ନୂଆଦିଲ୍ଲୀ,୨୫/୦୫; ସକାଳୁ ସକାଳୁ ଗ୍ରାହକଙ୍କୁ ଚିନ୍ତାରେ ପକାଇବା ପରି ଖବର ଆସିଛି । ଦେଶରେ ପୁଣି ପେଟ୍ରୋଲ-ଡିଜେଲ୍ ଦର ବଢିଛି । ୧୦ ଦିନରେ ଚତୁର୍ଥ ଥର ପାଇଁ ମହଙ୍ଗା ହୋଇଛନ୍ତି ପେଟ୍ରୋଲ-ଡିଜେଲ । ପେଟ୍ରୋଲ ଲିଟର ପିଛା ୨ ଟଙ୍କା ୬୧ ପଇସା ଓ ଡିଜେଲ ଲିଟର ପିଛା ୨ ଟଙ୍କା ୭୧ ପଇସା ବୃଦ୍ଧି ହୋଇଛି । ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ କ୍ରମାଗତ ଭାବେ ଦେଶରେ ତେଲ ଦର ବଢିଛି । ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଭାରତରେ ପଡିଛି ଯାହା ସ୍ପଷ୍ଟ ଅନୁମାନ ହେଉଛି । ନୂଆଦର ସହ ଦିଲ୍ଲୀରେ ଡିଜେଲର ମୂଲ୍ୟ ଲିଟର ପିଛା ୯୫.୨୦ ଏବଂ ପେଟ୍ରୋଲର ମୂଲ୍ୟ ୧୦୨.୧୨ ଟଙ୍କା ବୃଦ୍ଧି ପାଇଛି । ତେଲ ଦର ବୃଦ୍ଧି ଫଳରେ ସାଧାରଣ ଲୋକଙ୍କ ଉପରେ ମୁଦ୍ରାସ୍ଫୀତିର ପ୍ରଭାବ ଆହୁରି ବଢ଼ିପାରେ । ସଦ୍ୟତମ ଦର ବଢିବା ସହିତ କୋଲକାତାରେ ପେଟ୍ରୋଲ୍ ୧୧୩  ଟଙ୍କା ୫୧ ପଇସା, ମୁମ୍ବାଇରେ ୧୧୧ ଟଙ୍କା ୨୧ ପଇସା ଚେନ୍ନାଇରେ ୧୦୭ ଟଙ୍କା ୭୭ ପଇସା ରହିଛି । 

ଇନ୍ଧନ ମୂଲ୍ୟରେ ସାମ୍ପ୍ରତିକ ବୃଦ୍ଧି ଯାତ୍ରୀ, ପରିବହନ ଅପରେଟର ଏବଂ ସମସ୍ତ କ୍ଷେତ୍ରର ବ୍ୟବସାୟ ଉପରେ ଆର୍ଥିକ ବୋଝ ବୃଦ୍ଧି କରିବ ବୋଲି ଆଶା କରାଯାଉଛି। ଭାରତରେ କିଛି ମାସ ଧରି ସ୍ଥିର ଇନ୍ଧନ ମୂଲ୍ୟ ପରେ, ମେ ୧୬ ତାରିଖରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ୩ ଟଙ୍କା ବଢିଛି । ଏହା ଅନେକଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା, କାରଣ ଏପ୍ରିଲ ୨୦୨୨ଠାରୁ ଇନ୍ଧନ ମୂଲ୍ୟ ପ୍ରାୟତଃ ସ୍ଥିର ରହିଥିଲା । ଏକମାତ୍ର ୨୦୨୪ ମାର୍ଚ୍ଚରେ ବ୍ୟତିକ୍ରମ ଥିଲା । ଯେତେବେଳେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମୂଲ୍ୟ ଲିଟର ପ୍ରତି ୨ ଟଙ୍କା ହ୍ରାସ କରାଯାଇଥିଲା । ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ନିରନ୍ତର ବୃଦ୍ଧି ପରିବହନ ଏବଂ ଲଜିଷ୍ଟିକ୍ସ ଖର୍ଚ୍ଚ ବୃଦ୍ଧି କରିପାରେ, ଯାହା ଶେଷରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଏବଂ ଖାଦ୍ୟ ଉତ୍ପାଦର ମୂଲ୍ୟ ବୃଦ୍ଧି କରିପାରେ। ବିଶ୍ୱ ଶକ୍ତି ବଜାରରେ ନିରନ୍ତର ଭୂରାଜନୈତିକ ଉତ୍ତେଜନା ଏବଂ ଅସ୍ଥିରତା ମଧ୍ୟରେ ବର୍ଦ୍ଧିତ ଆମଦାନୀ ଖର୍ଚ୍ଚ ପରିଚାଳନା ଏବଂ ଇନ୍ଧନ ଯୋଗାଣ ସ୍ଥିରତା ବଜାୟ ରଖିବା ପାଇଁ ସରକାରୀ ଅଧିକାରୀମାନେ ପୂର୍ବରୁ କହିଥିଲେ ଯେ ପରିବର୍ତ୍ତନ ଆବଶ୍ୟକ ।

ଏହା ବି ପଢନ୍ତୁ...Russia-Ukraine War: ୟୁକ୍ରେନ ଉପରେ ରୁଷ୍‌ର ବୋମା ବର୍ଷା: ୭୦୦ ଡ୍ରୋନ ସହ ଦାଗିଲା ହାଇପରସୋନିକ ବାଲିଷ୍ଟିକ୍ ମିସାଇଲ୍, ରାତିସାରା ଚାଲିଲା ଧ୍ୱଂସଲୀଳା  

ପେଟ୍ରୋଲ୍ -ଡିଜେଲର କୌଣସି ଅଭାବ ନାହିଁ- ଇଣ୍ଡିଆନ ଅଏଲପେଟ୍ରୋଲିୟମ୍ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ କହିଛି ଯେ ଦେଶରେ ପେଟ୍ରୋଲ କିମ୍ବା ଡିଜେଲର କୌଣସି ଅଭାବ ନାହିଁ । କିଛି ପେଟ୍ରୋଲ ପମ୍ପରେ ଇନ୍ଧନ ଅଭାବର ରିପୋର୍ଟ ଆସୁଛି । ମେ ୧ରୁ ୨୨ ମଧ୍ୟରେ ପେଟ୍ରୋଲ ବିକ୍ରୟ ବର୍ଷ ଧରି ୧୪ ପ୍ରତିଶତ ବଢିଛି । ଡିଜେଲ୍ ବିକ୍ରି ପ୍ରାୟ ୧୮ ପ୍ରତିଶତ ବୃଦ୍ଧି ହୋଇଛି ।