ସୁନ୍ଦରଗଡ଼ ୧୬/୦୬: ଶେଷ ରଜରେ ଛାତିଥରା ଦୁର୍ଘଟଣା। ଦୁଇଟି ହାଇଓ୍ବା ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ ହୁତୁହୁତ ହୋଇ ଜଳିଗଲା ଉଭୟ ଗାଡ଼ି। ଜୀବନ୍ତ ଦଗ୍ଧ ହୋଇ ଦୁଇ ହାଇଓ୍ବା ଡ୍ରାଇଭରଙ୍କ ଚାଲିଗଲା ଜୀବନ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି। ଏଭଳି ଭୟଙ୍କର ଦୁର୍ଘଟଣା ସୁନ୍ଦରଗଡ଼ ଭଷ୍ମା ଥାନା ଅନ୍ତର୍ଗତ କୁଣ୍ଡୁକେଲା କଇନ୍ତରା ଛକ ନିକଟ ଘଟିଛି। ଯାହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। 


 
ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ସୁନ୍ଦରଗଡ଼ ପଟୁ ଯାଉଥିବା ଏକ ହାଇଓ୍ବା ସାମ୍ନା ପଟୁ ଆସୁଥିବା ଅନ୍ୟ ଏକ ହାଇଓ୍ବାକୁ ଡିଭାଇଡର ଡେଇଁ ଧକ୍କା ଦେଇଥିଲ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଧକ୍କା ହେବା ପ​‌ରେ ଦୁଇଟି ହାଓ୍ବାଇରେ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ଉଭୟ ଟ୍ରକ୍‌ରେ ନିଆଁ ବ୍ୟାପିଯାଇଥିଲା । ଫଳ ଉଭୟ ଗାଡିର ଡ୍ରାଇଭର ଗାଡ଼ି ଭିତରୁ ବାହାରି ପାରିନଥିଲେ । ଗାଡ଼ି ଭିତରେ ହିଁ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ ।  ଖବର ପାଇ ଭଷ୍ମା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ମୃତ ଦୁଇ ଡ୍ରାଇଭରଙ୍କ ପରିଚୟ ଜଣାପଡ଼ିନି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

 

ଅଧିକ ପଢ଼ନ୍ତୁ :-  Panchayat Funding : ବଡ଼ କ୍ଷତି ସହିବ ଓଡ଼ିଶା, ଚଳିତ ଆର୍ଥିକ ବର୍ଷରେ ମିଳିବ ୭୨୧ କୋଟି, ନୂଆ ଫର୍ମୁଲାରେ ହରାଇବ ୫୨୯ କୋଟି