୍ଟ୍ରେନ। ଏପର୍ଯ୍ୟନ୍ତ ଅନେକ ଜଣ ଆକ୍ରାନ୍ତ ଚିହ୍ନଟ ହେବା ସହ କିଛି ଜଣଙ୍କ ମୃତ୍ୟୁ ହୋଇସାରିଛି । କଙ୍ଗୋ ସୀମାନ୍ତ ଉଗାଣ୍ଡା, ରୁୱାଣ୍ଡାକୁ ବି ଆଲର୍ଟ ଜାରି ହୋଇଛି।”

ତେବେ ଓଡ଼ିଶା ପାଇଁ ଚିନ୍ତାର କାରଣ ହେଉଛି ପାଖାପାଖି ଅନେକ ଓଡ଼ିଆ କଙ୍ଗୋ ଓ ପଡ଼ୋଶୀ ଦେଶରେ କାମ କରନ୍ତି। ତେବେ ବିଶେଷଜ୍ଞ କହୁଛନ୍ତି, ଇବୋଲା କୋଭିଡ ଭଳି ବାୟୁରେ ବ୍ୟାପି ନଥାଏ। କେବଳ ଆକ୍ରାନ୍ତଙ୍କ ରକ୍ତ, ଝାଳ, ବାନ୍ତି, ଶରୀର ଫ୍ଲୁଇଡ ସଂସ୍ପର୍ଶରେ ଆସିଲେ ସଂକ୍ରମଣ ହୋଇଥାଏ। କୋଭିଡ ଭଳି କାଶ, ଛିଙ୍କରେ ସ୍ପେଡ୍ ହୋଇନଥାଏ। ଭାରତ ସରକାର ସବୁ ଆନ୍ତର୍ଜାତୀୟ ଏୟାରପୋର୍ଟରେ ଥର୍ମାଲ ସ୍କ୍ରିନିଂ ଓ ୨୧ ଦିନିଆ ସର୍ଭେଲାନ୍ସ ବାଧ୍ୟତାମୂଳକ କରିଛନ୍ତି।”କଙ୍ଗୋ ଗଣତନ୍ତ୍ରର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଇବୋଲା ଆଉଟବ୍ରେକ ଘୋଷଣା କରିଛି। ଏହା Zaire ଷ୍ଟ୍ରେନ, ଯାହା ସବୁଠୁ ମାରାତ୍ମକ।

ଜାତିସଂଘ ସ୍ୱାସ୍ଥ୍ୟ ଏଜେନ୍ସିଂ ଅନୁଯାୟୀ, ଶନିବାର ସୁଦ୍ଧା କଙ୍ଗୋର ଇଟୁରି ପ୍ରଦେଶର ଅତି କମରେ ୩ଟି ସ୍ୱାସ୍ଥ୍ୟ ଜୋନ୍ ( ବୁନିଆ, ରୱାମ୍ପାରା ଏବଂ ମୋଙ୍ଗବୱାଲୁ)ରେ ୮୦ ଜଣଙ୍କର ମୃତ୍ୟୁ ହୋଇଛି । ୮ ପରୀକ୍ଷାଗାରରୁ ନିଶ୍ଚିତ ହୋଇଥିବା ମାମଲା ଏବଂ ୨୪୬ ସନ୍ଦିଗ୍ଧ ମାମଲା ରିପୋର୍ଟ କରାଯାଇଛି । କଙ୍ଗୋର ପୂର୍ବ ଇଟୁରି ପ୍ରଦେଶରେ ଇବୋଲା ସଂକ୍ରମଣରେ ୮୦ ଜଣଙ୍କର ମୃତ୍ୟୁ ହୋଇଥିବା ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ଇବୋଲା ସଂକ୍ରମିତ ବ୍ୟକ୍ତିଙ୍କ ଶରୀର ରକ୍ତ, ବାନ୍ତି, ଲାଳ, ବୀର୍ଯ୍ୟ କିମ୍ବା ଦୂଷିତ ପୃଷ୍ଠ ଦ୍ବାରା ଆକ୍ରାନ୍ତଙ୍କଠାରୁ ସୁସ୍ଥ ଲୋକଙ୍କୁ ବ୍ୟାପିଥାଏ ।

ଇବୋଲା କ'ଣ ?

ଇବୋଲା ଏକ ଅତ୍ୟନ୍ତ ବିପଜ୍ଜନକ ଭୂତାଣୁ ଜନିତ ରୋଗ । ଯଦିଓ ଏହା ବିରଳ, ଏହି ସଂକ୍ରମଣ ବହୁତ ଗମ୍ଭୀର ହୋଇପାରେ ଏବଂ ଅନେକ କ୍ଷେତ୍ରରେ ଘାତକ ହୋଇପାରେ । ଏହି ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରୁ ରକ୍ତ, ବାନ୍ତି, ଝାଳ କିମ୍ବା ବୀର୍ଯ୍ୟ ପରି ତରଳ ପଦାର୍ଥ ସହିତ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିରୁ ଅନ୍ୟ ବ୍ୟକ୍ତିକୁ ବ୍ୟାପିଥାଏ । ଏପର୍ଯ୍ୟନ୍ତ ଏହାର କୌଣସି ନିର୍ଣ୍ଣାୟକ ପ୍ରତିକାର ନାହିଁ, କିନ୍ତୁ ଏକ ଟୀକା ଉପଲବ୍ଧ ।