ନୂଆଦିଲ୍ଲୀ,୨୧।୬: ଇରାନ ଓ ଆମେରିକା ଭିତରେ ଶାନ୍ତି ବାର୍ତ୍ତା ଆରମ୍ଭ ହେବାର ଠିକ୍ ହେବା ପୂର୍ବରୁ ହର୍ମୁଜକୁ ନେଇ ବିରୋଧ ହେବା ସହ ନୂଆ ଦାବି ଅନିଶ୍ଚିତତା ସୃଷ୍ଟି କରିଛି। ଗୋଟିଏ ପଟେ ଇରାନ ଦାବି କରିଛନ୍ତି ସେ ହର୍ମୁଜକୁ ପୁଣିଥରେ ଜାହାଜ ଯିବା ଆସିବା ପାଇଁ ବନ୍ଦ କରିଦେଇଥିଲେ। ସେଭଳି ଆମେରିକା ସେନାର କହିବା ଅନୁସାରେ, ଏହି ରଣନୈତିକ ସମୁଦ୍ର ମାର୍ଗରୁ ବାଣିଜ୍ୟିକ ଜାହାଜର ଆଗମନ ସ୍ବାଭାବିକ ଭାବରେ ଜାରି ରହିଛି। ଏହି ଘଟଣାକ୍ରମ ସ୍ବିଜରଲ୍ୟାଣ୍ଡରେ ହେବାକୁ ଥିବା ଆମେରିକା-ଇରାନ ବାର୍ତ୍ତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି।
ଇରାନ ସରକାରୀ ମିଡିଆ ଓ ରାଜ୍ୟ ଟିଭିର କହିବା ଅନୁସାରେ, ଇରାନର ଖାତମ-ଅଲ୍-ଅନାବିୟା ସେଣ୍ଟ୍ରାଲ ହେଡକ୍ବାଟର ଘୋଷଣା କରିଛି ଯେ, ହର୍ମୁଜକୁ ଜାହାଜ ଯିବା ଆସିବା ପାଇଁ ବନ୍ଦ କରାଯାଉଛି। ସାମରିକ ମୁଖ୍ୟାଳୟର କହିବା ଅନୁସାରେ, ଏହି ପଦକ୍ଷେପ ଦକ୍ଷିଣ ଲେବାନନ୍ରେ ଇସ୍ରାଏଲୀ ଆକ୍ରମଣ ଓ ଆମେରିକା ଦ୍ବାରା ନିକଟରେ ଚୁକ୍ତି ଅନୁସାରେ, କରାଯାଇଥିବା ପ୍ରତିଶୃତି ପୂରଣ ନକରିବା ଜବାବ୍ରେ ଗ୍ରହଣ କରାଯାଇଛି। ଇରାନ ସେନା ଚେତାବନୀ ଦେଇଛି ଯେ, ୗଦି ସ୍ଥିତି ଆହୁରି ଖରାପ ହୁଏ ତେବେ ଆଗକୁ ଆହୁରି ପଦକ୍ଷେପ ଗ୍ରହଣ କରାଯିବ।
ଇରାନର ଦାବିର ତୁରନ୍ତ ପରେ ଆମେରିକା ସେଣ୍ଟ୍ରାଲ କମାଣ୍ଡ ଏହାକୁ ଖାରଜ କରିଦେଇଛି। ସେଣ୍ଟ କମ୍ କହିଛି, ହର୍ମୁଜରୁ ଜାହାଜର ଚଳାଚଳ ବିନା କୌଣସି ବାଧାରେ ଜାରି କରାଯାଇଛି। ସେଣ୍ଟକମ୍ ଅନୁସାରେ, ଶନିବାର ୫୫ ବାଣିଜ୍ୟିକ ଜାହାଜ ଏହି ମାର୍ଗ ଦେଇ ବାହାରିଥିଲା, ଯାହା ଜରିଆରେ ୧.୭ କୋଟି ବ୍ୟାରେଲ୍ରୁ ଅଧିକ ତୈଳ ବିଶ୍ବ ବଜାରରେ ପର୍ଯ୍ୟନ୍ତ ପହଁଞ୍ଚି ଯାଇଛି।
ସେଣ୍ଟକମ୍ ନିଜ ବୟାନରେ ଏହା ମଧ୍ୟ କହିଛି, ଇରାନ ଏହି ଅନ୍ତର୍ଜାତୀୟ ସମୁଦ୍ର ମାର୍ଗକୁ ନିୟନ୍ତ୍ରିତ କରେନି ଓ ନୌବାହାନର ସ୍ବତନ୍ତ୍ରତା ସମ୍ପୂର୍ଣ୍ଣ ଭାବରେ ବଜାୟ ରହିଛି। ଅଲ୍ ଜଜିରା ଆରବୀ ସହ ଆଲୋଚନା କରି ସେଣ୍ଟକମ୍ ମୁଖପାତ୍ର କହିଛନ୍ତି, ଆମେରିକା ସେନା ସମୁଦ୍ର ଯାତାୟତର ସୁରକ୍ଷା ସୁନିଶ୍ଚିତ କରିବା ଓ ବ୍ୟାପାରିକ ଜାହାଜର ଚଳାଚଳ ପାଇଁ ସ୍ଥିତି ଉପରେ ନଜର ରଖିଛି।
ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ମଧ୍ୟ କହିଛନ୍ତି ଯେ ତାଙ୍କୁ ଏପରି କୌଣସି ପ୍ରମାଣ ମିଳିନାହିଁ ଯାହା ଦ୍ଵାରା ଜଣାପଡ଼େ ଯେ ହରମୁଜ୍ ପ୍ରଣାଳୀ ପ୍ରକୃତରେ ବନ୍ଦ ହୋଇଯାଇଛି। ସ୍ୱିଜରଲ୍ୟାଣ୍ଡ ଯିବା ପୂର୍ବରୁ, ଭାନ୍ସ ଆଶା ପ୍ରକାଶ କରିଥିଲେ ଯେ କୂଟନୈତିକ ପ୍ରୟାସ ଅସ୍ତ୍ରବିରତି ବଜାୟ ରଖିବ ଏବଂ ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ଲେବାନନର ପରିସ୍ଥିତି ଉପରେ ଆଲୋଚନା ଆଗକୁ ବଢ଼ିବ।
ଇରାନ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିବାର ନିଷ୍ପତ୍ତିକୁ ଲେବାନନରେ ଇସ୍ରାଏଲର ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ସହିତ ଯୋଡ଼ିଛି। ତେହେରାନ କହିଛି ଯେ ଏହି ଆକ୍ରମଣ ଅସ୍ତ୍ରବିରତି ଏବଂ ଚୁକ୍ତିନାମାର ସର୍ତ୍ତାବଳୀ ଉଲ୍ଲଂଘନ କରୁଛି। ଇରାନର ଇସଲାମିକ୍ ରିଭୋଲ୍ୟୁସନରୀ ଗାର୍ଡ କର୍ପସ (IRGC) ଜାହାଜଗୁଡ଼ିକୁ ଚେତାବନୀ ଦେଇଛି ଯେ ପ୍ରଣାଳୀ ନିକଟକୁ ଆସିବା ସେମାନଙ୍କ ସୁରକ୍ଷାକୁ ବିପଦରେ ପକାଇପାରେ।