ଭୁବନେଶ୍ବର: ମୁଁ ନେବି ସ୍ବାମୀଙ୍କ ଶବ । ମୁଁ କରିବି ସତ୍କାର । ସେପଟେ ସମାନ କଥା ଦୋହରାଉଛନ୍ତି ସଉତୁଣୀଙ୍କ ପରିବାର । ଭୁବନେଶ୍ବର ମଞ୍ଚେଶ୍ବର ଥାନା ଗାଡ଼କଣ ସାଇବିହାର ବସ୍ତିରେ ପରକୀୟା ପ୍ରୀତିରୁ ସୁଶୀଲ ସିଂହଙ୍କୁ ହତ୍ୟା ଘଟଣାରେ ହାଇଡ୍ରାମା । କ୍ୟାପିଟାଲ ହସ୍ପିଟାଲରେ ସ୍ବାରମୀଙ୍କ ଶବ ନେବାକୁ ସୁଶୀଲଙ୍କ ଦୁଇ ପତ୍ନୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ହାଇଡ୍ରାମା । ପ୍ରଥମ ପତ୍ନୀ ଦାବି କରିଛନ୍ତି କି, ମୁଁ ସ୍ବାମୀଙ୍କ ସତ୍କାର କରିବି ସେପଟେ ନିଜ ଜିଦରେ ଅଟଳ ରହିଛନ୍ତି ଦ୍ବୀତିୟ ପତ୍ନୀ ସରୋଜିନୀ । ଯାହାକୁ ନେଇ ଶବ ବ୍ୟବଚ୍ଛେଦ ଗୃହ ସାମ୍ନାରେ ଦେଖିବାକୁ ମିଳିଛି ହାଇଡ୍ରାମା ।

ମିଳିଥିବା ସୂଚନା ଅନୁସାରେ, ପ୍ରଥମ ପତ୍ନୀଙ୍କ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ରହିଛନ୍ତି । ସେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିବାବେଳେ ଦ୍ବିତୀୟ ପତ୍ନୀ ଗାଡ଼କଣରେ ରହୁଛନ୍ତି । ତାଙ୍କର ଗୋଟିଏ ଝିଅ ରହିଛି । ତେବେ ଉଭୟ ସ୍ବାମୀଙ୍କ ଶବ ନେବାକୁ ଅଡ଼ି ବସିଥିବାବେଳେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।

କହି ରଖୁଛୁ କି,ପରକୀୟା ପ୍ରୀତି ପାଇଁସୁଶୀଲଙ୍କୁ ହତ୍ୟା କରାଯାଇଛି । ନୀଳକଣ୍ଠଙ୍କ ସ୍ତ୍ରୀ ସହ ପରକୀୟା ପ୍ରୀତି କରୁଥିବାବେଳେ ସେ କଟୁରୀରେ ହାଣି ହତ୍ୟା କରିଥିଲେ । ଶ୍ରୀ ସାଇ ବିହାରରେ ବର୍ବର ହତ୍ୟାକାଣ୍ଡ ଘଟିଥିଲା । ଅଭିଯୁକ୍ତକୁ ଗିରଫ କରିଛି ମଞ୍ଚେଶ୍ଵର ଥାନା ପୁଲିସ ।

ଏହାସହ ପଢ଼ନ୍ତୁ: Father's Day: ବାପାଙ୍କୁ ସବୁ ରାତିରେ ଖୋଜୁଛି ପୁଅ