ନୂଆଦିଲ୍ଲୀ, ୧।୨: ସଂସଦରେ ଖୋଲିବ ରାଜସ୍ୱ ପେଡ଼ି । କେନ୍ଦ୍ରୀୟ ବଜେଟ୍ ଆଗତ କରିବେ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ ଭାବେ ସଂସଦରେ ଏହା ତାଙ୍କର ନବମ ବଜେଟ୍ । କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରତିରକ୍ଷା ସହ ବିଭିନ୍ନ ବିଭାଗ ଫୋକସରେ ରହିଥିବା ବେଳେ ଚଳିତ ବଜେଟ୍ ସଂସ୍କାରଭିମୁଖୀ ହେବ ବୋଲି ଆକଳନ କରିଛନ୍ତି ଅର୍ଥନୈତିକ ଓ ବାଣିଜ୍ୟିକ ବିଶାରଦ । ବଜେଟରେ ବିଶେଷ କରି କିଷାନ ସମ୍ମାନ ନିଧି ବା କୃଷକ ସମ୍ମାନ ପାଣ୍ଠିର ବିସ୍ତାର କରାଯାଇପାରେ । ଅନ୍ୟପଟେ ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ଏବଂ କର୍ପୋରେଟ୍ ମନ୍ତ୍ରୀ, ନିର୍ମଳା ସୀତାରମନଙ୍କ ସମେତ ଅର୍ଥ ମନ୍ତ୍ରାଳୟର ରାଜ୍ୟମନ୍ତ୍ରୀ ଶ୍ରୀ ପଙ୍କଜ ଚୌଧୁରୀ ଏବଂ ବରିଷ୍ଠ ଅଧିକାରୀ ରାଷ୍ଟ୍ରପତି ଭବନରେ ବଜେଟ୍ ସମ୍ୱନ୍ଧୀୟ ସମସ୍ତ ତଥ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅବଗତ କରାଇଛନ୍ତି । ରାଷ୍ଟ୍ରପତି ମହାଶୟା କେନ୍ଦ୍ର ଅର୍ଥମନ୍ତ୍ରୀ ଓ ତାଙ୍କ ଦଳକୁ ବଜେଟ୍ ପ୍ରସ୍ତୁତି ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।
Union Minister for Finance and Corporate Affairs Smt Nirmala Sitharaman along with Minister of State for Finance Shri Pankaj Chaudhary and senior officials of the Ministry of Finance called on President Droupadi Murmu at Rashtrapati Bhavan before presenting the Union Budget. The… pic.twitter.com/XhBbxwFeAS
— President of India (@rashtrapatibhvn) February 1, 2026