ମାଲକାନଗିରି, ୨୮/୦୩: ପ୍ରେମ ପାଇଁ ଯୁବକଙ୍କ ହାଇଡ୍ରାମା । ଆକାଶ ଛୁଆଁ ଟାଓ୍ୱାର ଉପରେ ଚଢିଗଲେ। ଯେତେ ଯିଏ ବୁଝେଇଲେ ବି ଓହ୍ଲେଇଲେନି। ମାଲାନଗିରିରେ ଥାନା ଅନ୍ତର୍ଗତ ଏମଭି ୭ ଗ୍ରାମରୁ ଏହି ଘଟଣା ସାମ୍ନାକୁ ଆସିଛି । ପ୍ରେମ ପାଇଁ ଯୁବକ ଜଣଙ୍କ ଟାୱାର ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ। ଯୁବକଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗର ଯବାନ । ଯୁବକ ଜଣକ ୩୦ ବର୍ଷୀୟ ଆଡ଼ମା ମାଡ଼କାମ ବୋଲି ଜଣାପଡିଛି ।

ଆହୁରି ପଢନ୍ତୁ-ଶ୍ରୀକ୍ଷେତ୍ରରେ ଜମୁଛି ସାହିଯାତ, ଆଜି ଅସୁର ନାକ ଓ କାନ ଭାଙ୍ଗିବେ ମୁନିଋଷିଙ୍କ ଯଜ୍ଞ

ଯୁବକ ଜଣଙ୍କ ପ୍ରେମିକା ଗାଁରେ ଆସି ସେଠାରେ ଥିବା ଟାୱାର ଉପରେ ଚଢ଼ିଯାଇଥିଲା। ଟାୱାର ଉପରେ ଚଢ଼ି ଆତ୍ମହତ୍ୟା ନେଇ ଧମକ ବି ଦେଇଥିଲା। ତାକୁ ତଳକୁ ଓହ୍ଲାଇବାକୁ ଅଗ୍ନିଶମବାହିନୀ ନାକେଦମ ହୋଇଥିଲା। ଅନେକ ସମୟର ପରିଶ୍ରମ ପରେ ଉଦ୍ଧାର ହୋଇଥିଲା ଯୁବକ ଜଣଙ୍କ।