ପୁରୀ,୨୭।୮ : ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ। ବଡଦାଣ୍ଡ ସହ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡୁଥିବା ଭିଡିଓ ଭାଇରାଲ। ଡ୍ରୋନ ଉଡିବା ଘଟଣାକୁ ନେଇ ପୁଲିସ ତଦନ୍ତ କରୁଛି।
ସେହିପରି ବୁଧବାର ମନ୍ଦିର ଭିତରେ ଚଷମାରେ ହିଡେନ୍ କ୍ୟାମେରା ଲଗାଇ ସୁଟିଂ କରୁଥିବା ଜଣେ ଯୁବକ ଧରାପଡିଛି । ଘଣ୍ଟିଦ୍ୱାର ନିକଟରେ ଯୁବକଙ୍କୁ ଧରିଥିଲା ଜେଟିପି । ଏହାପରେ ସିଂହଦ୍ୱାର ଥାନାରେ ଜିମା ଦେଇଥିଲେ। ହିଡେନ୍ କ୍ୟାମେରା ନେଇ ମନ୍ଦିର ମଧ୍ୟ ପ୍ରବେଶ କରିଥିବା ବ୍ୟକ୍ତି ଜଣକ ପଶ୍ଚିମବଙ୍ଗ ଚବିଶ ପ୍ରଗଣା ଅଞ୍ଚଳର ଅରୂପ ରାୟ ବୋଲି ଜଣାପଡିଛି । ଏହାକୁ ନେଇ ପୁଲିସ ଘଟଣାର ତଦନ୍ତ କରୁଛି।
ସୂଚନାଯୋଗ୍ୟ ଯେ ଗତ ଜୁନ ୧ ତାରିଖରେ ମଧ୍ୟ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡୁଥିବା ଭିଡିଓ ଭାଇରାର ହୋଇଥିଲା। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।